ହୀନ ରାଜନୀତି ପାଇଁ ଦେଶରେ ହିଂସା ବଢାଉଛନ୍ତି ବିରୋଧୀ: ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha613838

ହୀନ ରାଜନୀତି ପାଇଁ ଦେଶରେ ହିଂସା ବଢାଉଛନ୍ତି ବିରୋଧୀ: ପ୍ରଧାନମନ୍ତ୍ରୀ

 ଭାରତୀୟ ମୁସଲମାନ ଭାଇଙ୍କୁ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ କୌଣସି ପ୍ରକାର ଚିନ୍ତା କରିବାର ଆବଶ୍ୟକ ନାହିଁ । 

ହୀନ ରାଜନୀତି ପାଇଁ ଦେଶରେ ହିଂସା ବଢାଉଛନ୍ତି ବିରୋଧୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ମୁସଲମାନ ଭାଇଙ୍କୁ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ କୌଣସି ପ୍ରକାର ଚିନ୍ତା କରିବାର ଆବଶ୍ୟକ ନାହିଁ । ଏହି ଆଇନ ଦଳିତ, ପୀଡ଼ିତ ତଥା ଶୋଷିତ ବିରୋଧୀମାନେ ଏହାର ସୁଯୋଗ ନେଇ ଦେଶରେ ହିଂସା ଘଟାଉଛନ୍ତି । ସିଏଏ ବିରୋଧରେ ଲୋକମାନଙ୍କୁ ଭୁଲ ତଥ୍ୟ ଦେଇ ସିଏଏ ବିରୋଧରେ ଅଧିକରୁ ଅଧିକ ଦ୍ୱନ୍ଦ୍ୱାତ୍ମକ ତଥ୍ୟ ଦେଶରୁ ହିଂସା ଘଟାଉଛନ୍ତି । ଏଭଳି ଆକ୍ରାମକ ଭାବେ ରାମଲୀଳା ମୈଦାନରୁ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ରାମଲୀଳା ମୈଦାନରୁ ଅନୁଷ୍ଠିତ ହୋଇଥିଲା ଧନ୍ୟବାଦ ରାଲି । ନିଜର ଉଦବୋଧନ ଆରମ୍ଭ ପୂର୍ବରୁ ସେ 'ବିବିଧତାରେ ଏକତା, ଭାରତର ବିଶେଷତା' ନାରା ଦେଇଥିଲେ । ପରେ ସେ ତାଙ୍କ ଉଦବୋଧନ ଆରମ୍ଭ କରିଥିଲେ । ନିଜ ମନ୍ତବ୍ୟରେ ସେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ । ସିଧାସଳଖ ଟାର୍ଗେଟ କରି ସେ କହିଥିଲେ କି, ଗରୀବ, ପୀଡ଼ିତ ତଥା ଶୋଷିତଙ୍କ ପାଇଁ ଆଇନ କରାଯାଉଛି । ବିରୋଧୀମାନେ ଉକ୍ତ ଆଇନ ବିରୋଧରେ ଅନେକ ମିଥ୍ୟା ପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି, ନାଗରିକତା ସଂଶୋଧନ ଆଇନ ଦେଶବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ।  ମାତ୍ର ବିରୋଧୀ ସିଏଏକୁ ଗରୀବଙ୍କ ବିରୋଧୀ ଆଇନ ବୋଲି ଦର୍ଶାଉଛନ୍ତି । ଏପରିକି ନିଜର ସ୍ୱାର୍ଥ ଏବଂ ରାଜନୈତିକ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସେମାନେ ଏଭଳି ଏଜେଣ୍ଡା
ଚଳାଉଛନ୍ତି । ସେମାନେ କହୁଛନ୍ତି କି, ଏହି ଆଇନ ବଳରେ ଯେଉଁଲୋକମାନେ ଅନ୍ୟ ରାଷ୍ଟ୍ରରୁ ଆସିବେ ସେମାନେ ଗରୀବଙ୍କ ଅଧିକାର ଛଡ଼ାଇନେବେ । ଏହି କଥାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି, ଏଭଳି ଭୁଲ ତଥ୍ୟକୁ ଚାରିଆଡ଼େ ପ୍ରଚାର କରିବା ଅପେକ୍ଷା ଗରୀବଙ୍କ ପ୍ରତି ଦୟା କରିବା ଶିଖନ୍ତୁ । ଏଭଳି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକମାନଙ୍କର ପରିଚୟ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ସେ କହିଥିଲେ।

<blockquote class="twitter-tweet"><p lang="en" dir="ltr">Addressing a huge rally at Ramlila Maidan in Delhi. Watch. <a href="https://t.co/Rqi1xduU5T">https://t.co/Rqi1xduU5T</a></p>&mdash; Narendra Modi (@narendramodi) <a href="https://twitter.com/narendramodi/status/1208660847821643776?ref_src=twsr...">December 22, 2019</a></blockquote> <script async src="https://platform.twitter.com/widgets.js" charset="utf-8"></script>ସେହିଭଳି କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ମୋଦି । ସେ କହିଥିଲେ କି ଏମାନେ ନିଜର ସ୍ୱାର୍ଥ, ନିଜର ରାଜନୀତି ପାଇଁ ଏମାନେ କୌଣସି ସ୍ତରକୁ ବି ଯାଇ ପାରନ୍ତି।  ସେହିଭଳି ସେ ଆହୁରି ମଧ୍ୟ କହିଥିଲେ କି ହିଂସା ସମୟରେ ଦେଶରେ ସ୍କୁଲ ବସ, ଛୋଟ ଛୋଟ ଗାଡ଼ି, ଟ୍ରେନ, ବାଇକ, ଦୋକାନ ଆଦିକୁ ଜଳାଯାଇଛି । ଦେଶର ସ୍ୱାଭିମାନୀ କର ପ୍ରଦାନକାରୀଙ୍କ ଅର୍ଥରେ ଦେଶର ବିକାଶ କରାଯାଉଛି । ଯାହାକୁ ଏହି ବିରୋଧୀମାନେ ନିଜ ସ୍ୱାର୍ଥ ପାଇଁ ସେ ସବୁକୁ ନଷ୍ଟ କରିଦେଇଛନ୍ତି । ଏସବୁ ଘଟାଇବା ପରେ ସେମାନଙ୍କ ଉଦ୍ଦେଶ୍ୟ ସର୍ବସମ୍ମୁଖରେ ପଡ଼ିଛି । ସେମାନଙ୍କ ଏହି ମୁଖାକୁ ସମଗ୍ର ଦେଶ ଦେଖିଛି ବୋଲି ମୋଦି କହିଥିଲେ । ପୂର୍ବରୁ ମନମୋହନ ସିଂହ, ଅଶୋକ ଗେହଲଟଙ୍କ ଭଳି କଂଗ୍ରେସ ନେତା ବାଂଲାଦେଶ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦିଆଯାଉ ବୋଲି କହିଥିବା ମୋଦି କହିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡରେ ପୋଲିସ ଉପରକୁ ହୋଇଥିବା ପଥରମାଡ଼କୁ ଘୋର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ପୋଲିସମାନେ ନିଜର କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ଅନେକ ହିଂସାର ଶିକାର ହେବାକୁ ପଡ଼ୁଛି। ଯେଉଁ ପୋଲିସ କର୍ମଚାରୀଙ୍କୁ ଉପରକୁ ପଥର ଫିଙ୍ଗି ସେମାନଙ୍କୁ ଆହତ କରିବା ଦ୍ୱାରା ଆପଣଙ୍କୁ କଣ ଲାଭ ମିଳୁଛି ବୋଲି ମୋଦି ପ୍ରଶ୍ନ କରିଥିଲେ ।  ପୋଲିସ କର୍ମୀମାନଙ୍କୁ ଏହି ଦୁଇ ଆଇନ ସହିତ କୌଣସି ପ୍ରକାର ସମ୍ପର୍କ ନାହିଁ । କଂଗ୍ରେସ ଏବଂ ତାର କିଛି ସହଯୋଗୀ ସହରରେ ରହୁଥିବା କିଛି ଶିକ୍ଷିତ ସହରୀ ନକ୍ସଲଙ୍କ  ଦ୍ୱାରା ସେମାନେ ଏହି ହିଂସା ଘଟାଇଛନ୍ତି । ଏହି ଶିକ୍ଷିତ ନକ୍ସଲ ମାନଙ୍କୁ ଦ୍ୱାରା ମୁସଲମାନଙ୍କୁ ବିଭିନ୍ନ ମିଥ୍ୟା ତଥ୍ୟ ପ୍ରଚାର କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ସିଏବି ଆଇନରେ ପରିଣତ ହେବା ପରଠାରୁ ଉତ୍ତରପୂର୍ବ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ହିଂସା ଏବେ ସମଗ୍ର ଦେଶରେ ବ୍ୟାପି ସାରିଛି। ଏହି ହିଂସା ଦେଶରେ ମୋଟ ୧୩ଟି ରାଜ୍ୟରେ ଦେଖା ଦେଇଛି। ଏହି ଘଟଣାରେ ସମଗ୍ର ଦେଶରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଜି ରାମଲୀଳା ମୈଦାନର ହୋଇଥିବା ଧନ୍ୟବାଦ ରାଲିରେ ଯୋଗ ଦେଇ ଦେଶରେ ଚାଲିଥିବା ସିଏଏ ହିଂସା ଉପରେ ପ୍ରଧାନମନ୍ତ୍ରୀ ମତାମତ ରଖିଛନ୍ତି।