'ଓଡିଶା ଆସିଲେ ଅଣ୍ଡାମାଡ ଖାଇବେ କେନ୍ଦ୍ରମନ୍ତ୍ରୀ'
Advertisement
Article Detail0/zeeodisha/odisha613204

'ଓଡିଶା ଆସିଲେ ଅଣ୍ଡାମାଡ ଖାଇବେ କେନ୍ଦ୍ରମନ୍ତ୍ରୀ'

ନାଗରିକତା ସଂଶୋଧନ ଆଇନ ଲାଗୁ ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 

ପ୍ରତୀକାତ୍ମକ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ଲାଗୁ ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଆସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନାଗରିକତା ସଂଶୋଧନ ଆଇନ ଦେଶର ଧର୍ମ ନିରପେକ୍ଷତା ଉପରେ ପ୍ରହାର ବୋଲି ଅଭିଯୋଗ କରିଛି ଛାତ୍ର କଂଗ୍ରେସ । 

ସେହିପରି ଏହାକୁ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ମଧ୍ୟ କଠୋର ବିରୋଧ କରାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଖୁବ ଶୀଘ୍ର ସିଏଏ ପ୍ରତ୍ୟାହାର କରିବା ସହ ଛାତ୍ରଛାତ୍ରୀଙ୍କ ଉପରେ ଅତ୍ୟାଚାର ବନ୍ଦ ନ କଲେ ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଓଡିଶାରେ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ । 

ଆହୁରି ମଧ୍ୟ ଯଦି କୌଣସି କେନ୍ଦ୍ରମନ୍ତ୍ରୀ ଓଡିଶା ଆସନ୍ତି, ଅଣ୍ଡାମାଡ କରାଯିବ ବୋଲି ଚେତାଇ ଦେଇଛନ୍ତି ଛାତ୍ର କଂଗ୍ରେସର କାର୍ଯ୍ୟକର୍ତ୍ତା । ଆଗାମୀ ଦିନରେ ସିଏଏକୁ ରାଜ୍ୟର ସମସ୍ତ ସ୍କୁଲ କଲେଜରେ ବିରୋଧ କରାଯିବ ବୋଲି କୁହାଯାଇଛି । 

ଆହୁରି ପଢନ୍ତୁ; ଆଉ କେତେ ଦିନ?