ଆଉ କେତେ ଦିନ?
Advertisement
Article Detail0/zeeodisha/odisha613202

ଆଉ କେତେ ଦିନ?

ସିଏଏକୁ ନେଇ ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ  ଶୁକ୍ରବାର ଉତ୍ତରପ୍ରଦେଶରେ ୬ ଜଣଙ୍କ ଜୀବନ ଯାଇଛି। ସେପଟେ ରାଜଧାନୀ ଦିଲ୍ଲୀରେ  ସିଏଏ ବିରୋଧରେ ଆନ୍ଦୋଳନ ଥମିବାର ନାଁ ଧରୁନି ।  ଶୁକ୍ରବାର ଜାମା ମସଜିଦ୍‌ ଅଞ୍ଚଳ ଥିଲା ଆନ୍ଦୋଳନର କେନ୍ଦ୍ର ବିନ୍ଦୁ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ସିଏଏକୁ ନେଇ ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ  ଶୁକ୍ରବାର ଉତ୍ତରପ୍ରଦେଶରେ ୬ ଜଣଙ୍କ ଜୀବନ ଯାଇଛି। ସେପଟେ ରାଜଧାନୀ ଦିଲ୍ଲୀରେ  ସିଏଏ ବିରୋଧରେ ଆନ୍ଦୋଳନ ଥମିବାର ନାଁ ଧରୁନି ।  ଶୁକ୍ରବାର ଜାମା ମସଜିଦ୍‌ ଅଞ୍ଚଳ ଥିଲା ଆନ୍ଦୋଳନର କେନ୍ଦ୍ର ବିନ୍ଦୁ । 

ଯେତେବେଳେ ଆନ୍ଦୋଳନକାରୀମାନେ ରାସ୍ତା ଉପରକୁ ଓହ୍ଲାଇଥିଲେ ସେତେବେଳେ ପୁଲିସ୍‌ ପକ୍ଷରୁ ସେମାନଙ୍କୁ ଅଟକା ଯାଇଥିଲା। ଜନ୍ତରମନ୍ତର ଆଡକୁ ଯିବା ସମୟରେ ପୁଲିସ ବାରଣ କରିଥିଲା ।  ପୁନଃ ସନ୍ଧ୍ୟାରେ ଆନ୍ଦୋଳନକାରୀ ବ୍ୟାରିକେଡ୍‌ ଭାଙ୍ଗିବା ସହ ଢେଲା ପଥର ମାଡ଼ କରିଥିଲେ ।  ନିୟନ୍ତ୍ରଣ ପାଇଁ  ପୁଲିସ୍‌ ପାଣି ମାଡ଼ କରିଥିଲା । ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ଏକ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ଏହି ସମୟରେ କିଛି ପୁଲିସ୍‌ କର୍ମୀ ଆହତ ହୋଇଥିବା ଜଣା ପଡିଛି । 

ଶୁକ୍ରବାର ବି କିଛି ସମୟ ପାଇଁ ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ୍‌କୁ ବନ୍ଦ ରଖାଯାଇଥିଲା । ସେପଟେ କାନପୁରରେ ୬ ଜଣ ପୁଲିସ୍‌ଙ୍କ ସମେତ ମୋଟ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ସେପଟେ ବିହାରରେ ସିଏଏ ବିରୋଧରେ ଆରଜେଡି ଆଜି ବନ୍ଦ ଡାକରା ଦେଇଛି । ୟୁପିରେ ଆଜି ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । 

ଅନ୍ୟପଟେ ସରକାର ସିଏଏ ଓ ଏନଆରସିକୁ ଦେଶବାସୀଙ୍କୁ ବୁଝାଇବାକୁ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ଦେଖିବାକୁ ବାକି ରହିଲା ଦେଶରେ ଜଳୁଥିବା ନିଆଁକୁ ସରକାର ପ୍ରଶମିତ କରିବାରେ କେତେଦୂର ସମର୍ଥ ହେଉଛନ୍ତି ।

ଆହୁରି ପଢନ୍ତୁ; ବିକ୍ଷୋଭକାରୀ ବି ଦେଶକୁ ପ୍ରଚୁର ଭଲ ପାଆନ୍ତି, ପ୍ରମାଣ କରିଦେଲେ ଡିସିପି