• ବିଧାନସଭାରେ ଉପସ୍ଥାପିତ ହେଉଛି ରାଜ୍ୟ ବଜେଟ
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କରୁଛନ୍ତି ଉପସ୍ଥାପନ
  • ବଜେଟ-୨୦୨୦ ଉପରେ ରାଜ୍ୟବାସୀଙ୍କ ନଜର
  • ଆଇପିଏଲ ଅପଡେଟ: ମାର୍ଚ୍ଚ ୨୯ରୁ ଆଇପିଏଲ ମହାକୁମ୍ଭ, ମେ ୨୪ରେ ଫାଇନାଲ
  • ଆଇପିଏଲ ଅପଡେଟ: ମୁମ୍ବାଇରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ
  • ଇଷ୍ଟାଗ୍ରାମରେ କୋହଲିଙ୍କ ବିରାଟ ରେକର୍ଡ
  • ପ୍ରଥମ ଭାରତୀୟ ଭାବେ ୫୦ ମିଲିୟନ ଫଲୋୟର୍ସ

ଅମିତ ଶାହଙ୍କୁ ଦେଖା କରିପାରନ୍ତି ଶାହୀନବାଗ ମହିଳା ଆନ୍ଦୋଳନକାରୀ

ରବିବାର ସାକ୍ଷାତ ନେଇ ସୂଚନା: ସୂତ୍ର

ଅମିତ ଶାହଙ୍କୁ ଦେଖା କରିପାରନ୍ତି ଶାହୀନବାଗ ମହିଳା ଆନ୍ଦୋଳନକାରୀ
ଫାଇଲ ଫଟୋ

ନୂଆଦିଲ୍ଲୀ: ସମାପ୍ତ ହେବ ଶାହୀନବାଗ ଆନ୍ଦୋଳନ ! ଦୀର୍ଘ ୨ ମାସ ହେଲା ଚାଲିଥିବା ଆନ୍ଦୋଳନରେ ପଡ଼ିବ ପୁନଚ୍ଛେଦ ! ଖୁବଶୀଘ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିପାରନ୍ତି ଶାହୀନବାଗ ମହିଳା ପ୍ରଦର୍ଶନକାରୀ । ଆସନ୍ତା ରବିବାର ଏହି ସାକ୍ଷାତ ହେବ ବୋଲି ସୂତ୍ରରୁ ଖବର ମିଳିଛି । ସିଏଏ ଓ ଏନଆରସିକୁ ବିରୋଧକରି ଏହି ଆନ୍ଦୋଳନ ଚାଲିଛି । 

ମିଳିଥିବା ସୂଚନା ମୁତାବକ, ଏହି ସାକ୍ଷାତ ଅମିତ ଶାହଙ୍କ ଘରେ କିମ୍ବା ଅଫିସରେ ହୋଇପାରେ । ତେବେ ଏଭଳି କିଛି ସାକ୍ଷାତ ହେବା ନେଇ ସ୍ଥାନୀୟ ପୋଲିସ ମଧ୍ୟ କୌଣସି ସୂଚନା ଦେଇନି । କୁହାଯାଉଛି, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବା ନିଷ୍ପତ୍ତିକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରୁଛନ୍ତି ।  

ଏବେ ସମଗ୍ର ଦେଶରେ ଶାହୀନବାଗ ବିରୋଧ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି । ଏଠୁ ପ୍ରଭାବିତ ହୋଇ ଦେଶର ବିଭିନ୍ନ ସହରରେ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ପାଇଁ ଶାହୀନବାଗ ଏକ ନିର୍ବାଚନୀ ମୁଦ୍ଦା ପାଲଟିଥିଲା । 

ଆହୁରି ପଢ଼ନ୍ତୁ; ଗସ୍ତ ପୂର୍ବରୁ ଟ୍ରମ୍ପକୁ ନିର୍ଦ୍ଧୁମ କହିଲା ଶିବସେନା