ବରୋୱେଲରେ ସୁଜିତ, ସୁରକ୍ଷିତ ଉଦ୍ଧାର ପାଇଁ ରଜନୀକାନ୍ତଙ୍କ ପ୍ରାର୍ଥନା
Advertisement
Article Detail0/zeeodisha/odisha589950

ବରୋୱେଲରେ ସୁଜିତ, ସୁରକ୍ଷିତ ଉଦ୍ଧାର ପାଇଁ ରଜନୀକାନ୍ତଙ୍କ ପ୍ରାର୍ଥନା

ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ସୁଜିତ ପାଇଁ ପ୍ରାର୍ଥନା କରିଛନ୍ତି ରଜନୀକାନ୍ତ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବରୋୱେଲ ଭିତରେ କୁନି ବାଳକ । ୩୦ ମିଟର ଗଭୀରର ବରୱେଲ । ଖେଳୁ ଖେଳୁ ଖସି ପଡିଛି ଶିଶୁ । ସିଏ ଏବେ ମୃତ୍ୟୁ ସହ ଲଢେଇ କରୁଛି । ପାଖାପାଖି ୪୦ ଘଣ୍ଟା ଧରି ଜାରି ରହିଛି ଅପରେସନ । ଏକ୍ସପର୍ଟ ଟିମ ଘଟଣା ସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ଉପରେ ତୀକ୍ଷଣ ନଜର ରଖିଛି । ଦୀପାବଳିରେ ତାର ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ତାମିଲ ଅଭିନେତା ରଜନୀକାନ୍ତ । 

ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ସୁଜିତ ପାଇଁ ପ୍ରାର୍ଥନା କରିଛନ୍ତି ରଜନୀକାନ୍ତ । ସୁଜିତର ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଏହା ସଫଳ ହେବ ବୋଲି ସେ କହିଛନ୍ତି । ଶୁକ୍ରବାର ସଂନ୍ଧ୍ୟାରେ ତାମିଲନାଡୁ ତିରୁଚିରାପଲ୍ଲୀ ଜିଲ୍ଲାର ଏକ ଗାଁରେ ୩୦ ମିଟରର ବରୋୱେଲ ଭିତରେ ଖସିପଡିଛି ୨ ବର୍ଷର କୁନି ଶିଶୁ । ସୁଜିତ ନାମକ ଏହି ଶିଶୁଟି ଏବେ ୧୦୦ ଫୁଟ ତଳେ ଲଟକି ରହିଛି । ଆଉ ତାକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏବେ ପ୍ରୟାସ ଜାରି ରହିଛି । 

ଉଦ୍ଧାରକାର୍ଯ୍ୟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇଛି । ବରୋୱେଲର ୬୦ ଫୁଟ ତଳେ ଏକ ମାଇକ୍ରୋ କ୍ୟାମେରା ଲଗାଇ ଶିଶୁ ଉପରେ ତୀକ୍ଷଣ ନଜର ରଖାଯାଇଛି । ଅପରେସନରେ ଏକ୍ସପର୍ଟ ଟିମ ନିୟୋଜିତ ହୋଇଛନ୍ତି । ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ଭାସ୍କର ଏବଂ ପର୍ଯ୍ୟଟନ ମନ୍ତ୍ରୀ ବଲ୍ଲାମଣ୍ଡି ନଟରାଜନ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ତେବେ ମାଟିତଳେ ପଥରର ଚଟାଣ ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି ।