Budget 2020: SC, ST, OBCଙ୍କ ପାଇଁ ବଡ଼ ଘୋଷଣା
Advertisement

Budget 2020: SC, ST, OBCଙ୍କ ପାଇଁ ବଡ଼ ଘୋଷଣା

ଅନୁସୂଚିତ ଜନଜାତିଙ୍କ ପାଇଁ ୫୩ ହଜାର ୭ଶହ କୋଟି

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ନିର୍ମଲାଙ୍କ ବହି ଖାତାରେ ବିଭିନ୍ନ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କୁ ଖୁସ୍ କରିଦେଇଛନ୍ତି କେନ୍ଦ୍ର ସରକାର । ପଛୁଆ ବର୍ଗଙ୍କ ବିକାଶ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ।  

ବଜେଟ-୨୦୨୦ରେ SC, ST ଓ  OBCଙ୍କ ପାଇଁ ବଡ଼ ଘୋଷଣା । ଏହି ସମସ୍ତ ବର୍ଗଙ୍କ ବିକାଶ ପାଇଁ ୮୫ ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କେବଳ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ ୫୩ ହଜାର ୭ଶହ କୋଟି ଟଙ୍କା ଘୋଷଣା ହୋଇଛି ।

ସଂସଦରେ ବଜେଟ ଉପସ୍ଥାପନ ବେଳେ ନିର୍ମଲା ସୀତାରମଣ କହିଛନ୍ତି, ଅର୍ଥବ୍ୟବସ୍ଥାର ଆଧାର ମଜଭୁତ ଅଟେ । ସେହିପରି ମୁଦ୍ରାସ୍ଫୀତି ମଧ୍ୟ ନିୟନ୍ତ୍ରଣରେ ରହିଛି । ଏହି ବଜେଟ ଆୟ ଓ କ୍ରୟ ଶକ୍ତି ବଢ଼ାଇବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ଲାଭଦାୟକ ରୋଜଗାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।  

ଆହୁରି ପଢ଼ନ୍ତୁ; Rail Budget 2020: ତେଜସ ପରି ଦୌଡ଼ିବ ଟ୍ରେନ