ବିଧାୟକଙ୍କୁ ଖୋଜୁଛନ୍ତି ଶରଦ
Advertisement

ବିଧାୟକଙ୍କୁ ଖୋଜୁଛନ୍ତି ଶରଦ

ଅପରାହ୍ଣରେ ବୈଠକ ଡକାଇଛନ୍ତି ଶରଦ ପାୱାର

file photo

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ରାତି ପାହିଲେ ଶିବସେନାଙ୍କ ନାମରେ ହୋଇଥାଆନ୍ତା ରାଜ୍ୟାଭିଷେକ । ଆଉ ଏ ନେଇ ଆଖିରେ ଚେନାଏ ସ୍ୱପ୍ନ ନେଇ ନିଘୋଡ଼ ନିଦରେ ଶୋଇଥିଲା ଶିବସେନା । ହେଲେ ଶନିବାରର ସୂର୍ଯ୍ୟଦୋୟ ସବୁକିଛି ବଦଳାଇ ଦେଇଥିଲା । ରାତିରାତି ବଦଳିଯାଇଥିଲା ସବୁ ଚାଲ । ଶିବସେନାଙ୍କ ଘରେ ରାତ୍ର ଭୋଜନ କରିଥିବା ଅଜିତ ପାୱାର ସକାଳ ଜଳଖିଆ ବିଜେପି ଘରେ କରିଥିଲେ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରାତିଯାଏ ଶିବସେନା ସରକାର ଗଠନ କରିବ ବୋଲି ଚର୍ଚ୍ଚା ହୋଉଥିବା ବେଳେ ରାତାରାତି ବଦଳିଯାଇଥିଲା ସବୁକିଛି । ସକାଳୁ ସକାଳୁ ସମସ୍ତଙ୍କୁ ଚକମା ଦେଇ ନାଟକୀୟ ମୋଡରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି ଦେବେନ୍ଦ୍ର ଫଡନାଭିସ । ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ବରିଷ୍ଠ ଏନସିପି ନେତା ଅଜିତ ପାୱାର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ବ୍ୟକ୍ତିଗତ ବୋଲି କହିଛି ଏନସିପି । ଆଜି ମଧ୍ୟାହ୍ନରେ ଏନସିପି ଓ ଶିବସେନା ମିଳିତ ସାମ୍ୱାଦିକ ସମ୍ମିଳନୀ କରିବେ ବୋଲି ଜଣାପଡିଛି । 

 

ସେପଟେ ଏନସିପି ନିଜର ସମସ୍ତ ଏମଏଲେଙ୍କୁ ନେଇ ଆଜି ଅପରାହ୍ଣ ୪.୩୦ରେ ବୈଠକ ଡକାଇଛି । ରାତିରାତି କିପରି ଶରଦଙ୍କ ଅଜାଣତାରେ ତାଙ୍କ ଦଳର ନେତା ବିଜେପିକୁ ସମର୍ଥନ ଜଣାଇଲେ ସେ ନେଇ ବିଧାୟକଙ୍କୁ ଛାଟ ମାରି ପାରନ୍ତି ଶରଦ । ଆଜିର ନାଟକୀୟ ଶପଥ ପାଠ ପରେ ସମସ୍ତ ବିରୋଧୀ ଦଳ ଘନ ଘନ ବୈଠକ ଡକାଉଛନ୍ତି । ଏହି ରେସରେ ପଛରେ ପଡିନି କଂଗ୍ରେସ । କଂଗ୍ରେସ ମଧ୍ୟ ନିଜ ଏମଏଲେଙ୍କୁ ନେଇ ଜରୁରୀ କାଳୀନ ବୈଠକ ଡକାଇଛି ।