ସଂଘଟିତ ହୋଇଛି ବର୍ଷର ତୃତୀୟ ତଥା ଶେଷ ସୂର୍ଯ୍ୟ ପରାଗ
Advertisement
Article Detail0/zeeodisha/odisha615552

ସଂଘଟିତ ହୋଇଛି ବର୍ଷର ତୃତୀୟ ତଥା ଶେଷ ସୂର୍ଯ୍ୟ ପରାଗ

ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯାଉଛି ।

ସଂଘଟିତ ହୋଇଛି ବର୍ଷର ତୃତୀୟ ତଥା ଶେଷ ସୂର୍ଯ୍ୟ ପରାଗ

ଭୁବନେଶ୍ୱର:  ଆଜି ସଂଗଠିତ ହୋଇଛି  ବିରଳ ସୂର୍ଯ୍ୟପରାଗ । ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯାଉଛି । ଓଡ଼ିଶାରେ ଏହାର ଆଂଶିକ ଭାବେ ଦେଖାଯାଉଛି । ସକାଳ ୮ଟା ୧୯ରୁ ଆରମ୍ଭ ହୋଇଥିବା ବେଳେ  ୯ଟା ୪୬ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ଦେଖାଯାଇଛି । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇ ଦେଇଛି । ଏହାଦ୍ୱାରା ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭାବେ ଦୃଶ୍ୟମାନ ହେଉଛି ।  ଯାହା ଅତ୍ୟନ୍ତ ବିରଳ ବୋଲି ଜଣାପଡ଼ିଛି । 

ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ୱର  ପଠାଣି ସମାନ୍ତ ପ୍ଲାନେଟୋରିୟମ୍ ରେ  ସାଧାରଣ ଲୋକଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଟେଲିସ୍କୋପ୍ ମାଧ୍ୟମରେ ଏକାଥରେ ଶତାଧିକ ଲୋକ ଗ୍ୟାଲେରୀରେ ବସି ସୂର୍ଯ୍ୟପରାଗ ଦେଖିପାରିବେ । ସିଧାସଳଖ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ମନା  । ତେଣୁ ଟେଲିସ୍କୋପରୁ ସୃଷ୍ଟି ହେଉଥିବା ପ୍ରତିବିମ୍ବକୁ ସମସ୍ତେ ଦେଖିପାରିବା ଭଳି ବନ୍ଦୋବସ୍ତ ହୋଇଛି । ଦର୍ଶକଙ୍କ ପାଇଁ ମାଇଲାର ସିଟ୍ ମଧ୍ୟ ରଖାଯାଇଛି। ଏଥିରେ ଏକକାଳୀନ ୫୦ ଜଣ ଲୋକ ଦେଖିପାରିବେ ।