ମହାରାଷ୍ଟ୍ରରେ ଚାଲିଥିବା ମହାନାଟକକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ସୋନିଆ ଗାନ୍ଧି
Advertisement

ମହାରାଷ୍ଟ୍ରରେ ଚାଲିଥିବା ମହାନାଟକକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ସୋନିଆ ଗାନ୍ଧି

ବ୍ୟାନର ଧରି ରାସ୍ତାକୁ ଓହ୍ଲାଇଛନ୍ତି ସୋନିଆ ଗାନ୍ଧି, କହିଲେ ଏପରି ନାଟକ ଗଣତନ୍ତ୍ରର ହତ୍ୟା କରୁଛି

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞାପାରମିତା ପତ୍ରୀ, ଭୁବନେଶ୍ୱର: ଦୀର୍ଘଦିନ ଧରି ଚାଲିଥିବା ମହାନାଟକ ଶେଷ ହେବାର ନାମ ଧରୁନି । ରାତାରାତି ବିଜେପି ନୂଆ ଋଣନୀତି ପ୍ରସ୍ତୁତ କରି ମହାରାଷ୍ଟ୍ର ସିଂହାସନ ହାସନ କରିଥିଲା । ହେଲେ ବିରୋଧୀ ଏହା ହେବାକୁ ଦେଇ ନ ଥିଲେ । ଗୋଟିଏ ପଟେ ବିଜେପି ଏନସିପିର ହାତ ଧରି ସରକାର ଗଠନ କରିଥିବାବେଳେ ଏନସିପି ମୁଖ୍ୟ ଏହାକୁ ଅସ୍ୱିକା କରିଥିଲେ । ଆଉ ଏହି ଛକାପଞ୍ଝା ମଧ୍ୟରେ କଥା ଯାଇ ସୁପ୍ରିମକୋର୍ଟରେ ଉଠିଥିଲା । ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ହୋଇଛି । ତେବେ ଫ୍ଲୋର ଟେଷ୍ଟ୍ ନେଇ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆସନ୍ତାକାଲି ସକାଳ ସାଢେ ୧୦ଟା ସମୟରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଶିବସେନା, କଂଗ୍ରେସ ଓ ଏନସିପିର ରିଟ୍ ପିଟିସନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉଭୟ ରାଜ୍ୟପାଳ ଓ ଅଜିତ ପାୱାରଙ୍କ ଚିଠି ୩ ଜଣିଆ ଖଣ୍ଡପୀଠ ଆଗରେ ଉପସ୍ଥାପନ କରିଥିଲେ । ଯେଉଁଥିରେ ବିଧାୟକଙ୍କ ସମର୍ଥନ ଥିବା ଦସ୍ତଖତ ରହିଛି । ବିଜେପିର ୧୦୫ ଓ ଅଜିତ ପାୱାର ୫୪ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେବା ପରେ ଫଡନଭୀସଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରାଯାଇଥିଲା ବୋଲି ସଲିସିଟର ଜେନେରାଲ କହିଛନ୍ତି । ରାଜ୍ୟପାଳଙ୍କ ନିକଟକୁ ଚିଠି ଆସିବା ପରେ ସେ ଏଭଳି ନିଷ୍ପତି ନେଇଥିଲେ । ତେବେ ଏହି ମାମଲାରେ ବିଜେପି ପାଇଁ ମୁକୁଲ ରୋହତଗୀ ଲଢୁଥିବା ବେଳେ କଂଗ୍ରେସ-ଏନସିପି ପାଇଁ ଅଭିଷେକ ମନୁ ସିଂଘଭି ଓ ଶିବସେନାର ପକ୍ଷ ରଖିଛନ୍ତି କପିଲ ଶିବଲ ।

ସେପଟେ ମହାରାଷ୍ଟ୍ରରେ ଚାଲିଥିବା ନାଟକକୁ ବିରୋଦ୍ଧ କରି ରାସ୍ତାକୁ ଓହ୍ଲାଇଛନ୍ତି ସୋନିଆ ଗାନ୍ଧି । ଏପରି ନାଟକ କରି ଗଣତନ୍ତ୍ରର ହତ୍ୟା କରାଯାଉଥିବା କହିଛନ୍ତି ସୋନିଆ । ଏବଂ ବ୍ୟାନର ଧରି ରାଲି କରୁଛନ୍ତି କଂଗ୍ରେସର ମଧ୍ୟବର୍ତ୍ତିକାଳିନ ଅଧ୍ୟକ୍ଷା ସୋନିଆ ଗାନ୍ଧି ।