ଦେଶରେ NRC ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ବୟାନ!
Advertisement
Article Detail0/zeeodisha/odisha586161

ଦେଶରେ NRC ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ବୟାନ!

୨୦୨୪ ସୁଦ୍ଧା ସାରା ଦେଶରେ NRC ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଅମିତ ଶାହ କହିଛନ୍ତି

ଦେଶରେ NRC ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ବୟାନ!

ପ୍ରକାଶ ରଂଜନ ପରିଡ଼ା, ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ କେନ୍ଦ୍ର ସରକାର ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ନୂଆ ମିଶନ ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶକୁ ଅନୁପ୍ରବେଶକାରୀ ଓ ଶରଣାର୍ଥୀ ମୁକ୍ତ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସାମରେ NRC ଲାଗୁ ହୋଇ ସାରିଛି । ୨୦୨୪ ସୁଦ୍ଧା ସାରା ଦେଶରେ NRC ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶାହ କହିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ କେନ୍ଦ୍ର ସରକାର ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ନୂଆ ମିଶନ ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶକୁ ଅନୁପ୍ରବେଶକାରୀ ଓ ଶରଣାର୍ଥୀ ମୁକ୍ତ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସାମରେ NRC ଲାଗୁ ହୋଇ ସାରିଛି ବୋଲି ହରିୟାଣାର ପାନିପଥରେ ନିର୍ବାଚନୀ ରାଲିକୁ ସମ୍ବୋଧନରେ  ଶାହ କହିଛନ୍ତି । ଆସନ୍ତା ୨୦୨୪ ସୁଦ୍ଧା ସାରା ଦେଶରେ NRC ଲାଗୁ କରି ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଅମିତ ଶାହ ସ୍ପଷ୍ଟ କରିଛନ୍ତି କି ଯେଉଁପରି ଜମ୍ମୁ କାଶ୍ମୀରର ସୁରକ୍ଷା ପାଇଁ ଧାରା ୩୭୦ ଉଚ୍ଛେଦ କରିବାର ଆବଶ୍ୟକତା ଥିଲା..ସେହିପରି ଅବୈଧ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ ନକଲେ ଭାରତୀୟଙ୍କୁ ତାଙ୍କର ହକ୍ ମିଳିବା ସମ୍ଭବପର ହେବ ନାହିଁ ବୋଲି ଶାହ କହିଛନ୍ତି । ବେଆଇନ ଭାବରେ ବିଦେଶୀ ଭାରତରେ ବସବାସ କରିବା ପଛରେ ପୂର୍ବ କଂଗ୍ରେସ ସରକାରଙ୍କ ଦୁର୍ବଳ ନୀତିକୁ ଦାୟୀ କରିଛନ୍ତି ଗୃହମନ୍ତ୍ରୀ । ଏହାସହିତ ବର୍ତ୍ତମାନ ସାରା ଦେଶରେ NRC ଲାଗୁକୁ କଂଗ୍ରେସ କାହିଁକି ବିରୋଧ କରୁଛି ବୋଲି ଶାହ ପ୍ରଶ୍ନ କରିଛନ୍ତି । ଅନୁପ୍ରବେଶକାରୀମାନେ କଂଗ୍ରେସକୁ ସମ୍ପର୍କୀୟ ପରି ଦେଖାଯାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପାଇଁ କଂଗ୍ରେସ ସରକାର ସାହସ ଜୁଟାଇ ପାରି ନଥିଲେ  । କିନ୍ତୁ ମୋଦ ସରକାର ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ସେହିପରି ଆସନ୍ତା କିଛି ବର୍ଷ ମଧ୍ୟରେ ସରକାର ଦେଶରେ NRC ଲାଗୁ କରିବାକୁ ଯାଉଛନ୍ତି ।