ଜାଣନ୍ତୁ ସାଇବର କ୍ରାଇମକୁ ରୋକିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚର କଣ ରହିଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ
Trending Photos
ଜଗନ୍ନାଥ ପାତ୍ର, କଟକ: ଆପଣଙ୍କ ପାଖକୁ ଆସିବ ଗୋଟିଏ ଫୋନ କଲ ନ ହେଲେ ଅଜଣା ମ୍ୟାସେଜ କି ମେଲରେ ଲିଙ୍କ । ଆଉ ଏହି ଅଜଣା ଫୋନ କଲକୁ ରିସିଭ ବା ଲିଙ୍କକୁ କ୍ଲିକ କରିବା ପରେ କିଛି ମୃହର୍ତ୍ତରେ ଏକାଉଣ୍ଟରୁ ଉଡିଯିବ ଟଙ୍କା । ଏବେ ଏ ଭଳି ଅପରାଧ ଏକ ପ୍ରକାର ଟ୍ରେଣ୍ଡ ମଧ୍ୟ ପାଲଟିଛି । ସାଇବର ସମ୍ପର୍କୀତ ଅପଗ୍ରେଡ୍ ଅପରାଧୀଙ୍କୁ କାବୁ କରିବା ପାଇଁ ଏବେ ଓଡ଼ିଶା ପୋଲିସ ମଧ୍ୟ ଅପଗ୍ରେଡ ହେବା ପାଇଁ ଆରମ୍ଭ କରିଛି ପ୍ରସ୍ତୁତି । ଆସନ୍ତୁ ଜାଣିବା ସାଇବର କ୍ରାଇମକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚର କଣ ରହିଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ।
ଆପଣଙ୍କ ଏକାଉଣ୍ଟରୁ କେବେ ଗାଏବ ହୋଇଛି ଟଙ୍କା ନାଁ କେବେ ବ୍ୟାଙ୍କ ସମ୍ପର୍କୀତ କୌଣସି ଅଜଣା ଫୋନ କଲ ରିସଭ କରିଛନ୍ତି କି । ନ ହେଲେ ଫୋନକୁ ଆସିଥିବା ଅଜଣା ମ୍ୟାସେଜ କି ଇମେଲ୍ର ଲିଙ୍କକୁ କ୍ଲିକ କରି ଅସୁବିଧାର ପଡିଛନ୍ତି କି । ଏ ଭଳି ସାଇବର ଅପରାଧ ଆଜିର ସମୟରେ ଏକ ବଡ ଟ୍ରେଣ୍ଡ ପାଲଟିଛି । ତେଣୁ ଅପଡେଟ ଅପରାଧିକୁ ଚେକ ଦେବା ପାଇଁ ଏବେ ପୋଲିସ ବି ହେଉଛି ଅପ ଟୁ ଡେଟ । ଏ ଭଳି ସାଙ୍ଗାତିକ ଅଭିଯୋଗ ପହଞ୍ଚିବା ମାତ୍ରେ କ୍ରାଇମବ୍ରାଞ୍ଚର ସାଇବର ସେଲ ତଦନ୍ତ ଆରମ୍ଭ କରୁଛି ସତ । ମାତ୍ର ଟେକନିକାଲ ତଦନ୍ତ ପାଇଁ ରାଜ୍ୟ ବାହାର ଉପରେ ନିର୍ଭର କରିବାକୁ ପଡୁଥିଲା । ମାତ୍ର ଏବେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ସାଇବର ଫରେନସିକ୍ ଲାବ୍ରଟୋରୀ । ଏହି ଲାବ୍ରଟ୍ରୋରୀରେ data recovery, damage hard disk,video analysis , social media analysis, cell cite analyser, password decryptio tool ଭଳି ବ୍ୟବସ୍ଥା ରହିବ । ଏଥିପାଇଁ ଅତ୍ୟାଧିନିକ ଯନ୍ତ୍ରପାତିରକୁ ମଧ୍ୟ ବ୍ୟବହାର କରାଯିବ । ଏଥିପାଇଁ ୨ ଜଣ ସାଇବର ଏକ୍ସପର୍ଟଙ୍କୁ ମଧ୍ୟ ରଖାଯିବ । ଯାହାଫଳରେ ବିଭିନ୍ନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗକୁ ଚାଲୁଥିବା ଟ୍ରେଣ୍ଡ ଉପରେ ନଜର ରଖାଯାଇପାରିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏ଼ଡିଜି ।
ସେହିପରି କୌଣସି ସାଇବର ଅପରାଧର ଶିକାର ହେଲେ ଏଣିକି ବିଭିନ୍ନ ଥାନା କି ସାଇବର ଥାନାକୁ ଦୌଡିବାକୁ ପଡିବ ନାହିଁ । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ୱେବସାଇଡ www.cybercrime.gov.in ରେ ନିଜର ଲିଖିତ ଅଭିଯୋଗ ଦାଖଲ କରିପାରିବେ । ଏବେ ସୁଧା ୨୧୬ ଜଣଙ୍କ ଅଭିଯୋଗ ପହଞ୍ଚିଥିବା ବେଳେ ତଦନ୍ତ ପକ୍ରିୟା ଜାରୀ ରହିଛି । ଏତତ୍ ବ୍ୟତିତ ସାଇବର କ୍ରାଇମ ବାବଦରେ ଅଧିକ ଲୋକ ଅଜଣା ରହିଥାନ୍ତି । ତେବେ ଲୋକଙ୍କ ସହିତ ସିଧାସଳଖ ଯୋଡି ହେବା ପାଇଁ ଫେସବୁକରେ ମଧ୍ୟ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ପେଜ ଖୋଲିବାକୁ ଯାଉଛି । ଯେଉଁଠି ପ୍ରତିଟି ସମସ୍ୟା ଓ ସଚେତନତା ଆଦି କରାଯିବ । ଏ ସବୁ ଠାରୁ ବଡ ନିଷ୍ପତ୍ତି ନେଇଛି କ୍ରାଇମବ୍ରାଞ୍ଚ ତାହା ହେଉଛି ଇନସପେକ୍ଟର ସ୍ତରର ଅଧିକାରୀଙ୍କ ସହିତ ଏବେ ସବ୍ ଇନସପେକ୍ଟ ଓ କନେଷ୍ଟବଳ ଆଦିଙ୍କୁ ମଧ୍ୟ ସାଇବର ଅପରାଧର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରାଯିବ । ଯାହା ଫଳରେ ତଦନ୍ତରେ ସମୟରେ ନିଜର ଉପରିସ୍ଥ ଅଧିକାରୀଙ୍କୁ ସହଯୋଗ କରିପାରିବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଆସନ୍ତା ୨୦୨୦ ସୁଧା ୧ ହଜାର ପୋଲିସ କର୍ମଚାରୀଙ୍କୁ ଏହି ସ୍ୱତନ୍ତ୍ର ଟ୍ରେନିଂ ପ୍ରଦାନ କରାଯିବ ।