Trending Photos
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଦେଶରେ ଏବେ ରାଜନୀତି ଜୋର ଧରିବାରେ ଲାଗିଛି। ଅଭିଯୁକ୍ତଙ୍କ ଫାଶୀର ତାରିଖ ଘୁଞ୍ଚିବା ପରେ ଉଭୟ ବିଜେପି ଓ ଆମ ଆଦମୀ ପାର୍ଟି ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ସେପଟେ ନିର୍ଭୟା ଦୋଷୀଙ୍କ ଫାଶୀର ତାରିଖ ଘୁଞ୍ଚିଲେ କେଜରିଓ୍ୱାଲ ସରକାର ଦାୟୀ ବୋଲି କହିଛନ୍ତି ନିର୍ଭୟାଙ୍କ ମା ଆଶା ଦେବୀ।
ଅଧିକ ପଢନ୍ତୁ: ଖାରଜ ହେଲା ରାଜକ୍ଷମା, ଖୁବଶୀଘ୍ର ଫାଶୀ
ଆଶା ଦେବୀ କହିଛନ୍ତି କି, ଆରମ୍ଭରୁ ମୁଁ କାହାଠାରୁ ସୁରକ୍ଷା ଚାହିଁ ନଥିଲି। କାହା ନିକଟକୁ ମଧ୍ୟ ଯାଇନଥିଲି। ୨୦୧୨ ମସିହାରେ ଘଟଣା ଘଟିବା ପରେ ଏହି ଲୋକମାନେ ହାତରେ ମହମବତୀ ଧରି ନାରୀ ସୁରକ୍ଷା ପାଇଁ ଦାବି କରିଆସୁଥିଲେ। ଆଜି ସେମାନେ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ନେଇ ରାଜନୀତି କରୁଛନ୍ତି। ନିଜର ଫାଇଦା ପାଇଁ ଏମାନେ ଏହାକୁ କଟାକ୍ଷ କରୁଛନ୍ତି। ଏଭଳି ସ୍ଥିତିରେ କେବଳ ଆମେ ହିଁ ଦଣ୍ଡ ପାଉଛୁ ବୋଲି ଆଶା ଦେବୀ କହିଛନ୍ତି।
#WATCH Asha Devi, mother of 2012 Delhi gang-rape victim: Till now, I never talked about politics, but now I want to say that those people who held protests on streets in 2012, today the same people are only playing with my daughter's death for political gains. pic.twitter.com/FvaC89TwKI
— ANI (@ANI) January 17, 2020
ସେ ଆହୁରି ମଧ୍ୟ କହିଛନ୍ତି କି, ଆଗକୁ ଦିଲ୍ଲୀ ନିର୍ବାଚନ ରହିଛି। ଏଥିପାଇଁ ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ବର୍ତ୍ତମାନ ରାଜନୈତିକ ଫାଇଦା ପାଇଁ ସେମାନେ ଖେଳୁଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି, ୨୦୧୪ରେ ନିର୍ବାଚନରେ ନିର୍ବାଚନୀ ପ୍ରଚାର ସମୟରେ ମୋଦି କହିଥିଲେ କି, ବହୁତ ହୁଆ ନାରୀ ପେ ଓ୍ୱାର, ଅବକି ବାର ମୋଦି ସରକାର। ଏହି ନାରାର ସତ୍ୟତା ପ୍ରମାଣ କରନ୍ତୁ। ଆଜିର ଏହି ନିୟମରେ ଦୟାକରି ପରିବର୍ତ୍ତନ ଆଣନ୍ତୁ ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ: ନିର୍ଭୟା ମାମଲା: ଆଜି ଆସିପାରେ ଫାଶୀ ପାଇଁ ନୂଆ ତାରିଖ
ସେହିପରି ନିର୍ଭୟାଙ୍କ ବାପା ମଧ୍ୟ ଏହି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଘଟଣା ଘଟିବାର ଦୀର୍ଘଦିନ ପର୍ଯ୍ୟନ୍ତ ଆମେମାନେ କୋର୍ଟକୁ ଯାଇ ନଥିଲୁ। ମାମଲା ସେହିଭଳି ପଡି ରହିଥିଲା। ତେବେ ଆମେ କୋର୍ଟକୁ ଯିବା ପରେ ଦିଲ୍ଲୀ ସରକାର ତତ୍ପର ଦେଖାଇଛନ୍ତି। ଆଗରୁ କାହିଁକି ଆବେଦନ କଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ ପଟିଆଲା ହାଉସ କୋର୍ଟ ଗତ ୭ ତାରିଖରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ସହିତ ଡେଥ ଓ୍ୱାରେଣ୍ଟ ମଧ୍ୟ ଜାରି କରିଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ମୁକେଶ ଏବଂ ବିନୟ ଆବେଦନ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଥିଲା। ପରେ ମୁକେଶ ରାଜକ୍ଷମା ପାଇଁ ମଧ୍ୟ ଆବେଦନ କରିଥିଲା। ଯାହା ଆଜି ଖାରଜ ହୋଇଯାଇଛି।
ଅଭିଯୁକ୍ତମାନେ ଫାଶୀରୁ ବର୍ତ୍ତିବା ପାଇଁ ନ୍ୟାୟିକ ବ୍ୟବସ୍ଥାର ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ମାତ୍ର ସବୁ ପ୍ରୟାସରେ ବିଫଳ ହେବା ସହିତ ସେମାନେ ଫାଶୀଖୁଣ୍ଟରେ ଝୁଲିବା ଏକ ପ୍ରକାର ନିଶ୍ଚିତ ହୋଇଛି।