୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ
Advertisement
Article Detail0/zeeodisha/odisha614136

୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ

ନାଗରିକ ମଞ୍ଚ  ଓ ବଙ୍ଗୋମୁଣ୍ଡl  ପଞ୍ଚାୟତବାସୀଙ୍କ ଦ୍ୱାରା ଏହି ବନ୍ଦ ପାଳନ କରାଯାଉଛି

୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପଖଣ୍ଡ ବଙ୍ଗୋମୁଣ୍ଡା ବ୍ଲକରେ ୩ ଦଫା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ନାଗରିକ ମଞ୍ଚ  ଓ ବଙ୍ଗୋମୁଣ୍ଡl  ପଞ୍ଚାୟତବାସୀଙ୍କ ଦ୍ୱାରା ଏହି ବନ୍ଦ ପାଳନ କରାଯାଉଛି । ଫଳରେ ଗାଡି ଚଳାଚଳ ବନ୍ଦ ରହିବା ସହ ସମସ୍ତ ସରକାରୀ  ଓ ବେସରକାରୀ  ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ବିଭିନ୍ନ ଦାବି ନେଇ  ଗତ ୫ ତାରିଖରେ  ଅତିରିକ୍ତ ତହସିଲଦାରଙ୍କ  ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

୧୪ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ  ଦିଆଯାଇଥିଲା । ତେବେ ଏନେଇ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ବନ୍ଦ ପାଳନ କରାଯାଉଛି ।