ନୂଆବର୍ଷରେ ନିଅନ୍ତୁ ଏହି ସଂକଳ୍ପ...
Advertisement

ନୂଆବର୍ଷରେ ନିଅନ୍ତୁ ଏହି ସଂକଳ୍ପ...

ଘଣ୍ଟାର ଟିକଟିକ ଶବ୍ଦ  ସହ ମାତ୍ର କେଇ ଘଣ୍ଟା ପରେ ଶେଷ ହୋଇଯିବ ବର୍ଷ ୨୦୧୯ । 

ନୂଆବର୍ଷରେ ନିଅନ୍ତୁ ଏହି ସଂକଳ୍ପ...

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଘଣ୍ଟାର ଟିକଟିକ ଶବ୍ଦ  ସହ ମାତ୍ର କେଇ ଘଣ୍ଟା ପରେ ଶେଷ ହୋଇଯିବ ବର୍ଷ ୨୦୧୯। ନେଇ ଆସିବ ନୂତନ ଆଶା ନୂଆ ଉନ୍ମାଦନା ସହ ଆଉ ଏକ ବର୍ଷ । ଚାରିଆଡେ ଖାଲି ନୂଆ ନୂଆ । ଆପଣ ନିହାତି ଭୁଲିଯିବେ ବିଦାୟ ବର୍ଷର ଦୁଃଖ । ନୂଆକୁ ସ୍ୱାଗତ କରିବାର ଆନନ୍ଦରେ ମନ ଓ ହୃଦୟ ଖୋଜିବ କିଛି ନୂଆ ସମ୍ଭାଷଣ, ଏହାରି ଭିତରେ ପୁରୁଣାକୁ ଭୁଲି କିଛି ନୂଆ କରିବାର ଅଭିପ୍ରାୟ ମନରେ ପ୍ରାଣରେ ଜାଗ୍ରତ ହେବ । ଅତୀତରେ ଘଟିଯାଇଥିବା ଖରାପ ଘଟଣାକୁ ଆପଣ ଭୁଲିବା ପାଇଁ ନିହାତି ଚେଷ୍ଟା କରିବେ। ନୂଆ କରିବା ନିଜର ପୁରୁଣା ବ୍ୟବହାରରେ ପରିବର୍ତ୍ତନ ଆଣିବା ସଂକଳ୍ପ ଆପଣଙ୍କ ପାଇଁ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା ନୂଆବର୍ଷ ରେ ନିଜ ପାଇଁ  କେଉଁସବୁ ଶପଥ ନେବା ଜରୁରୀ । 

 

  1.  ପ୍ରଥମେ ନିଜର ପୁରୁଣା ବଦ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।
  2. ଆପଣ ଯେଉଁ କାମ ବା ଲକ୍ଷ୍ୟ ସ୍ଥଳରେ ପହଁଚିବା ପାଇଁ ସଂଙ୍ଘର୍ଷ କରୁଛନ୍ତି ସେଥିପାଇଁ ନିଷ୍ଠାର ସହ ଏକାଗ୍ରତାର ସହ କଠୋର ପରିଶ୍ରମ କରିବା ଜରୁରୀ ।
  3.  ଯଦି ଆପଣ ଧୂମପାନ କିମ୍ବା ନିଶା ଦ୍ରବ୍ୟ ସେବନ କରୁଛନ୍ତି ନୂଆବର୍ଷରେ ଶପଥ  ନିଅନ୍ତୁ ସେ ସବୁ ବଦ ଅଭ୍ୟାସକୁ ନିଶ୍ଚୟ ପରିତ୍ୟାଗ କରିବେ ।
  4.  ଯଦି ଆପଣ ନିଜ ବୟସ ତୁଳନାରେ ଖୁବ ଅଧିକ ଓଜନଦାର । ତେବେ ଚେଷ୍ଟା କରନ୍ତୁ ଯୋଗ, ବ୍ୟାୟାମ, କିମ୍ବା ପ୍ରାଣାୟମ କରି ନିଜର ଓଜନ କିମ୍ବା ମେଦବହୁଳତା  ହ୍ରାସ କରିବେ । 
  5.  ଅନେକଙ୍କ ମନ ଭିତରେ କୌଣସି ନାଁ କୌଣସି କାରଣ କୁ ନେଇ ଭୟ କିମ୍ବା ଦ୍ୱନ୍ଦ ଥାଏ । ତେବେ ନିଜକୁ ଶପଥ କରନ୍ତୁ  ମନଭିତରେ ଥିବା ସମସ୍ତ ଦ୍ୱନ୍ଦକୁ ଦୂରେଇ ଦେବେ । ଏବଂ ମନ ଭିତରେ ଥିବା ସମସ୍ତ ଭୟକୁ ସାମ୍ନା କରିବେ  ।  
  6.  ନିଜର ବଦ ଖର୍ଚ୍ଚ କମ୍ କରି କିଛି କିଛି ସଞ୍ଚୟ  କରିବା ଲାଗି ଶପଥ କରନ୍ତୁ ।  ଏହା ଆପଣଙ୍କ ଲାଗି   ବେଶ ଲାଭଦାୟକ ହେବ ।
  7.  ଯଦି ଆପଣ ନିଜ ପରିବାର ଲୋକଙ୍କ ଠାରୁ ଦୂରରେ କିମ୍ବା କର୍ମମୟ ଜୀବନରେ ପରିବାର ଲୋକଙ୍କୁ ସମୟ ଦେଇପାରୁ ନାହାଁନ୍ତି ତେବେ ନିଶ୍ଚୟ ଶପଥ  ନିଅନ୍ତୁ ନୂଆବର୍ଷରେ  ପରିବାର ଲୋକଙ୍କ ପାଇଁ ଆପଣ ସମୟ ବାହାର କରିବେ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନିଜକୁ ସମୟ ଦେବାପାଇଁ ଚେଷ୍ଟା କରନ୍ତୁ।
  8.  ପୂରୁଣା ବର୍ଷରେ ଯେଉଁ କାମ ଅଧାରେ ଛାଡିଛନ୍ତି ତାକୁ ଚେଷ୍ଟା କରନ୍ତୁ ସେ ସମସ୍ତ କାମକୁ କିଭଳି ପୂରଣ କରିବେ ।
  9.   ନିଜ ଜୀବନକୁ ନେଇ ସବୁବେଳେ ସକାରାତ୍ମକ ମନଭାବ ଏବଂ ଖୁସି ହେବା ଶିଖିବା ନିହାତି ଆବଶ୍ୟକ, ତେବେ ନୂଆ ବର୍ଷରେ ଆପଣଶପଥ  ନିଅନ୍ତୁ ନିଜ ଜୀବନରେ ଆପଣ ଯାହାବି  ଅଛନ୍ତି, ଯାହା ବି ପାଇଛନ୍ତି ସେତିକିରେ ସବୁବେଳେ ସନ୍ତୁଷ୍ଟି ହେବେ।