ଟିଡିପିକୁ ଝଟକା, ପଦ୍ମ ପୋଖରୀରେ ପୂର୍ବତନ ମନ୍ତ୍ରୀ
Advertisement
Article Detail0/zeeodisha/odisha587594

ଟିଡିପିକୁ ଝଟକା, ପଦ୍ମ ପୋଖରୀରେ ପୂର୍ବତନ ମନ୍ତ୍ରୀ

ଟିଡିପିକୁ ବଡ ଝଟକା । ବିଜେପିରେ ସାମିଲ ହେଲା ଦଳର ବରିଷ୍ଠ ନେତା ।

TDP leader Adinarayana Reddy joins BJP

ନୂଆଦିଲ୍ଲୀ: ଟିଡିପିକୁ ବଡ ଝଟକା । ବିଜେପିରେ ସାମିଲ ହେଲା ଦଳର ବରିଷ୍ଠ ନେତା । ଚନ୍ଦ୍ରବାବୁ ସରକାର ସମୟରେ ମନ୍ତ୍ରୀ ଥିବା ଆଦିନାରାୟଣ ରେଡ୍ଡୀ ଦଳ ଛାଡିଛନ୍ତି । ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । 

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାୟଡୁଙ୍କୁ ତୁହାକୁ ତୁହା ଝଟକା ଲାଗୁଛି । ଆନ୍ଧ୍ରରେ ଜଗନ ସରକାର ଆସିବା ପରେ ସତେ ଯେମିତି ଟିଡିପି ଘାଇଲା ହେଉଛି । ଦଳରୁ ମୁହଁ ଫେରାଇ ନେଉଛନ୍ତି ବରିଷ୍ଠ ନେତା । ଆଉ ଆଜି ଏପରି ଏକ ବଡ ଝଟକା ଖାଇଛି ଚନ୍ଦ୍ରବାବୁ ନାୟଡୁଙ୍କ ଦଳ ଟିଡିପି । ଦଳର ବରିଷ୍ଠ ନେତା ଆଦିନାରାୟଣ ରେଡ୍ଡୀ ବିଜେପିରେ ସାମିଲ ହୋଇଛନ୍ତି । 

କହିରଖୁଛୁ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି) ନେତା ଚନ୍ଦ୍ରବାବୁ ନାୟଡୁଙ୍କ ନାଁରେ ଗତକାଲି ଏତଲା ଦିଆଯାଇଛି । ଗୁଣ୍ଟୁରରେ ଏହି ଏତଲା ଦେଇଛି ୱାଇଏସଆର କଂଗ୍ରେସ । ରାଜ୍ୟ ପୋଲିସ ଉପରେ ଅସଂସଦୀୟ ଭାଷା ପ୍ରୟୋଗ କରିବା ନେଇ ଚନ୍ଦ୍ରବାବୁଙ୍କ ନାଁରେ ଅଭିଯୋଗ ଆଣିଛି ଦଳ । ଏଥିପାଇଁ ରାଜ୍ୟ ପୋଲିସର ମନୋବଳ ହ୍ରାସ ପାଇଛି । ତେଣୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି । 

ଆନ୍ଧ୍ରପ୍ରଦେଶରେ ଯେବେଠୁ ୱାଇଏସଆର କଂଗ୍ରେସ ସରକାର ଗଢିଛି, ସେବେଠୁ ଚନ୍ଦ୍ରବାବୁ ନାୟଡୁଙ୍କ ସମୟ ଠିକ ଚାଲୁନାହିଁ । ବହୁ ସମସ୍ୟା ଦେଇ ଗତି କରୁଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ହୋଇପାରେ ଏଇଥିପାଇଁ ବିଗତ ଦିନରେ ପୋଲିସ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ହମଲା କରିଥିଲେ ଚନ୍ଦ୍ରବାବୁ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ନେତା ଜଗନ ମୋହନ ରେଡ୍ଡୀଙ୍କୁ ସାଇକୋ ବୋଲି କହିଥିଲେ ଚନ୍ଦ୍ରବାବୁ । 

ଚନ୍ଦ୍ରବାବୁ ନାୟଡୁ ଆହୁରି ମଧ୍ୟ କହିଥିଲେ, ''ୱାଇଏସଆରସିପି ସରକାର ରାଜ୍ୟରେ ଜନବିରୋଧୀ ନୀତିସବୁ ଲାଗୁ କରୁଛନ୍ତି । ବିରୋଧୀ ଦଳ ନେତାମାନଙ୍କ ଉପରେ ଲଗାତାର ମକଦ୍ଦମା କରାଯାଉଛି । ମୁଁ ସେମାନଙ୍କ ପାଇଁ ଭଲ, ଯିଏ ମୋ ପାଇଁ ଭଲ । ଜଗନ ଏକ ସାଇକୋ ପରି  କାମ କରୁଛନ୍ତି । ''