ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା
Advertisement

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା

ଈଶ୍ଵରଙ୍କ ସୃଷ୍ଟି ବଡ଼ ବିଚିତ୍ର

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା

ଅନୁଗୋଳ: ଈଶ୍ଵରଙ୍କ ସୃଷ୍ଟି ବଡ଼ ବିଚିତ୍ର । ବେଶୀ ସୁସ୍ଥ ସବଳ ଥାଇ ମଧ୍ୟ ହାତରେ କପଡ଼ା ଗୁଡାଇ କୁଷ୍ଠ ରୋଗୀ ସାଜି ହେଉ କି ଆଖିକୁ ଦେଖା ଯାଉ ନାହିଁ କହି, ଅକ୍ଷମର ଅଭିନୟ କରି ଲୋକଙ୍କୁ ହାତ ପତାଇ ଅର୍ଥ ରୋଜଗାର କରୁଛନ୍ତି । ଏପରି କ୍ଷେତ୍ରରେ ଅନୁଗୋଳ ସହରରେ ଜଣେ ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଦୁଇ ଆଖିକୁ ଦେଖା ଯାଉ ନଥିବା ସତ୍ତ୍ୱେ ମୋଚି କାମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । 

ଆଠମଲ୍ଲିକର ଟେରା ମେହେର ଜନ୍ମରୁ ଅନ୍ଧ । ୧୨ ବର୍ଷ ବୟସରୁ ବାପାଙ୍କ ଦୋକାନରେ ବସି ଜୋତା, ବ୍ୟାଗ ଆଦି ମରାମତି କରିବା ଶିଖିଥିଲେ ।  ବାହାଘର ପରଠାରୁ ବାପା-ମା'ଙ୍କ ଠାରୁ ଭିନ୍ନ ହୋଇ ଆରମ୍ଭ କରିଥିଲେ ସଂଘର୍ଷମୟ ଜୀବନ ।  ଅନ୍ଧ ହେଲେ ମଧ୍ୟ କାହା ଆଗରେ ହାତ ପତାଇବାକୁ ଉଚିତ୍ ମନେ କରି ନଥିଲେ ଟେରା ।  ପ୍ରଥମେ ଢେଙ୍କାନାଳ ଜିଲ୍ଲା ଭୂଷଣ ଅଞ୍ଚଳରେ କାମ କରିଥିଲେ ।  ସେଠାରୁ ଆସି ଏବେ ଅନୁଗୋଳ ଅମଲାପଡାରେ ନିଜ ପସରା ବସାଇଛନ୍ତି  । ରୋଜଗାର କହିଲେ ଦିନକୁ ପ୍ରାୟ ୧୫୦ ରୁ ୨୦୦ ଟଙ୍କା  ।  ସରକାରୀ ଭତ୍ତା ବୋଲି କିଛି ନାହିଁ । ଏଥିରୁ ଯାହା ରୋଜଗାର ହୁଏ , ସେଥିରେ ନିଜର ୪ ପୁଅ ଝିଅ  ଓ  ସ୍ତ୍ରୀଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି । ଏଥିରୁ ଜଣେ ଝିଅଙ୍କ ବାହାଘର ମଧ୍ୟ କରି କରି ସାରିଲେଣି ଟେରା ମେହେର ।

ଆଜିର ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ପରିଶ୍ରମ ନକରି ଲୋକଙ୍କୁ ଠକି ଭଣ୍ଡି ଭିକ୍ଷାବୃତ୍ତି କରି ଟଙ୍କା ରୋଜଗାର କରୁଛନ୍ତି । ହେଲେ ଟେରା, ଅନ୍ଧ ହୋଇ ମଧ୍ୟ ପରିଶ୍ରମ କରି ଅର୍ଥ ରୋଜଗାର କରୁଥିବାରୁ ବହୁ ଲୋକ ପ୍ରଶଂସା କରିଥାନ୍ତି ।  ଟେରା ବେଶ୍ ନିପୁଣତାର ସହ ମଧ୍ୟ କାମ କରି ଦେଉଥିବାରୁ ତାଙ୍କ ପାଖକୁ ଜୋତା, ବ୍ୟାଗ୍ ଆଦି ମରାମତି କରି ଆସୁଥିବା ଲୋକ ସନ୍ତୁଷ୍ଟ ମଧ୍ୟ ହୁଅନ୍ତି । ଟେରାଙ୍କୁ ଜୋତା ଓ ବ୍ୟାଗ ଆଦିର ଯେଉଁ ସ୍ଥାନଟି ମରାମତି କରିବାର ଅଛି, ସେହି ସ୍ଥାନଟି ହାତରେ ଧରେଇ ଦେଲେ ସେ ଅତି ସହଜରେ ଆଖି ଥିଲା ଭଳି କାମ କରି ନିଅନ୍ତି । ଆଉ ଗ୍ରାହକ ମଧ୍ୟ ବେଶ୍ ସନ୍ତୁଷ୍ଟ ହୋଇ ପ୍ରକୃତ ଦାମ୍ ଦେଇ ଦିଅନ୍ତି ।