ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଙ୍କେତ
ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡିଲେ ଭବିଷ୍ୟତରେ କଣ ଘଟିବ ତାହା ଜଣାଇ ଦିଏ I
Trending Photos
)
ଭୁବନେଶ୍ୱର: ଘରର କବାଟ କଣ ହେଉ ଅବା ଝରକା କାନ୍ଥରେ ଝିଟିପିଟି ବୁଲୁଥିବାର ପ୍ରାୟତଃ ଦେଖିବାକୁ ମିଳିଥାଏ I ଶକୁନ ଶାସ୍ତ୍ର ଅନୁସାରେ ଝିଟିପିଟି ଏପରି ଏକ ଜୀବ ଯିଏ ଭବିଷ୍ୟତର ସଙ୍କେତ ଦେଇଥାଏ I ଏହା ଶରୀରର କୌଣସି ଅଙ୍ଗରେ ପଡିଲେ ଭବିଷ୍ୟତରେ କଣ ଘଟିବ ତାହା ଜଣାଇ ଦିଏ I ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ ଜାଣିବା ସେ ସମ୍ପର୍କରେ I
- ପୁରୁଷର ଡାହାଣ ହାତରେ ଝିଟିପିଟି ପଡିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ I
- ପୁରୁଷର ମୁଣ୍ଡ ଉପରେ କିମ୍ବା ଡାହାଣ ହାତରେ ଝିଟିପିଟି ପଡିଲେ ମାନ ମିଳିଥାଏ I
- ଝିଟିପିଟି ଯଦି ଡାହାଣ ହାତରୁ ଚଢି ବାମ ହାତରେ ପଡେ ତେବେ ଭବିଷ୍ୟତ ରେ ଧନ ଲାଭ ଯୋଗ ରହିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି I
- ଆଣ୍ଠୁ ଉପରେ ଝିଟିପିଟି ପଡିଲେ ଭବିଷ୍ୟତରେ ସୁଖ ମିଳିବ
- ମହିଳା ଉପରେ ଝିଟିପିଟି ପଡିବାର ସଂକେତ
- ମହିଳା ମାନଙ୍କର ବାମ ହାତରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି I
- ଝିଟିପିଟି ଝଗଡା କରୁଥିବାର ଦେଖିଲେ , ଆଗକୁ ଝଗଡା ହେବାର ସୂଚନା ହୋଇଥାଏ I
- ଭୋଜନ କରୁଥିବା ସମୟରେ ଝିଟିପିଟି ଦେଖିବା ଶୁଭ ହୋଇଥାଏ
More Stories