ଗର୍ବର ସହ କହୁଛି, ମୁଁ ହିନ୍ଦୁ...
Advertisement

ଗର୍ବର ସହ କହୁଛି, ମୁଁ ହିନ୍ଦୁ...

ଇଂଲଣ୍ଡର ଅର୍ଥମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଇଂଲଣ୍ଡର ଅର୍ଥମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଯଦିଓ ସେ ଇଂଲଣ୍ଡ ନାଗରିକ, ତେବେ ତାଙ୍କ ଭିତରେ ଏବେ ବି ଭରିରହିଛି ଭାରତୀୟତାର ଛିଟା । ସିଏ ଧର୍ମ ହେଉ କି ସଂସ୍କୃତି,  ଆଜି ବି ଏସବୁରୁ ଦୂରେଇ ପାରିନାହାଁନ୍ତି ସୁନକ । ଏକ ଖ୍ରୀଷ୍ଟିୟାନ ଦେଶରେ ରହୁଥିଲେ ମଧ୍ୟ ସବୁବେଳେ ଭାରତର ମାନ ରଖି ଆସିଛନ୍ତି । ଯେତେବେଳେ ସିଏ ସାଂସଦ ଭାବେ ଶପଥ ନେଇଥାନ୍ତି, ସେତେବେଳେ ହିନ୍ଦୁଧର୍ମର ପବିତ୍ର ଗ୍ରନ୍ଥ ଗୀତା ଉପରେ ହାତ ରଖି ହିଁ ଶପଥ ନିଅନ୍ତି । 

ବିରୋଧ କରୁଥିବା ଇଂରେଜଙ୍କୁ କଡ଼ା ଜବାବ ଦିଅନ୍ତି ସୁନକ

ଋଷି ସୁନକ ଗୀତା ଉପରେ ହାତ ରଖି ଶପଥ ନେବା ଘଟଣାକୁ ସହଜରେ ଗ୍ରହଣ କରିପାରନ୍ତିନି କିଛି ଇଂରେଜ ନାଗରିକ । ଏନେଇ ସୁନକଙ୍କୁ ବିରୋଧ ମଧ୍ୟ କରନ୍ତି । ତେବେ ଏହାର କୌଣସି ପ୍ରଭାବ ସୁନକଙ୍କ ଉପରେ ପଡ଼ି ନଥାଏ । ଏକ ବ୍ରିଟେନ ଖବର କାଗଜର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଋଷି ସୁନକ କହିଥିଲେ,  ମୁଁ ଗର୍ବର ସହ କହୁଛି, ମୁଁ ଏବେ ଇଂଲଣ୍ଡର ନାଗରିକ । କିନ୍ତୁ ମୋ ଧର୍ମ ହିନ୍ଦୁ । ମୋର ଧାର୍ମିକ ଓ ସାଂସ୍କୃତିକ ଉତ୍ତରାଧିକାରୀ ଭାରତୀୟ ଅଟନ୍ତି । ମୁଁ ଗର୍ବର ସହ କୁହେ ମୁଁ ହିନ୍ଦୁ ଏବଂ ମୋ ପରିଚୟ ମଧ୍ୟ ହିନ୍ଦୁ । 

କିଏ ସେହି ଋଷି ସୁନକ ?

ଇନଫୋସିସ୍‌ ପ୍ରତିଷ୍ଠାତା ତଥା ଭାରତର ବିଶିଷ୍ଟ ଶିଳ୍ପପତି ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ ହେଉଛନ୍ତି ଋଷି ସୁନକ । ୩୯ ବର୍ଷୀୟ ଋଷି ସୁନକ ପୂର୍ବରୁ ବ୍ରିଟେନ୍‌ର ଟ୍ରେଜେରୀ ବିଭାଗର ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଆହୁରି ପଢ଼ନ୍ତୁ; ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ବଦଲା କାହାଣୀ