ଲକଡାଉନ ପରେ ସ୍ୱାଭାବିକ ହେଉଛି ପର୍ଯ୍ୟଟନ
Advertisement
Article Detail0/zeeodisha/odisha841550

ଲକଡାଉନ ପରେ ସ୍ୱାଭାବିକ ହେଉଛି ପର୍ଯ୍ୟଟନ

ଓଡିଶାର ସର୍ବବୃହତ ୱଟରପାର୍କ (Water Park) ଭାବେ ପରିଚିତ ୱାଣ୍ଡର ୱର୍ଲଡ ୱଟରପାର୍କର ମନୋରମ ଦୃଶ୍ଯ।

ଲକଡାଉନ ପରେ ସ୍ୱାଭାବିକ ହେଉଛି ପର୍ଯ୍ୟଟନ

ସଞ୍ଜୟ ମହାପାତ୍ର, ପୁରୀ: କୋରୋନା ମହାମାରୀ (Corona Pandemic) ନିୟନ୍ତ୍ରଣକୁ ଆସିବା ପରେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର (Sri Mandir)। ଖୋଲିଛି ପର୍ଯ୍ଯଟନ କ୍ଷେତ୍ର (Tourism)। ଏଠାରେ ହଜାର ହଜାର ଭକ୍ତ, ଦର୍ଶନାର୍ଥି ଓ ପର୍ଯ୍ଯଟକଙ୍କର ଜମୁଛି ବେଶ୍ ଗହଳିଚହଳି। ଏବେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ପୁରୀ ସନ୍ନିକଟ ମାଳତୀପାଟପୁରର (Malatipatpur) ୱାଣ୍ଡର ୱର୍ଲଡ ୱଟରପାର୍କ (Wonder World Waterpark)। ଓଡିଶାର ସର୍ବବୃହତ ୱଟରପାର୍କରେ (WaterPark) ଜଳକ୍ରୀଡା (Water Sports), ହାଇଫାଇ ଏକମୋଡେଶନ, ହାଇଜେନିକ ରେଷ୍ଟୁରା, ବିଭିନ୍ନ କିଶମର ବୃକ୍ଷରାଜୀ ସହ ଆକର୍ଷଣୀୟ ସବୁଜ ପରିବେଶ ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିଛି। ଏଥିସହ ସେଠାରେ ରହିଛି ବିରଳ ପ୍ରଜାତିର ହଂସ ଆଉ କୁକୁଡା ଫାର୍ମହାଉସ। ଯାହା କେବଳ ଯୁବପିଢ଼ି କି ଶିଶୁ ମାନଙ୍କୁ ନୁହେଁ ବରିଷ୍ଠ ନାଗରିକଙ୍କୁ ବି ଦେଉଛି ଭରପୁର ଆନନ୍ଦ। 

ଅଧିକ ପଢନ୍ତୁ: ଆସନ୍ତା ୯ ତାରିଖରୁ ବଦଳିବ ଏହି ରାଶିଙ୍କ ଭାଗ୍ୟ, ଗ୍ରହ ପ୍ରବେଶ କାରଣରୁ ଦେଶରେ ଦେଖାଦେବ ଅରାଜକତା !

ଓଡିଶାର ସର୍ବବୃହତ ୱଟରପାର୍କ (Water Park) ଭାବେ ପରିଚିତ ୱାଣ୍ଡର ୱର୍ଲଡ ୱଟରପାର୍କର ମନୋରମ ଦୃଶ୍ଯ। ପର୍ଯ୍ଯଟକଙ୍କୁ ଆନନ୍ଦ ଦେବା ପାଇଁ ଯେମିତି ପ୍ରସ୍ତୁତ ହୋଇ ରହିଛି ଏହି ୱଟରପାର୍କ। ପ୍ରାୟ ୨୨ଏକର ପରିମିତ ଯାଗା ଉପରେ ରହିଛି ବିସ୍ତିର୍ଣ୍ଣ ଗ୍ରୀନେରୀ। ଗଛପତ୍ର ଆଉ ସଜଫୁଲରେ ଯେମିତି ସଜେଇ ହୋଇଛି ପାର୍କ। ଅନୁକୂଳ ପରିବେଶ ପାଇଁ ଇକୋ ରିଟ୍ରିଟ ଢାଞ୍ଚାରେ ନିର୍ମାଣ କରାଯାଇଛି। ଏହା ଭିତରେ ଜଳକ୍ରୀଡା ପାଇଁ ଖୋଲାଯାଇଛି କିଟ୍ ପୁଲ, ଫ୍ଯାମିଲି ପୁଲ, wave pool, land pool, rain dance, disco dance, ସେଣ୍ଟ୍ରାଲ ପୁଲ ସହ ଅନେକ ଆକର୍ଷଣୀୟ ୟୁନିଟ ମଧ୍ୟ ରହିଛି।  

ଅଧିକ ପଢନ୍ତୁ: ବିଶ୍ୱସ୍ତରୀୟ ସରକାରଙ୍କ ବେଆଇନ ଆବିଷ୍କାର!

କେବଳ ଯୁବପିଢ଼ି କି ଶିଶୁମାନେ ନୁହନ୍ତି ବରିଷ୍ଠ ନାଗରିକ ମାନେ ମଧ୍ୟ ଜଳକ୍ରୀଡାର ବେଶ୍ ମଜା ଉଠାଇ ପାରିବେ। ସେପଟେ ୱଟରପାର୍କ ଭିତରେ ପର୍ଯ୍ଯଟକଙ୍କୁ ଅଧିକ ଆକର୍ଷିତ କରିଛି ବିରଳ ପ୍ରଜାତୀର ହଂସ ଆଉ କୁକୁଡା। ଯାହା ଦେଖିବାକୁ ସାଧାରଣ ହଂସ ଓ କୁକୁଡାଙ୍କ ଠାରୁ ସମ୍ପୂର୍ଣ୍ଣ ଭିର୍ଣ୍ଣ। ସେପଟେ ପର୍ଯ୍ଯଟକଙ୍କ ମନୋରଞ୍ଜନ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଯାଉଛି। ଏମିତିକି ଆଗକୁ ପର୍ଯ୍ଯଟକ ମାନେ ଏଠାରେ ବୋଟିଂ ସୁବିଧା ପାଇପାରିବେ। ଏଥିପାଇଁ ଆଉ ୨୦ଏକର ପରିମିତ ଯାଗାରେ ଜଳାଶୟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା କହିଛନ୍ତି ସଂସ୍ଥାର ଜିଏମ୍।

ଅଧିକ ପଢନ୍ତୁ: ଉପକୂଳ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀକୁ ନେଇ ତେଜିଲା ରାଜନୀତି

ସେପଟେ ପର୍ଯ୍ଯଟକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ମଧ୍ୟ ବେଶ୍ ଯତ୍ନବାନ ଅଛନ୍ତି ୱଣ୍ଡର ୱଲଡ ୱଟରପାର୍କ କର୍ତ୍ତୃପକ୍ଷ। ଓଡିଶାର ଏହି ସର୍ବବୃହତ ୱଟରପାର୍କରେ ଜଳକ୍ରୀଡା  ସହ ରହିବା ଓ ଖାଇବା ପାଇଁ ମଧ୍ୟ ରହିଛି ସ୍ୱତନ୍ତ୍ର ବ୍ଯବସ୍ଥା। ଅଢେଇ ହଜାରରୁ ପାଞ୍ଚହଜାର ମଧ୍ୟରେ ଏକମୋଡେଶନ ମିଳିଯାଉଥିବା ବେଳେ ରେଷ୍ଟୁରାରେ ମିଳିଯାଉଛି ସୁସ୍ୱାଦୁ ହାଇଜେନିକ ଖାଦ୍ଯ। କେବଳ ସେତିକି ନୁହେଁ ଜଳକ୍ରୀଡା ସମୟରେ ଦୁର୍ଘଟଣା ଜନିତ ସମସ୍ୟା ହେଉ କି କୌଣସି ବିବାଦ ସବୁର ସଠିକ ପରିଚାଳନା ପାଇଁ ରହିଛି ଉପଯୁକ୍ତ ବ୍ଯବସ୍ଥା। ଦୁର୍ଘଟଣା ପାଇଁ ଲାଇଫଗାର୍ଡ ମୁତୟନ ହୋଇଥିବା ବେଳେ ଖୋଲାଯାଇଛି ଫାଷ୍ଟଏଡ ସେଣ୍ଟର। ଏଥିରେ ଜଣେ ଡାକ୍ତର ଓ ଦୁଇଜଣ ଷ୍ଟାପନର୍ସ ଦାୟିତ୍ୱରେ ରହିଥିବା ବେଳେ ସୁରକ୍ଷା ପାଇଁ ନିଯୁକ୍ତ ହୋଇଛନ୍ତି ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ।