ବିଶ୍ୱସ୍ତରୀୟ ସରକାରଙ୍କ ବେଆଇନ ଆବିଷ୍କାର!
Advertisement
Article Detail0/zeeodisha/odisha841000

ବିଶ୍ୱସ୍ତରୀୟ ସରକାରଙ୍କ ବେଆଇନ ଆବିଷ୍କାର!

ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାକୁ ନେଇ ଏଭଳି କିଛି ସାଙ୍ଘାତିକ ପ୍ରଶ୍ନ ଉଠଛି। ସୌନ୍ଦର୍ଯ୍ୟକରଣର ପ୍ରଥମ ପର୍ଯ୍ୟାୟରେ ମାଟି ତଳୁ ଯେଉଁ ରହସ୍ୟ ଜନକ ଭଗ୍ନାଂଶ ବାହାରିଛି ତାହାତୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବିଶ୍ୱସ୍ତରୀୟ ସରକାରଙ୍କ ବେଆଇନ ଆବିଷ୍କାର!

ଭୁବନେଶ୍ୱର: ନିଜ ରାଜ୍ୟର ଐତିହ୍ୟ ଓ ଇତିହାସ ବିଷୟରେ ଜାଣି ନାହାନ୍ତି କି ଓଡିଶା ସରକାର? ନା ବିକାଶ ନାଁରେ କରୁଛନ୍ତି ବିନାଶ? ସମ୍ପୃକ୍ତ ବିଭାର ବିନା ଅନୁମତିରେ କରୁଛନ୍ତି କାମ? ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାକୁ ନେଇ ଏଭଳି କିଛି ସାଙ୍ଘାତିକ ପ୍ରଶ୍ନ ଉଠଛି। ସୌନ୍ଦର୍ଯ୍ୟକରଣର ପ୍ରଥମ ପର୍ଯ୍ୟାୟରେ ମାଟି ତଳୁ ଯେଉଁ ରହସ୍ୟ ଜନକ ଭଗ୍ନାଂଶ ବାହାରିଛି ତାହାତୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ରାଜ୍ୟର ହସ୍ପିଟାଲଠୁ ଆରମ୍ଭ କରି ପର୍ଯ୍ୟଟନ କ୍ଷେତ୍ର ସବୁକୁ ବିଶ୍ୱସ୍ତରୀୟ କରୁଛନ୍ତି। ଶ୍ରୀକ୍ଷେତ୍ର ପରେ ରାଜ୍ୟ ସରକାରଙ୍କ ଫକୋସରେ ଅଛି ଏକାମ୍ରକ୍ଷେତ୍ର (Ekamra Khetra)। ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ୨୦୧୯ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏକାମ୍ରକ୍ଷେତ୍ର ଐତିହ୍ୟ ଯୋଜନାର ଘୋଷଣା କରିଥିଲେ। ଯୋଜନା ମୁତାବକ ASI ଅଧିନସ୍ଥ ୧୧ ଶହ ଖ୍ରୀଷ୍ଟାବ୍ଦର ଶ୍ରୀଲିଙ୍ଗରାଜ ମନ୍ଦିର (Lingraj Temple) ଏବଂ ପ୍ରସ୍ତାବିତ ଅଞ୍ଚଳର ସୌନ୍ଦର୍ଯ୍ୟକରଣ (Beautification) ହେବ। ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। BMC ଓ OBCC ମିଳିତ ଭାବେ ଅଞ୍ଚଳରେ ଉଚ୍ଛେଦ କରୁଛନ୍ତି।

Also Read: Nescoର ୫୧ ପ୍ରତିଶତ ଅଂଶଧନ କିଣିଲା ଟାଟା ପାଓ୍ୱାର

ଏହି ଉଚ୍ଛେଦ ସମୟରେ ଯାହା ଆବିଷ୍କାର ହୋଇଛି ତାକୁ ନେଇ ଏବେ ASI ଓ ରାଜ୍ୟ ସରକାର (Odisha Govt) ମୁହାଁମୁହିଁ ହୋଇଛନ୍ତି। ଶୁକ-ଶାରି ମନ୍ଦିରରେ ଉଚ୍ଛେଦବେଳେ ମାଟିତଳୁ ଏକ ମନ୍ଦିରର ଭଗ୍ନାଂଶ ବାହାରିଛି। ଏହା ଶାରି ମନ୍ଦିରର ଉତ୍ତର-ପଶ୍ଚିମ ଦିନରେ ଅବସ୍ଥିତି। ସେଠାରେ ଅନ୍ୟ ୩ଟି ଐତହ୍ୟ ମଧ୍ୟ ଠାବ କରାଯାଇଛି। ତେବେ ଏହି ଉଦ୍ଧାର ଧ୍ୱଂଶାବଶେଷ କୌଣସି ମନ୍ଦିରର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

ଉଚ୍ଛେଦ ପାଇଁ ଖନନ (demolition drives) ବେଳେ BMCର ବୁଲଡୋଜର ମାଡରେ ସ୍ମାରକୀର ଅନେକ ଅଂଶ ନଷ୍ଟ ହୋଇଯାଇଛି। ମାଟିତଳୁ ଅନେକ କଳାକୃତ୍ତି ଓ ମୁର୍ତ୍ତି ବାହାରିବା ପରେ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ସେପଟେ ସରକାରଙ୍କ ଖାମଖିଆଲି ନୀତି ଓ ମନମାନୀ ଉପରେ ASI ପ୍ରଶ୍ନ ଉଠାଇଛି। ଏକାମ୍ରକ୍ଷେତ୍ର ASI ଅଧିନରେ ଆସୁଥିବା ବେଳେ ସଂସ୍ଥାର ବିନା ଅନୁମତିରେ ଖନନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି।

Also Read: ଭୁବନେଶ୍ୱରରେ ଦେଶର ପ୍ରଥମ ଆଇନଜୀବୀ ପ୍ରଶିକ୍ଷଣ ସଂସ୍ଥାନ

ଭୁବନେଶ୍ୱର (Bhubaneswar) ଶାଖା ASI ଅଧିକାରୀ ଅରୁଣ ମଲ୍ଲିକ କହିଛନ୍ତି, "ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗରେ ଏକାଧିକ ଥର ବୈଠକ ହୋଇଛି। ଆଲୋଚନାରେ ମତେ ଡକାଯାଇଥିଲା। କିନ୍ତୁ ନିଷିଦ୍ଧାଞ୍ଚଳରେ କାମ ହେଉଥିବାରୁ ଏଥିପାଇଁ ASI ନିର୍ଦ୍ଦେଶକଙ୍କ ଅନୁମତି ଲୋଡା ଓ ପ୍ରଜେକ୍ଟର ମାଷ୍ଟର ପ୍ଲାନ ଦାଖଲ କରିବାକୁ ପଡିବ ବୋଲି କହିଥିଲି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ସେଭଳି କୌଣସି ପତ୍ର ଆମ ନିକଟକୁ ଆସିନାହିଁ।"

ସେପଟେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଦିଲ୍ଲୀରୁ ଏକ ଟିମ ପଠାଇ ଏକାମ୍ରକ୍ଷେତ୍ରର ସ୍ଥିତି ତଦାରଖ କରାଇବାକୁ ଅପିଲ କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ଲୋକେ ଉଭୟ ସରକାର ଓ ASI ଉପରେ ଅଭିଯୋଗ ଆଣିଛନ୍ତି। ଯଦି ASI ଅଧିନରେ ଏକାମ୍ରକ୍ଷେତ୍ର ଆସୁଛି ତେବେ କିଭଳି ଭାବେ ଏହାର ଖନନ କାର୍ଯ୍ୟ ହେଉଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। 

Also Read: ପ୍ରଦୂଷଣମୁକ୍ତ ହେବ ରାଜ୍ୟର ସମସ୍ତ ସହର

The Ancient Monument and Archaeological Sites and Remains Act (AMASRA), 1958 ଅନୁସାରେ କୌଣସି ସୁରକ୍ଷିତ ସ୍ମାରକର  ୨୦୦ ମିଟର ପରିଧି ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ। ଯଦି ୩୦୦ ମିଟର ଭିତରେ ନୂଆ ନିର୍ମାଣ, ମରାମତି କିମ୍ବା ଉଦ୍ଧାର କାର୍ଯ୍ୟ କରାଯାଏ, ତେବେ ଏଥିପାଇଁ National Monument Authority କିମ୍ବା ରାଜ୍ୟ ସଂସ୍କୁତି ନିର୍ଦ୍ଦେଶକଙ୍କଠୁ NOC ଜରୁରୀ ବୋଲି ଅରୁଣ ମଲ୍ଲିକ (Arun Mallik) କହିଛନ୍ତି।

ଶୁକ-ଶାରି ମନ୍ଦିର (Suka Shari Temple) ପରିବେଶରୁ ଉଦ୍ଧାର ସ୍ମାରକୀ ୧୦ମ ଶତାବ୍ଦିର ବୋଲି ଅନୁମାନ କରାଯାଉଛି। ଶୋମବଂଶୀ (Som Dynasty) ରାଜାମାନେ ପ୍ରାୟ ପଞ୍ଚାୟତନ ମନ୍ଦିର ନିର୍ମାଣ କରୁଥିଲେ। ତେଣୁ ଶୁକ-ଶାରୀ ମନ୍ଦିର ମଧ୍ୟ ସେହି ସମୟରେ ଏବଂ ପଞ୍ଚାୟତନ ମନ୍ଦିର ହୋଇଥାଇପାରେ। କିନ୍ତୁ ASI ଦ୍ୱାରା ଏହାର ସମ୍ପୂର୍ଣ୍ଣ ଉଦ୍ଧାର ଓ ଯାଞ୍ଚ ପରେ ସତ୍ୟ ଜଣା ପଡିବ।