Picnic Time : ଚାଲନ୍ତୁ ବୁଲିଯିବା ଗୁଣ୍ଡିଚାଘାଗି ଜଳପ୍ରପାତ
Advertisement
Article Detail0/zeeodisha/odisha615609

Picnic Time : ଚାଲନ୍ତୁ ବୁଲିଯିବା ଗୁଣ୍ଡିଚାଘାଗି ଜଳପ୍ରପାତ

ଶୀତଋତୁ ଆସିବା ମାତ୍ରେ ପିକନିକ ଋତୁ ମଧ୍ୟ୍ୟ ଆସିଥାଏ ।

Picnic Time : ଚାଲନ୍ତୁ ବୁଲିଯିବା ଗୁଣ୍ଡିଚାଘାଗି ଜଳପ୍ରପାତ

ସମୀର ପ୍ରଧାନ, ଘଟଗାଁ: ଶୀତଋତୁ ଆସିବା ମାତ୍ରେ ପିକନିକ ଋତୁ ମଧ୍ୟ୍ୟ ଆସିଥାଏ । ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ଟିକିଏ ସମୟ କାଟିବା ପାଇଁ କିଏ ବା ନ ଚାହେଁ । ଥଣ୍ଡା ପାଗରେ ବୁଲିବାର ମଜା ନିଆରା । ଯଦି ଝରଣା, ପାହାଡ ଓ ଘଞ୍ଚ ଜଙ୍ଗଲରେ ପିକନିକ୍ ହୁଏ ତେବେ କଥା ସରିଲା । ପ୍ରାକୃତିକ ଶୋଭାରାଜିକୁ ଭଲ କରି ଉପଭୋଗ କରିବା ସହ ନିଜକୁ ହଜାଇ ଦେବାକୁ ସମସ୍ତେ ଭଲ ପାଉଛନ୍ତି । ସେହପରି ପର୍ଯ୍ୟଟନ ସ୍ଥାନ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗୁଣ୍ଡିଚା ଘାଗି ଜଳପ୍ରପାତ ଲୋକମାନଙ୍କୁ ବେଶ ଆକୃଷ୍ଠ କରିଛି ।

fallback ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡିସେମ୍ୱର ୨୫ରୁ ଜାନୁଆରି ୧୧ ପର୍ଯ୍ୟନ୍ତ ମହା ଆଡମ୍ୱରରେ ପାଳିତ ହେଉଛି ଗୁଣ୍ଡିଚା ଘାଗି ମହୋତ୍ସବ । ଏହି ମହୋତ୍ସବରେ ଆଦିବାସୀ ସଂସ୍କୃତି ଓ ଆଧୁନିକ କଳାର ଅପୂର୍ବ ମିଳନ ଦେଖିବାକୁ ମିଳିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଲୋକେ ।  

fallbackସ୍ଥାନୀୟ  ମୁକୁନ୍ଦପୁର ପାଟଣା ପଞ୍ଚାୟତର ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଘଟଗାଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।