ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ!
Advertisement

ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ!

ଏକ ଘରୋଇ ଟିଭି ଚ୍ୟାନେଲ ଅନୁସାରେ ମହାରାଷ୍ଟ୍ରରେ ଆଗାମୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହେବେ । ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ରାଜ୍ୟର ଶିକ୍ଷା ମନ୍ତ୍ରୀ କରାଯାଇ ପାରେ । ଏନସିପି କୋଟାରୁ ଅଜିତ ପାୱାରଙ୍କୁ ଗୃହମନ୍ତ୍ରୀ କରାଯାଇ ପାରେ । 

ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ!

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଅସ୍ଥିରତାରେ ଅତିଶୀଘ୍ର ଲାଗି ପାରେ ପୂର୍ଣ୍ଣଛେଦ । ରାଜ୍ୟକୁ ମିଳି ପାରେ ନୂଆ ସରକାର । ଏନସିପି-କଂଗ୍ରେସ-ଶିବସେନା ମିଶି ସରକାର ଗଢିବାର ଘୋଷଣା ଯେକୌଣସି ମୁହୂର୍ତ୍ତରେ କରିପାରେ । ଏହି ସମସ୍ତ ଖବର ମଧ୍ୟରେ ସୂଚନା ମିଳୁଛି ଯେ ଉଦ୍ଧବ ଠାକରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟପକ୍ଷେ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ମନ୍ତ୍ରୀ ହେବେ ।

ଏକ ଘରୋଇ ଟିଭି ଚ୍ୟାନେଲ ଅନୁସାରେ ମହାରାଷ୍ଟ୍ରରେ ଆଗାମୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହେବେ । ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ରାଜ୍ୟର ଶିକ୍ଷା ମନ୍ତ୍ରୀ କରାଯାଇ ପାରେ । ଏନସିପି କୋଟାରୁ ଅଜିତ ପାୱାରଙ୍କୁ ଗୃହମନ୍ତ୍ରୀ କରାଯାଇ ପାରେ । ସେହିପରି ଛଗନ ଭୁଜବଲଙ୍କୁ ପିଡବ୍ଲ୍ୟୁଡି ମନ୍ତ୍ରୀ କରାଯିବ ବୋଲି ଖବର ମିଳୁଛି । କଂଗ୍ରେସ ନେତା ଜୟନ୍ତ ପାଟିଲଙ୍କୁ ଅର୍ଥମନ୍ତ୍ରୀ, ଅନ୍ୟପଟେ ବାଲା ସାହେବ ଥୋରାଟଙ୍କୁ ରାଜସ୍ୱ ମନ୍ତ୍ରୀ କରାଯାଇ ପାରେ ।

ସରକାର ପରିଚାଳନା ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯିବ । ଏହାସହ ଏକ ସୁପର ସମିତି ମଧ୍ୟ ଗଠନ କରାଯିବ । ଏହି ସମିତିରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ମୁଖିଆ ଶରଦ ପାୱାର ଓ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ରହିବେ ।

ଅନ୍ୟପକ୍ଷେ ଆଜି ଏନସିପି ଓ କଂଗ୍ରେସ ମଧ୍ୟରେ ବୈଠକ ହୋଇ ଯାଇଛି । ଏହା ବୈଠକ ପରେ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନ କହିଛନ୍ତି ଯେ ରାଜ୍ୟରେ ସରକାର ଗଢିବାକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ସମସ୍ତ ବିଷୟକୁ ନେଇ ସହମତି ହୋଇ ସାରିଛି । ଏବେ ୨ ଦଳ ଶିବସେନା ସହ ସରକାର ଗଠନକୁ ନେଇ ଆଲୋଚନା କରିବେ । ଏହା ପରେ ମହାରାଷ୍ଟ୍ରରେ ନୂଆ ସରକାର ଗଠନର ଘୋଷଣା କରାଯିବ ।