ପାକିସ୍ତାନରେ ଉଡ଼ିବାକୁ ଆମେରିକାର ଛାତି ବି ଧଡ଼ ଧଡ଼
Advertisement
Article Detail0/zeeodisha/odisha618938

ପାକିସ୍ତାନରେ ଉଡ଼ିବାକୁ ଆମେରିକାର ଛାତି ବି ଧଡ଼ ଧଡ଼

ପାକ୍ ଆକାଶରେ ଉଡ଼ାଣ ବେଳେ ସତର୍କତା ଅବଲମ୍ବନ କରିବାକୁ ନିଜ ଦେଶର ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡିକୁ ଆମେରିକା ନିର୍ଦ୍ଦେଶ ଦେଇଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନକୁ ଅନ୍ୟ ଦେଶ ଗୁଡିକ ବିପଦଜ୍ଜନକ ମନେ କରିବା ସ୍ୱାଭାବିକ । କଥାରେ ସିନା ଆତଙ୍କବାଦର ନିପାତ ଦିଗରେ କାମ କରୁଥିବା ପାକ୍ କହୁଛି, ହେଲେ କାମରେ ଶୂନ । ଆଉ ଏକଥାକୁ ଅନ୍ୟମାନେ ଭଲରେ ବୁଝିଛନ୍ତି । ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକା ମଧ୍ୟ ପାକିସ୍ତାନରେ ନିଜକୁ ସୁରକ୍ଷିତ ମଣୁନାହିଁ । ପାକ୍ ଆକାଶରେ ଉଡ଼ାଣ ବେଳେ ସତର୍କତା ଅବଲମ୍ବନ କରିବାକୁ ନିଜ ଦେଶର ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡିକୁ ଆମେରିକା ନିର୍ଦ୍ଦେଶ ଦେଇଛି । 

ଆମେରିକାର ଫେଡେରାଲ ଆଭିଏସନ୍‌ ଆଡମିନ୍‌ଷ୍ଟ୍ରେସନ୍‌(ଏଫଏଏ) କହିଛି, ଯଥା ସମ୍ଭବ ପାକିସ୍ତାନ ଆକଶରେ ଉଡ଼ାଣ ନ ଭରିବା ଭଲ । ପାକ୍ ସୀମାରେ ଉଡ଼ାଣରେ ରିସ୍କ ରହିଛି । ପାକିସ୍ତାନ ଆତଙ୍କବାଦୀ ଏବଂ ଚରମପନ୍ଥୀମାନେ ଆମେରିକାର ବିମାନକୁ ଟାର୍ଗେଟ କରିପାରନ୍ତି । ଉଭୟ ବ୍ୟବସାୟିକ ଏବଂ ରାଷ୍ଟ୍ରୀୟ ବିମାନ ପାଇଁ ଏପରି ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ; ଭାଇକୁ ପଦ ନ ମିଳିବାରୁ ଫେସବୁକରେ ବିଷ ଓଗାଳିଲେ ସଞ୍ଜୟ