ନାଗରିକତା ଆଇନକୁ ବିରୋଧ କରି ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ
Advertisement
Article Detail0/zeeodisha/odisha611823

ନାଗରିକତା ଆଇନକୁ ବିରୋଧ କରି ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ

ଦିଲ୍ଲୀ, କଲିକତାରେ ହିଂସା ବ୍ୟାପକ ରୂପ ନେଇଛି ।

ନାଗରିକତା ଆଇନକୁ ବିରୋଧ କରି ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ

ହାଇଦ୍ରାବାଦ: ନାଗରିକତା ଆଇନକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଉଗ୍ର ରୂପ ନେଉଛି । ଦିଲ୍ଲୀ, କଲିକତାରେ ହିଂସା ବ୍ୟାପକ ରୂପ ନେଇଛି । ଗତକାଲି ଦିଲ୍ଲୀର ଜାଫରାବାଦରେ ଆନ୍ଦୋଳନକାରୀମାନେ ଆଇନକୁ ବିରୋଧ କରି ପୋଲିସ ଓ ସୁରକ୍ଷା କର୍ମୀଙ୍କ ଉପରକୁ ଢେଲାମାଡ଼ କରିଥିଲେ । ତେବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଉର୍ଦ୍ଦୁର ପ୍ରସିଦ୍ଧ ସାହିତ୍ୟକାର ତଥା ଲେଖକ ମୁଜତାବା ହୁସେନ । ଏହି ଆଇନକୁ ବିରୋଧ କରି ମୁଜତାବା ତାଙ୍କର ସମ୍ମାନଜନକ ପଦ୍ମଶ୍ରୀକୁ ଫେରାଇ ଦେବାକୁ ସୂଚନା ଦେଇଛନ୍ତି ।ଏନେଇ ସେ କହିଛନ୍ତି କି, ଦେଶର ବିଭିନ୍ନ ସ୍ଥାନରେ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଏଭଳି ପରିସ୍ଥିତି ପୂର୍ବରୁ ଦେଖିବାକୁ ମିଳିନଥିଲା । ମୋ ଜୀବନ କାଳ ମଧ୍ୟରେ ଏଭଳି ପରିସ୍ଥିତି ପ୍ରଥମ ଥର ପାଇଁ ଦେଖୁଛି । ଦେଶର ସୁରକ୍ଷା ପାଇଁ ଯୁବକମାନେ ହିଂସାତ୍ମକ ପନ୍ଥାକୁ ଆପଣାଉଛନ୍ତି ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଧର୍ମ ନାମରେ ଦେଶ ବିଭାଜନ ହେବାରେ ଲାଗିଛି. ଏଭଳି ସ୍ଥିତି ନିଶ୍ଚିତ ପକ୍ଷେ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ । ତେଣୁ ଏହାକୁ ବିରୋଧ କରି ମୁଁ ମୋର ସମ୍ମାନକୁ  ସରକାରଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଥିଲେ ।