ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଇଁଲା ୭୫ ବର୍ଷ
Advertisement
Article Detail0/zeeodisha/odisha601196

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଇଁଲା ୭୫ ବର୍ଷ

୭୫ ବର୍ଷରେ ପଦାର୍ପଣ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉସ୍ତ୍ରବର ତୃତୀୟ ଦିନରେ ଛାତ୍ରଛାତ୍ରୀ ଅଭିଭାବକ ସମ୍ମୀଳନି ଆୟୋଜିତ

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଇଁଲା ୭୫ ବର୍ଷ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଶିକ୍ଷାର ଉନ୍ନତି ପାଇଁ ଅଭିଭାବକଙ୍କ ଦାୟିତ୍ୱ ସର୍ବୋଚ୍ଚ । ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟ ଲାଗି ମଡେଲ ଭାବେ ଉଭା ହେବା ପାଇଁ ସେମାନଙ୍କ ସିଧାସଳକ ସଂଶ୍ଲିଷ୍ଟ ନିହାତି ଜରୁରି । କେବଳ ଯେ ଅଧ୍ୟାପକ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୁହେଁ ଏହାସହ ଅଭିଭାବକଙ୍କ ଭାଗୀଦାରୀ ଦ୍ୱାରା ସୁଦୃଢ ଶିକ୍ଷା ବ୍ୟବସ୍ଥାର ଖସଡା ଓ ଢାଞ୍ଚା ତିଆରି ହୋଇପାରିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଅବସରରେ ଆୟୋଜିତ ଅଭିଭାବକ ସମ୍ମିଳନୀରେ ମତପ୍ରକାଶ ପାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏକାଠି ହୋଇ ସେମାନଙ୍କ ଅଧ୍ୟୟନରତ ବିଭାଗ ବୁଲି ଦେଖିବା ସହ ଅନୁଭୂତି ସାଉଁଟିଥିଲେ ।

ଅଭିଭାବକଙ୍କ ଅନୁଭୂତି । ମେଳି ହେଲେ, ବିଭାଗକୁ ରେଟିଂ ଦେଲେ । ୭୫ ବର୍ଷରେ ପଦାର୍ପଣ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉସ୍ତ୍ରବର ତୃତୀୟ ଦିନରେ ଛାତ୍ରଛାତ୍ରୀ ଅଭିଭାବକ ସମ୍ମୀଳନି ଆୟୋଜିତ ହୋଇଥିଲା । ଏଥିରେ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କ ଅଧ୍ୟୟନରତ ବିଭାଗ ବୁଲି ଦେଖିବା ସହ ଅନୂଭୂତି ସାଉଁଟିଥିଲେ । ତେବେ ଏହାଦ୍ୱାରା ସେମାନେ ଛାତ୍ରଛାତ୍ରୀଙ୍କ ପାଠପଢା, ବିଭାଗର ବ୍ୟବସ୍ଥା ଆଦି ସମ୍ପର୍କରେ ସଚେତନ ଅବଗତ ହେବା ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ଆୟୋଜନ କରାଯାଇଥିବା ଜୁବଲିର ଆବାହକ କହିଛନ୍ତି ।

ତେବେ କେବଳ ଏହି ଉତ୍ସବରେ ଅଭିଭାବଙ୍କ ଭାଗୀଦାର ସୀମିତ ନୁହେଁ ବରଂ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଓ ଶିକ୍ଷାର ମାନ ବୃଦ୍ଧି କରିବାରେ ଯଥେଷ୍ଟ ଆବଶ୍ୟକ ବୋଲି ଆୟୋଜିତ ଏହି ସମ୍ମିଳନୀରେ ଉପସ୍ଥିତ ଅତିଥୀମାନେ ମତ ଦେଇଛନ୍ତି । ତେବେ ଏହାକୁ ଅଭିଭାବକ ସମ୍ମିଳନୀ ନ ଭାବି ସେମାନଙ୍କ ସଂପୃକ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଅଭିଭାବକଙ୍କର ଦାୟିତ୍ୱ ସଂପର୍କରେ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଯଦ୍ୱାରା ଆଗାମୀ ଦିନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିବା ସହ ଅନ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଉଦାହରଣ ସୃଷ୍ଟି କରିପାରିବ ।

ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲରେ ସେମାନଙ୍କ ବିଭାଗୀୟ ଉପକରଣ ପ୍ରଦର୍ଶନ କରାଯାଇଛି । ତେବେ ତୃତୀୟ ଦିବସରେ ଅଭିଭାବକ ମାନଙ୍କ ସହ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।