ଭଗବାନଙ୍କ ଭରସାରେ ତାଳଦାବାସୀ
Advertisement
Article Detail0/zeeodisha/odisha615110

ଭଗବାନଙ୍କ ଭରସାରେ ତାଳଦାବାସୀ

ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନର ଏକମାତ୍ର ପ୍ରତିବନ୍ଧକ ଅଗଭୀର ଦେବୀ ନଦୀ ପାର ହେଲେ ମିଳୁଛି ସରକାରୀ ସେବା, ଦୋକାନ, ବଜାର ଓ ସ୍ୱାସ୍ଥ୍ୟ  ସେବା।

ଭଗବାନଙ୍କ  ଭରସାରେ ତାଳଦାବାସୀ

ବିଶ୍ୱରଞ୍ଜନ ବିଶ୍ୱଶ୍ରୀ,କୋଣାର୍କ: ରାତି ପାହିଗଲା ହେଲେ ସ୍ୱପ୍ନ  ସରିଲାନି । ଏବେ ବି ସଞ୍ଜ ନଇଁଲେ ଘରେ ପହଁଚିବାର ଚିନ୍ତା ସମସ୍ତଙ୍କ ମନକୁ ଆନ୍ଦୋଳିତ କରେ । ଭଗବାନକୁ ଡାକି ନଦୀ ପାର ହୁଅନ୍ତି ଲୋକେ । ଏହା କେଉଁ ଉପାନ୍ତ ଅଞ୍ଚଳର ନୁହେଁ । ଉପକୂଳ ଓଡିଶାରେ ସରକାରୀ ଯୋଜନାର ବିଫଳ ରୂପାୟନର ସଦ୍ୟ ଚିତ୍ର । ବିଛିନ୍ନଞ୍ଚଳରେ ବିଫଳ ସରକାରୀ ସେବା । ଆଇନ ଶ୍ରୁଙ୍ଖଳା ବିପର୍ଯ୍ୟସ୍ତ । ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନର ଏକମାତ୍ର ପ୍ରତିବନ୍ଧକ ଅଗଭୀର ଦେବୀ ନଦୀ ପାର ହେଲେ ମିଳୁଛି ସରକାରୀ ସେବା, ଦୋକାନ, ବଜାର ଓ ସ୍ୱାସ୍ଥ୍ୟ  ସେବା।

୨୦୦୯ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅସ୍ତରଙ୍ଗର ବହୁ ପ୍ରିକ୍ଷିତ ତାଳଦା ବିଜୁ ସେତୁର ଶିଳାନ୍ୟାସ କରିଥିଲେ । ସ୍ୱଗର୍ତ  ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ତ‍ଳଦା ବିଜୁ ସେତୁ ନିର୍ମାଣର ଅବଧି ଶେଷହୋଇଛି । ଏହି ସମୟ ସୀମା ମଧ୍ୟରେ ଗଣ୍ତା ଗଣ୍ତା ଅଫିସର ସାଙ୍ଗକୁ ୨ବିଧାୟକ ବଦଳିଲେଣି  ହେଲେ ଫଳ ଶୂନ । ଏଥର କିନ୍ତୁ ତାଳଦାବାସୀ ନିଜ ଅଞ୍ଚଳ ପୁଅ ତୁଷାରକାନ୍ତି ବେହେରାକୁ ବିଧାୟକ ଓ ମନ୍ତ୍ରୀ ରୂପେ ପାଇଲେ । ହେଲେ ସେଇ ପୁରୁଣା କଥା ପୁଳା ପୁଳା ପ୍ରତିଶୁତି । ଆଜି ବି ଆରମ୍ଭ ହୋଇପାରୁନି ବିଜୁ ସେତୁ କାମ । ପ୍ରତାରଣାର କୋହକୁ ନିଜ ଛାତିରେ ଜାବୁଡି ଧରିଥିବା ତାଳଦା ବାସୀ ଏବେ ନାଚାର । କେବଳ କାଠ ଡଙ୍ଗା ଏକମାତ୍ର ସାହା ଭରସା । ତାଳଦା ବିଜୁସେତୁ ନିର୍ମାଣକୁ ୧୦ ବର୍ଷ ବିତିଲାଣି । ନିର୍ମାଣର ୬୦ ଭାଗ କାମ ସରିଥିଲେ ମଧ୍ୟ ତାହା ନିମ୍ନମାନର ବୋଲି ସାଧରଣରେ ଅଭିଯୋଗ ହୋଇଛି ।