ସରକାରୀ ଯୋଜନାରେ କଣ୍ଟକ ସାଜିଛି ସଂକୀର୍ଣ୍ଣ ରାଜନୀତି
Advertisement

ସରକାରୀ ଯୋଜନାରେ କଣ୍ଟକ ସାଜିଛି ସଂକୀର୍ଣ୍ଣ ରାଜନୀତି

ଜନ ଭାବାବେଗକୁ ଆଖି ଆଗରେ ରଖି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ କତ୍ତୃପକ୍ଷ ସେଠାରେ ଆଉ ଏକ ନଳକୂଅ ଖୋଲାଯିବ ବୋଲି ପ୍ରତିଶୃତି ଦେଇଥିଲେ । 

ସରକାରୀ ଯୋଜନାରେ କଣ୍ଟକ ସାଜିଛି ସଂକୀର୍ଣ୍ଣ ରାଜନୀତି

ହିମାଂଶୁ ଶେଖର ସାହୁ, ବୌଦ୍ଧ: ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସମସ୍ତ ପରିବାରକୁ ପକ୍କା ଆବାସ ଓ ବିଶୁଦ୍ଧ ପାନୀୟ ଜଳଯୋଗାଇ ଦେବାକୁ ଅଗ୍ରଧିକାର ଦେଉଛନ୍ତି। ହେଲେ ଅନେକ କ୍ଷେତ୍ରରେ କାର୍ଯ୍ୟରତ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ଓ ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ ଚାଲିଥିବା ସଂକୀର୍ଣ୍ଣ ରାଜନୀତି ଯୋଗୁଁ  ବହୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ କିପରି ଏହି ମହତ୍ୱକାଂକ୍ଷୀ ଯୋଜନା ଅପହଞ୍ଚ ହୋଇ ରହୁଛି ତାର ଏକ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧର ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଞ୍ଜିଗଡ଼ ଗ୍ରାମର ଉପେନ୍ଦ୍ର ଅମାତଙ୍କ କ୍ଷେତ୍ରରେ । 
ଆବାସ ଖଣ୍ଡେ ପାଇବାକୁ ଦୀର୍ଘ ବର୍ଷହେଲା ଉପେନ୍ଦ୍ର ଆବେଦନ କରି ପରିଣତ ବୟସରେ ପହଞ୍ଚି ଆରପାରି ଯିବାକୁ ବସିଲେଣି ସତ ହେଲେ ଏହି କଲ୍ୟାଣକାରୀ ଯୋଜନା ତାଙ୍କ ପାଇଁ ଆଜି ବି ଅପହଞ୍ଚ ହୋଇ ରହିଛି । ହେଲେ ବିଡମ୍ବନାର ବିଷୟ ହେଲା କେବଳ ଆବାସ ଯୋଜନା ନୁହେଁ ଗତ ଦେଢ ବର୍ଷତଳେ ରାସ୍ତା କଡକୁ ଲାଗି ତାଙ୍କ ବାଡିରେ ନଳକୂଅ ଗୋଟେ ଖୋଳା ହୋଇଥିଲା । ସାମୁହିକ ସ୍ୱାର୍ଥକୁ ଆଖି ଆଗରେ ରଖି ଉପେନ୍ଦ୍ର ସେହି ସ୍ଥାନରେ ଥିବା ଗଛପତ୍ର ସବୁ ସଫାକରି ଦେଇଥିଲେ। ନଳକୂଅ ଖନନ ଶେଷ ହେବାପରେ ସଂକୀର୍ଣ୍ଣ ଭୋଟ ରାଜନୀତିକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ତାଙ୍କ ପରିବାର ଓ ସାହି ପଡିଶା ଶୋଇଥିବା ଅବସ୍ଥାରେ ଉକ୍ତ ନଳକୂଅରେ ଲଗାଯାଇଥିବା ସମସ୍ତ କେସିଙ୍ଗ ପାଇପ ସହ କାଢି ନିଆଯାଇ ଗ୍ରାମର ଅନ୍ୟ ଏକସ୍ଥାନରେ ବସା ଯାଇଥିଲା । ଉକ୍ତ ଘଟଣା ସେତେବେଳେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଏଭଳି କାର୍ଯ୍ୟକୁ ନାପସନ୍ଦ କରାଯାଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜନ ଭାବାବେଗ କୁ ଆଖି ଆଗରେ ରଖି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ କତ୍ତୃପକ୍ଷ ସେଠାରେ ଆଉ ଏକ ନଳକୂଅ ଖୋଲାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତାହା ଆଜି ସୁଦ୍ଧା ପ୍ରତିଶୃତିରେ ହିଁ ରହିଗଲା । 
ଉପେନ୍ଦ୍ର ଅମାତ ଓ ତାଙ୍କ ପରିବାର ଲୋକେ ପଞ୍ଚାୟତ ନିର୍ବାଚନରେ ଆମେ ଭୋଟ ଦେଇନାହୁଁ କହି ନିର୍ଦ୍ଧିଷ୍ଟ କିଛି ଲୋକ ତାଙ୍କୁ ଉଦ୍ଧେଶ୍ୟ ମୂଳକ ଭାବେ ବିଭିନ୍ନ ଉନ୍ନୟନ ମୂଳକ ଜନହିତକର ଯୋଜନାରୁ ବଞ୍ଚିତ କରୁଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି  ଦେଇ ଉପେନ୍ଦ୍ରଙ୍କ ସମେତ ସେଠାରେ ରହୁଥିବା ଉପେକ୍ଷିତ ପରିବାର ଙ୍କୁ ଆବାସ ଓ ପାନୀୟ ଜଳ ସୁବିଧା ଯୋଗାଇ ଦେବାପାଇଁ ସାଧାରଣରେ ମତ ପ୍ରକାଶ ପାଉଛି।