ମଦ ପିଇଲେ ଦେବାକୁ ହେବ ହଜାରେ ଟଙ୍କା ଜରିମାନା
Advertisement
Article Detail0/zeeodisha/odisha598216

ମଦ ପିଇଲେ ଦେବାକୁ ହେବ ହଜାରେ ଟଙ୍କା ଜରିମାନା

ଗାଁରେ ମଦ ବିରୋଧୀ ସଭା । ମଦ ପିଇଲେ ହଜାରେ ଟଙ୍କା ଜରିମାନା । ନିୟମ ଉଲ୍ଲଙ୍ଘନ କଲେ ଗାଁରୁ ବାସନ୍ଦ କରିବାକୁ ନିଷ୍ପତ୍ତି ।

ମଦ ପିଇଲେ ଦେବାକୁ ହେବ ହଜାରେ ଟଙ୍କା ଜରିମାନା

ହିମାଂଶୁ ଶେଖର ସାମଲ​,ରାୟଗଡ଼ା: ବେଆଇନ ମଦ କାରବାରକୁ ବିରୋଧ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡା ସଦର ବ୍ଲକର ମାରିଗୁଡା ଗାଁ ଲୋକେ । ଏହି  ଗାଁର କୌଣସି ବ୍ୟକ୍ତି ଏଥର ମଦ ପିଇବେ ନାହିଁ । ନିୟମ ଉଲ୍ଲଙ୍ଘନ କଲେ ଜରିମାନା ସହ ଗାଁରୁ ବାସନ୍ଦ ହେବାକୁ ପଡିବ । ମଦ ପ୍ରସ୍ତୁତ କରି ପିଇବା ଦ୍ୱାରା ଧନ ଜୀବନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛନ୍ତି ଗାଁ ଲୋକେ । 

 

 

fallbackପୂର୍ବରୁ ଗାଁ ଲୋକେ ପାହାଡ ଡଙ୍ଗରରେ ଦେଶୀ ମଦ ପ୍ରସ୍ତୁତ କରୁଥିଲେ । ସେହି ମଦକୁ ପିଇ ଅନେକ ରୋଗର ଶିକାର ହେବା ସହ ମୃତ୍ୟୁମୁଖରେ ପଡୁଥିଲେ । ଏହାକୁ ଦୃଷ୍ଟିରେ ରଖି ମାରିଗୁଡା ଗାଁର ପୁରୁଷ ଓ ମହିଳା ଏକଜୁଟ୍ ହୋଇ ମଦ ବିରୋଧୀ ସଭା କରିଛନ୍ତି । ଯେଉଁ ବ୍ୟକ୍ତି ନିୟମକୁ ଉଲ୍ଲଙ୍ଘନ କରିବ ତାଙ୍କୁ ଗାଁରୁ ବାସନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏହି ନିଷ୍ପତି ପରେ ଆଖପାଖ ଆଦିବାସୀ ଗାଁରେ ଲୋକେ ବୁଲି ବୁଲି ମଦ ବିରୋଧୀ ପୋଷ୍ଟର ଲଗାଇବା ସହ ସଚେତନ କରାଉଛନ୍ତି । ପୂର୍ବରୁ ରାୟଗଡା ସଦର ବ୍ଲକ ଅନ୍ତର୍ଗତ ବାଇସିଂ ପଞ୍ଚାୟତର ଜୁରୁଡି ଗ୍ରାମବାସୀ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ । ତେବେ ମାରିଗୁଡା ଗ୍ରାମବାସୀଙ୍କ ଏପରି ଉଦ୍ୟମକୁ ସବୁ ସ୍ତରରେ ସ୍ୱାଗତ  କରାଯାଇଛି ।