ମୁଁ ଶିବସେନା ସହ ବହୁ ଆଗକୁ ପଳାଇ ଆସିଛି: ପାୱାର
Advertisement

ମୁଁ ଶିବସେନା ସହ ବହୁ ଆଗକୁ ପଳାଇ ଆସିଛି: ପାୱାର

ବିରୋଧୀଙ୍କୁ ଚକମା ଦେଇ ସରକାର ଗଢିବାରେ ସଫଳ ହୋଇଛି ବିଜେପି । ଶନିବାର ସକାଳୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାର ଥିଲା, ହେଲେ ଫଡନାଭିସ ହେଲେ । ପୁରା ମାମଲା ଏବେ ସୁପ୍ରିମକୋର୍ଟରେ । ତେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଏନସିପି ଓ କଂଗ୍ରେସ ସହ କେମିତି ହୋଇଥିଲା ବୁଝାମଣା ? କଣ ସବୁ ଆଲୋଚନା ହୋଇଥିଲା ? ଏବେ ସାମ୍ନାକୁ ଆସିଛି ଏସବୁ ତଥ୍ୟ । ଖୋଦ ଏନସିପି ମୁଖ୍ୟ ଶରଦ ପାୱାର ଏହାକୁ ସାମ୍ନାକୁ ଆଣିଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ବିରୋଧୀଙ୍କୁ ଚକମା ଦେଇ ସରକାର ଗଢିବାରେ ସଫଳ ହୋଇଛି ବିଜେପି । ଶନିବାର ସକାଳୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାର ଥିଲା, ହେଲେ ଫଡନାଭିସ ହେଲେ । ପୁରା ମାମଲା ଏବେ ସୁପ୍ରିମକୋର୍ଟରେ । ତେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଏନସିପି ଓ କଂଗ୍ରେସ ସହ କେମିତି ହୋଇଥିଲା ବୁଝାମଣା ? କଣ ସବୁ ଆଲୋଚନା ହୋଇଥିଲା ? ଏବେ ସାମ୍ନାକୁ ଆସିଛି ଏସବୁ ତଥ୍ୟ । ଖୋଦ ଏନସିପି ମୁଖ୍ୟ ଶରଦ ପାୱାର ଏହାକୁ ସାମ୍ନାକୁ ଆଣିଛନ୍ତି । 

ଆଜି ଶରଦ ପାୱାର ସତାରାର କରାଡ ଯାଇଥିଲେ । ସେଠି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଯଶବନ୍ତରାଓ ଚୌହ୍ୱାନଙ୍କ ପ୍ରତିମୁର୍ତ୍ତିରେ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହି ଅବସରରେ ସେ ମହାରାଷ୍ଟ୍ର ରାଜନୀତି ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବିଜେପିକୁ କେବେବି ଏନସିପି ସମର୍ଥନ କରିବ ନାହିଁ ବୋଲି କହିଛନ୍ତି ପାୱାର । 

ମହାରାଷ୍ଟ୍ରରେ ଶିବସେନା ସହ ସରକାର ଗଢିବା ପାଇଁ ୫୦/୫୦ ଫର୍ମୁଲା କଥା ଉଠାଇଥିଲା ଏନସିପି । ହେଲେ ଏହି ପ୍ରସଙ୍ଗରେ ମେଣ୍ଟ ଭିତରେ ମତଭେଦ ରହିଥିଲା । ଏହା ଉପରେ କୌଣସି ପ୍ରକାର ସହମତି ପ୍ରକାଶ ପାଇନଥିଲା ବୋଲି କହିଛନ୍ତି ପାୱାର । ଏନସିପି, ଶିବସେନା ଏବଂ କଂଗ୍ରେସ ପାଖରେ ବହୁମତ ଅଛି । ଏହି ମେଣ୍ଟ ସରକାର ଗଢିବ ବୋଲି ସେ ଦୃଢକ୍ତି ମଧ୍ୟ କରିଛନ୍ତି । 

ଆପଣ ଅଜିତ ପାୱାରଙ୍କ ସହ ଅଛନ୍ତି କି ? ଆଜି ଏନସିପି ମୁଖ୍ୟଙ୍କୁ ଗଣମାଧ୍ୟମର ଏଭଳି କିଛି ପ୍ରଶ୍ନକୁ ସାମ୍ନା କରିବାକୁ ପଡିଥିଲା । ଆଉ ଏହାର ଉତ୍ତର ଦେବାକୁ ଯାଇ ପାୱାର କହିଥିଲେ, ''ମୁଁ ଶିବସେନା ସହ ବହୁତ ଆଗକୁ ପଳାଇ ଆସିଛି । ଆମ ପାଖରେ ସଂଖ୍ୟା ଗରିଷ୍ଠତା ଅଛି, ଆମେ ହିଁ ସରକାର ଗଢିବୁ ।''

ଆହୁରି ପଢନ୍ତୁ; ବିଜେପି ରାଜ୍ୟ ଉପସଭାପତି ଖାଇଲେ ଠିଆ ଗୋଇଠା, ଦେଖନ୍ତୁ ଭିଡିଓ