ବସନ୍ତ ପଣ୍ଡାଙ୍କ ପରେ କିଏ ?
Advertisement
Article Detail0/zeeodisha/odisha615448

ବସନ୍ତ ପଣ୍ଡାଙ୍କ ପରେ କିଏ ?

ବିଜେପିର ସାଂଗଠନିକ ନିର୍ବାଚନ ପରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସଭାପତିଙ୍କୁ ଦିଯାଇଛି ଦାୟିତ୍ୱ । ଏବେ କିଏ ହେବ ରାଜ୍ୟ ସଭାପତି ତାକୁ ନେଇ ବିଜେପି ଭିତରେ ଚାଲିଛି ଜୋରଦାର କସରତ । ବେଶ୍ କିଛିଦିନ ଧରି ବିଜେପି ରାଜ୍ୟ ସଭାପତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସୁଦ୍ଧା ନାଁ ଘୋଷଣା ହୋଇପାରୁନି । ଯାହା ଜଣାପଡୁଛି ରାଜ୍ୟ ବିଜେପି ସଭାପତି ତାଲିକା ନେଇ ଏବେସୁଦ୍ଧା ଦ୍ୱନ୍ଦ୍ୱରେ ରହିଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ । 

ବସନ୍ତ ପଣ୍ଡାଙ୍କ ପରେ କିଏ ?

ଭୁବନେଶ୍ୱର: ବିଜେପିର ସାଂଗଠନିକ ନିର୍ବାଚନ ପରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସଭାପତିଙ୍କୁ ଦିଯାଇଛି ଦାୟିତ୍ୱ । ଏବେ କିଏ ହେବ ରାଜ୍ୟ ସଭାପତି ତାକୁ ନେଇ ବିଜେପି ଭିତରେ ଚାଲିଛି ଜୋରଦାର କସରତ । ବେଶ୍ କିଛିଦିନ ଧରି ବିଜେପି ରାଜ୍ୟ ସଭାପତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସୁଦ୍ଧା ନାଁ ଘୋଷଣା ହୋଇପାରୁନି । ଯାହା ଜଣାପଡୁଛି ରାଜ୍ୟ ବିଜେପି ସଭାପତି ତାଲିକା ନେଇ ଏବେସୁଦ୍ଧା ଦ୍ୱନ୍ଦ୍ୱରେ ରହିଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ । 

ଆଗକୁ ପୌର ନିର୍ବାଚନ । କାହା ନେତୃତ୍ବରେ ରାଜ୍ୟ ବିଜେପି ନିର୍ବାଚନୀ ବୈତରଣୀ ପାର ହେବ ଏବେ ସେଇ ଚିନ୍ତାରେ ରାଜ୍ୟ ଶାଖା । ଏହାକୁ ନେଇ ରାଜ୍ୟ ବିଜେପି ଅଙ୍କ କଷୁଥିବା ବେଳେ ନିଷ୍ପତ୍ତି ଏବେ କେନ୍ଦ୍ର କୋର୍ଟରେ । ସଭାପତି ଦୌଡରେ ପୁରୁଖା ନେତା କେଭି ସିଂ ଦେଓ, ସୁରେଶ ପୁଜାରୀ, ଜୁଏଲ ଓରାମଙ୍କ ନାଁ ରେସରେ ଥିବା ବେଳେ, ବିଧାୟକ ବିଷ୍ଣୁ ସେଠୀ, ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ଏହା ଭିତରେ ଦିଲ୍ଲୀ ଯାଇ ଚର୍ଚ୍ଚାକୁ ଆସିଥିବା ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର ନୂଆକରି ସଭାପତି ରେସରେ ସାମିଲ ହୋଇଛନ୍ତି  । ଯାହା ଜଣାପଡୁଛି ଖୁବଶୀଘ୍ର ଅର୍ଥାତ  ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ଚେହେରା ସାମ୍ନାକୁ ଆସିବ ।  କିନ୍ତୁ ଦେଖିବାକୁ ବାକିରହିଲା ଏଥର କେଉଁ ଆଧାରରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ମଙ୍ଗୁଆଳ ଚୟନ କରୁଛନ୍ତି ।