ଖବରକାଗଜରେ ଖାଦ୍ୟ ଆଣି ଖାଉଛନ୍ତି କି? ସାବଧାନ, ହୋଇପାରେ ଏସବୁ ରୋଗ
Advertisement
Article Detail0/zeeodisha/odisha610480

ଖବରକାଗଜରେ ଖାଦ୍ୟ ଆଣି ଖାଉଛନ୍ତି କି? ସାବଧାନ, ହୋଇପାରେ ଏସବୁ ରୋଗ

ଯଦି ଆପଣ ମଧ୍ୟ ଖବରକାଗଜରେ ଖାଦ୍ୟକୁ  ଗୁଡ଼ାଇକି ଆଣୁଛନ୍ତି, ଅବା ସେଥିରେ  ଖାଦ୍ୟ ଖାଉଛନ୍ତି ତେବେ ତୁରନ୍ତ ଏହି ଅଭ୍ୟାସ ବଦଳାନ୍ତୁ । 

ଖବରକାଗଜରେ ଖାଦ୍ୟ ଆଣି ଖାଉଛନ୍ତି କି? ସାବଧାନ, ହୋଇପାରେ ଏସବୁ ରୋଗ

ଭୁବନେଶ୍ୱର: ସାଧାରଣତଃ ଲୋକେ ଖବରକାଗଜରେ ଖାଦ୍ୟ ଆଣିଥାନ୍ତି ଓ ଖାଇଥାନ୍ତି । ଯଦି ଆପଣ ମଧ୍ୟ ଖବରକାଗଜରେ ଖାଦ୍ୟକୁ  ଗୁଡ଼ାଇକି ଆଣୁଛନ୍ତି, ଅବା ସେଥିରେ  ଖାଦ୍ୟ ଖାଉଛନ୍ତି ତେବେ ତୁରନ୍ତ ଏହି ଅଭ୍ୟାସ ବଦଳାନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ବିପଦକୁ ଟାଣି ଆଣିବ ।

fallbackଖବରକାଗଜରେ ହାନିକାରକ କାଳି ଓ ଅଠା ସହ ବିଷାକ୍ତ କେମିକାଲ୍ ବ୍ୟବହାର କରାଯାଇଥାଏ । ଏଥିରେ ଗରମ ଖାଦ୍ୟ ଆଣିବା ଦ୍ୱାରା ଖାଦ୍ୟ ଜରିଆରେ ଆମ ଶରୀର ଭିତରକୁ ଏହି ବିଷାକ୍ତ ପ୍ରବେଶ କରେ । ବିଶେଷ କରି ତୈଳ ଜାତୀୟ ଖାଦ୍ୟ ଓ ଜଙ୍କ୍ ଫୁଡ୍ ମାଧ୍ୟମରେ ଏହି ବିଷାକ୍ତ କେମିକାଲ୍ ଶରୀର ମଧ୍ୟକୁ ଯାଇଥାଏ । ଏହା ଲିଭର୍ ଉପରେ ପ୍ରଭାବ ପକାଇବା ସହ କ୍ୟାନ୍ସର୍ ପରି ଭୟଙ୍କର ରୋଗ ହେବାର ସମ୍ଭାବନା ରହିଥାଏ।