ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ, ସ୍ୱାମୀ ପିଇଲେ ବିଷ...
Advertisement
Article Detail0/zeeodisha/odisha616473

ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ, ସ୍ୱାମୀ ପିଇଲେ ବିଷ...

କଥାରେ ଅଛି ପ୍ରେମ ଅମର, ଆଉ ପ୍ରେମ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ ପାଗଳ ପ୍ରେମୀ

ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ, ସ୍ୱାମୀ ପିଇଲେ ବିଷ...

ମାଲକାନଗିରି: କଥାରେ ଅଛି ପ୍ରେମ ଅମର, ଆଉ ପ୍ରେମ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ ପାଗଳ ପ୍ରେମୀ । କିନ୍ତୁ ପ୍ରେମରେ ବି ବେଳେ ବେଳେ ପ୍ରତାରଣା ଆସିଥାଏ । କେତେକ ପ୍ରତାରଣାକୁ ସହି ଯାଆନ୍ତି, ତ ଆଉ କେତେ ଲୋକ ସହି ନପାରି ନିଜର ଜୀବନ ଦେବାକୁ ମଧ୍ୟ ପାଛାଇ ନଥାନ୍ତି  । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଜାହା ଜାଣିଲେ ଆପଣ ମଧ୍ୟ ଆଚମ୍ବିତ ହେବେ ଯେ ମଣିଷ କଣ ଏମିତି କରିପାରେ । 

ମାଲକାନଗିରି ଜିଲ୍ଲାର ଏମ୍ଭି ୯ ଗ୍ରାମର ଅସୀମ ହାଲଦର ବଡ ଆଡମ୍ବର ସହ କମଳାଙ୍କୁ (ଛଦ୍ମନାମ) ବିବାହ କରିଥିଲେ । ଭାବିଥିଲେ ଜିବନର ଚଲା ପଛରେ ସାଥିଟିଏ ମିଳିଗଲା ଓ ଜୀବନ ଅତି ଖୁସିର ସହ କଟିବ । ବିବାହର କିଛିଦିନ ଠିକଠାକ ଚାଲିଲା , ମାତ୍ର ଅଚାନକ ଦିନେ ଏପରି ଖବର ଆସିଲା ଜାହା ଜଣିବାପରେ ଅସୀମଙ୍କ ହୋସ ଉଡିଗଲା । ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ଯୁବକକୁ ଭଲ ପାଉଛି  ଓ ତା ସହିତ ଘରୁ ଛାଡି ଚାଲିଯାଇଛି । ଏହା ଜାଣିବା ପରେ ସେ କଣ କରିବେ କିଛି ବୁଝି ପାରିଲେ ନାହିଁ ।  ପରେ ଘର ଲେକଙ୍କସହ ଆଲେଚନା ପରେ ଗାଁ ଲୋକେ କମାଳା ଓ ଅସୀମଙ୍କୁ ଆଣି ଘଟଣା ର ମିମାଂସା କରିଥିଲେ । ଉଭୟ ଭଲରେ ରହିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ମାତ୍ର କିଛି ଦିନ ପରେ କମଳା ପୁଣି ସେହି ଯୁବକ କଥାରେ ପଡି ତା ସହିତ ପ୍ରେମ ସମ୍ପର୍କ ରଖିଥିଲେ ଓ ପରେ ସେହି ଯୁବକସହ ଫେରାର ହୋଇଯାଇଥିଲେ । ଥରେ ନିଜ ସ୍ତ୍ରୀ ପାଖରୁ ଧୋକା ଖାଇଥିବା ଅସୀମ ପୁଣି ଥରେ ପ୍ରତାରଣାର ଏହି ମାଡ଼କୁ ସହି ପାରିନଥିଲେ । ନିଜ ସ୍ତ୍ରୀ ଅନ୍ୟ ପୁରୁଷ ସହ ଫେରାର ହୋଇଯିବା ପରେ ନିଜର ମାନସିକ ସନ୍ତୁଳନ ହରାଇ ବିଷ ପିଇଦେଇଥିଲେ ଅସୀମ ।  ଅସୀମ ବିଷ ଖାଇଦେଇଥିବା ଜାଣିବାପରେ ତାଙ୍କ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନେଇଥିଲେ ମାତ୍ର ସେତେ ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲେ । ପରିବାର ଲେକଙ୍କ କହିବା ଅନୁସାରେ ନିଜ ସ୍ତ୍ରୀ ର ଏଭଳି କାଣ୍ଡ କୁ ସହ୍ୟ କରି ନ ପାରି ସମାଜରେ ଲୋକ ଲଜ୍ଜା ଯୋଗୁ ଅସୀମ ଏଭଳି କରିଛନ୍ତି  । ତେବେ ଏନେଇଥାନାରେ ଅସୀମଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି ।