ବିକାଶ ଆଗରେ 'ଜାତିବାଦ' ରାଜନୀତି ଫେଲ୍ !
Advertisement
Article Detail0/zeeodisha/odisha637586

ବିକାଶ ଆଗରେ 'ଜାତିବାଦ' ରାଜନୀତି ଫେଲ୍ !

ଦୀର୍ଘ ୨୧ ବର୍ଷ ଧରି ବିଜେପି ଦିଲ୍ଲୀରେ ସତ୍ତା ଠାରୁ ଦୂରେଇ ରହିଛି । ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଗେରୁଆ ଦଳ ହାରିବା ପରେ ଦିଲ୍ଲୀ ପାଇଁ ଦଳ, ବଳ ସବୁ ଲଗାଯାଇଥିଲା । କାରଣ ଦିଲ୍ଲୀ ନିର୍ବାଚନ ହାରିଗଲେ ଦଳ ପାଇଁ ବଡ଼ କ୍ଷତି ହେବ ।

(File Photo) Delhi Elections

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଗତବର୍ଷ ଠାରୁ କମ୍ ପ୍ରତିଶତ ଭୋଟିଂ ହାର ରହିଛି । ଗତବର୍ଷ ୬୭.୦୮ ପ୍ରତିଶତ ମତଦାନ ହାର ଥିବାବେଳେ ଏବର୍ଷ ପ୍ରାୟ ୫୯ ପ୍ରତିଶତ ଭୋଟିଂ ହାର ରହିଛି । କିନ୍ତୁ ନିର୍ବାଚନ ପରେ କରାଯାଇଥିବା ବାହୁଡ଼ା ମତ ସର୍ଭେ ଅନୁସାରେ ପୁଣି ଥରେ ଦିଲ୍ଲୀରେ ସରକାର ଗଠନ କରିପାରେ ଆମ୍ ଆଦମୀ ପାର୍ଟି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅରବିନ୍ଦ କେଜ୍ରିୱାଲ । TIMES NOW ସର୍ଭେ ଅନୁସାରେ, ଆପ୍ ଖାତାକୁ ୫୫ଟି ଆସନ ଯାଉଥିବାବେଳେ ବିଜେପି ପାଇବ ୧୪ ଆସନ । ସେହିପରି କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିବ । ସେହିପରି ABP-C  ଭୋଟର୍ ସର୍ଭେ ୫୬ଟି ଆସନ ଆପ୍ କୁ ଦେଇଥିବାବେଳେ ବିଜେପିକୁ ୧୨ ଓ କଂଗ୍ରେସକୁ ୨ଟି ଆସନ ଦେଇଛି । ଜନ୍ କୀ ବାତ୍ ସର୍ଭେ ଅନୁସାରେ, ଆପ୍ କୁ ୫୫ଟି ଆସନ ମିଳୁଥିବାବେଳେ ବିଜେପିକୁ ମିଳିବ ୧୫  ଆସନ । ସେହିପରି କଂଗ୍ରେସ ଏଥର ବି ଖାତା ଖୋଲି ପାରିବ ନାହିଁ । INDIA NEWS ସର୍ଭେ ଅନୁସାରେ, ଆପ୍ ୫୫ ଆସନ ପାଇବାକୁ ଥିବାବେଳେ ବିଜେପି ପାଇବ ୧୪  ଆସନ ଏବଂ କଂଗ୍ରେସକୁ ମିଳିବ ମାତ୍ର ଗୋଟିଏ ଆସନ । ସେହିପରି MY AXIS ଅନୁସାରେ ଆପ୍ କୁ ୬୪ ଆସନ ମିଳୁଥିବାବେଳେ ବିଜେପି ପାଇବ ମାତ୍ର ୬ଟି ଆସନ ଏବଂ କଂଗ୍ରେସ ଖାତା ଖୋଲି ପାରିବ ନାହିଁ ।

ଏଥର ଦିଲ୍ଲୀ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ହିଁ ସରଗରମ୍ ଥିଲା । ଏଥର ଦିଲ୍ଲୀ ନିର୍ବାଚନରେ ସବୁ ପ୍ରକାରର ଚିତ୍ର ଦେଖିବାକୁ ମିଳିଛି । ସିନେମାରେ ଯେମିତି କ୍ଷମତା ହାସଲ ପାଇଁ ବିଭିନ୍ନ ହିଂସାର ସାହାରା ନିଆଯାଇଥାଏ, ଠିକ୍ ସେହିପରି ଏଥର ଦିଲ୍ଲୀବାସୀ ମଧ୍ୟ ନିର୍ବାଚନ ମୈଦାନରେ ହିଂସାକୁ ଅତି ନିକଟରୁ ଦେଖିଛନ୍ତି । ଶିକ୍ଷିତ ଭୋଟରଙ୍କ ସହର ବୋଲି ଦିଲ୍ଲୀକୁ କୁହାଯାଏ । ଭାରତର ରାଜଧାନୀ ଏଥର ନିର୍ବାଚନୀ ମୈଦାନରେ ଗୁଳି ଫୁଟୁଥିବା ଶବ୍ଦ ଶୁଣିଛି, ହିନ୍ଦୁ ମୁସଲିମ୍ ବିଭାଜନ ଦେଖିଛି ଆଉ ବିରୋଧକୁ ସହ୍ୟ କରିଛି । ଶାହିନବାଗ୍ ତ ଏଥର ସବୁ ରାଜନୈତିକ ଦଳ ପାଇଁ ପ୍ରମୁଖ ମୁଦ୍ଦା ଥିଲା । ନାଗରିକତା ସଂଶୋଧନ ଆଇନ ଥିଲା ବିଜେପି ପାଇଁ ମୁଖ୍ୟ ନିର୍ବାଚନୀ ମୁଦ୍ଦା । ପ୍ରଚାର ଆରମ୍ଭରୁ କେଜ୍ରିୱାଲ ଦିଲ୍ଲୀର ବିକାଶ ନାରା ଦେଇଥିବାବେଳେ ବିଜେପି ସିଏଏ ଓ ରାଷ୍ଟ୍ରବାଦର ଦ୍ୱାହି ନେଇ ମୈଦାନକୁ ଓହ୍ଲାଇଥିଲା ।

ସେହିପରି ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ଆତଙ୍କବାଦୀର ଆଖ୍ୟା ଦେଇ ଯେଉଁ ଫାଇଦା ଉଠାଇବାକୁ ଚାହୁଁଥିଲା, ବାହୁଡ଼ା ମତ ସର୍ଭେ ଅନୁସାରେ ତାହା ଗେରୁଆ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେଲା ।ବିଜେପିର ବଡ଼ବଡ଼ ନେତାମାନେ ଏଥର ନିର୍ବାଚନୀ ମୈଦାନରେ ପ୍ରତ୍ୟକ୍ଷ ଭାବେ ପ୍ରଚାର କରି ଦଳକୁ ବିଜୟର ସ୍ୱାଦ ଦେବା ପାଇଁ ଚେଷ୍ଟା କରିଥିଲେ । ଅବଶ୍ୟ ଅମିତ ଶାହଙ୍କ ରାଲି ଦଳକୁ ଫାଇଦା ଦେବ ନିଶ୍ଚୟ, କିନ୍ତୁ ଯୋଗୀ ଓ ଅମିତାଭ ଠାକୁରଙ୍କ ଭଳି କେତେକ ନେତାଙ୍କ ବିବାଦୀୟ ମନ୍ତବ୍ୟ ଦଳକୁ ମହଙ୍ଗା ବି ପଡ଼ିବ । ଦେଖାଯାଉ କେଉଁ ପାଣି କୁଆଡ଼େ ଯାଉଛି । କଂଗ୍ରେସ ତ ଗତ ନିର୍ବାଚନ ଠାରୁ ଏଠାରେ ଅମାନତ୍ ହରାଇ ସାରିଛି । ତେଣୁ, ଦଳ ପାଇଁ ଏଥର ବି କିଛି ବଡ଼ ହେବାର ନାହିଁ। ତଥାପି ବି ଦଳ ସରପ୍ରାଇଜର ନାରା ଦେଉଛି । ତେଣୁ ଏବର୍ଷ କଂଗ୍ରେସର ଅଭ୍ୟୁଦୟ ହେବା ନେଇ ସାମାନ୍ୟ ଆଶା ଦେଖାଯାଉଛି । ଯଦିଓ ଦଳକୁ ଗୋଟିଏ କି ଦୁଇଟି ଆସନ ମିଳିଲା, ସେଥିରେ ଖୁସି ହେବାର କିଛି ନାହିଁ । କାରଣ ଦଳ ଗତ ଥର ଖାତା ବି ଖୋଲି ପାରି ନଥିଲା । 

fallback

ଦିଲ୍ଲୀ ଭୋଟର ହେଲେ ସବୁଠୁ ଚାଲାକ୍ । ତେଣୁ ସେମାନେ ପ୍ରତି ନିର୍ବାଚନରେ ଠିକ୍ ନିର୍ଣ୍ଣୟ କରିଥାନ୍ତି । ଯେଉଁ ରାଜ୍ୟରେ ମତଦାନ ପ୍ରତିଶତ କମ୍ ରହିଥାଏ, ସେହି ରାଜ୍ୟରେ ରୁଲିଂ ପାର୍ଟି ବା ସରକାରୀ ଦଳକୁ ଲାଭ ହୋଇଥାଏ । ତେଣୁ, ନିଶ୍ଚତ ଭାବେ ଏଥର ଆମ୍ ଆଦମୀ ପାର୍ଟିକୁ ହିଁ ଏହାର ଫାଇଦା ମିଳିବ। କେତୋଟି ହାତ ଗଣତି ସ୍ଥାନରେ ବିଜେପି ଭଲ ରେଜଲ୍ଟ କରିବ। ଉତ୍ତର ଦିଲ୍ଲୀରେ ବିଜେପି ଆମ୍ ଆଦମୀ ପାର୍ଟି ଠାରୁ ଭଲ କରିପାରେ । କାରଣ ଏଠାକାର ସାଂସଦ ଅଛନ୍ତି ଖୋଦ୍ ଦିଲ୍ଲୀ ବିଜେପିର ମଙ୍ଗ ଧରିଥିବା ମନୋଜ ତିୱାରୀ । ସେହିପରି ଦକ୍ଷିଣ ଦିଲ୍ଲୀରେ ଶାହୀନବାଗ ଥିବାରୁ ସେହି ଅଞ୍ଚଳର ଭୋଟ୍ ବିଭାଜନ ହୋଇପାରେ । ତେଣୁ, ନା ଏଠାରେ ବିଜେପି ଫାଇଦାରେ ରହିବ ନା ଆମ୍ ଆଦମୀ ପାର୍ଟି । ବାକି ପ୍ରାୟ ସବୁ ଅଞ୍ଚଳରେ ଆପ୍ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି ।
ଦୀର୍ଘ ୨୧ ବର୍ଷ ଧରି ବିଜେପି ଦିଲ୍ଲୀରେ ସତ୍ତା ଠାରୁ ଦୂରେଇ ରହିଛି । ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଗେରୁଆ ଦଳ ହାରିବା ପରେ ଦିଲ୍ଲୀ ପାଇଁ ଦଳ, ବଳ ସବୁ ଲଗାଯାଇଥିଲା । କାରଣ ଦିଲ୍ଲୀ ନିର୍ବାଚନ ହାରିଗଲେ ଦଳ ପାଇଁ ବଡ଼ କ୍ଷତି ହେବ । ବାହୁଡ଼ା ମତ ସର୍ଭେ ଅନୁସାରେ ଆପ୍ ସରକାର ଗଠନ କରିବାକୁ ଯାଉଛି । ତେଣୁ, ଏହି ଅନୁସାରେ ଯଦି ଦେଖିବା ବିଜେପି ହାତରୁ ଆଉ ଏକ ରାଜ୍ୟ (କେନ୍ଦ୍ର ଶାସିତ ଅଞ୍ଚଳ) ଯାଉଛି । ତେଣୁ, ଏହା ଯଦି ସତ ହୁଏ, ତେବେ ଦଳ ଆହୁରି ବାଉଳିଚାଉଳି ହେବ । ଅନ୍ୟପଟେ ଆମ୍ ଆଦମୀ ପାର୍ଟି ସହ କଂଗ୍ରେସ ଯଦି ହାତ ମିଳାଇଥାନ୍ତା ତେବେ ଦଳର ଲାଭ ହୋଇଥାନ୍ତା, କିନ୍ତୁ ତାହା ନୋହିଲା । ପୁଣି ଥରେ କଂଗ୍ରେସ ନିଜର ମାନ ସମ୍ମାନ ରକ୍ଷା କରିବାକୁ ଯାଇ କ୍ଷତିରେ ପଡ଼ିଲା ।

ଅରବିନ୍ଦ କେଜ୍ରିୱାଲଙ୍କ 'ବିକାଶ' ଦିଲ୍ଲୀବାସୀଙ୍କ ମନ ପୁଣି ଥରେ ଜିଣିବାରେ ସଫଳ ହୋଇଛି । ସେଥିପାଇଁ ବିଜେପି 'ଜାତିବାଦ' ରାଜନୀତି ଛାଡ଼ି ପ୍ରସଙ୍ଗ ଓ ବିକାଶର ରାଜନୀତି କରିଥିଲେ ହୁଏତ ଫାଇଦାରେ ରହିଥାନ୍ତା, କିନ୍ତୁ ତାହା ନ କରି ଦଳ ନିଜର 'ରାଷ୍ଟ୍ରବାଦ' ରାଜନୀତିକୁ ଜାବୁଡ଼ି ଧରିଲା, ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି କହିଲେ ଭୁଲ୍ ହେବ ନାହିଁ । ତଥାପି ବି ଆମକୁ ୧୧ ତାରିଖର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ । ହୁଏତ 'ବିକାଶ' ଆଗରେ 'ଜାତିବାଦ' ରାଜନୀତିର ପଶା ଓଲଟି ଯାଇପାରେ, ଯାହା ଗେରୁଆ ଦଳ ସ୍ୱପ୍ନ ଦେଖୁଛି