ଟଳିଲା ବର୍ଷା ଭୟ, ରାଜ୍ୟକୁ ଘେରିବ କୁହୁଡି ବଳୟ
Advertisement
Article Detail0/zeeodisha/odisha837401

ଟଳିଲା ବର୍ଷା ଭୟ, ରାଜ୍ୟକୁ ଘେରିବ କୁହୁଡି ବଳୟ

ପୂର୍ବ ଆକଳନ ମୁତାବକ ୨୯ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ଟଳିଛି। 

ଟଳିଲା ବର୍ଷା ଭୟ, ରାଜ୍ୟକୁ ଘେରିବ କୁହୁଡି ବଳୟ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ପୁଣି କୁହୁଡି ବଳୟରେ ରହିବ ରାଜ୍ୟ। ଗୋଟିଏ ପଟେ ସଂଧ୍ୟା ହେଲେ ଥଣ୍ଡାର ପ୍ରକୋପ ଜାରି ରହିଥିବା ବେଳେ ଆସନ୍ତାକାଲି ଠାରୁ କୁହୁଡି ଚାଦର ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୁହୁଡି ଘେରିରେ ରହିବ ଓଡିଶା। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି।

ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ କୌଣସି ୱାର୍ଣ୍ଣିଂ ନଥିବା ବେଳେ କେବଳ ମାଲକାନିଗିର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ମୟୂରଭଞ୍ଜ,କେଉଁଝର ଜିଲ୍ଲାରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। ଏହାସହ ପୂର୍ବ ଆକଳନ ମୁତାବକ ୨୯ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ଟଳିଛି। କୁହୁଡି ପ୍ରଭାବ ବଢିବା ସହ ୬ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। 

Also Read: ଥଣ୍ଡାରେ ଲାଗିବ ବ୍ରେକ୍, ଶୁକ୍ରବାରରୁ ବର୍ଷା-ଶୀତ ପାଗ!

 

ଆସନ୍ତା ଫେବୃଆରୀ ୧ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଏହା ପରେ ଆଭ୍ୟନ୍ତରୀଣ ଓଡିଶାରେ ୩-୪ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବା ନେଇ ଆକଳନ କରାଯାଇଛି।