ବବିତାଙ୍କ ବୟାନ, ଜାୟରାଙ୍କ କମେଣ୍ଟ ରାଜନୀତିରେ ଘିଅ ଢାଳୁଛି !
Advertisement
Article Detail0/zeeodisha/odisha669537

ବବିତାଙ୍କ ବୟାନ, ଜାୟରାଙ୍କ କମେଣ୍ଟ ରାଜନୀତିରେ ଘିଅ ଢାଳୁଛି !

ବାରମ୍ବାର ସୋସିଆଲ ମିଡ଼ିଆରେ ଧମକ ଆସୁଥିବା ନେଇ ଶୁକ୍ରବାର ନିଜର ବୟାନ ରଖିଥିଲେ ବବିତା ଫୋଗଟ। ବବିତା ଜାୟରା ଓ୍ୱାସିମଙ୍କ ନା ନେଇ ସୋସିଆଲ ମିଡିଆରେ ନିଜର ଜବାବ ରଖିଥିଲେ। ଏହା ପରେ ଜାୟରା ମଧ୍ୟ ଏହାର ଜବାବ ସୋସିଆଲ ମିଡ଼ିଆରେ ଦେଇଛନ୍ତି।  ସେ କହିଛନ୍ତି କି, ମୋର ପ୍ରଶଂସା କରିବା କୌଣସି ଆବଶ୍ୟକ ନାହିଁ। ସେ କହିଛନ୍ତି କି, ଏହା ମୋ ପାଇଁ

ବବିତାଙ୍କ ବୟାନ, ଜାୟରାଙ୍କ କମେଣ୍ଟ ରାଜନୀତିରେ ଘିଅ ଢାଳୁଛି !

ନୂଆଦିଲ୍ଲୀ: ବାରମ୍ବାର ସୋସିଆଲ ମିଡ଼ିଆରେ ଧମକ ଆସୁଥିବା ନେଇ ଶୁକ୍ରବାର ନିଜର ବୟାନ ରଖିଥିଲେ ବବିତା ଫୋଗଟ। ବବିତା ଜାୟରା ଓ୍ୱାସିମଙ୍କ ନା ନେଇ ସୋସିଆଲ ମିଡିଆରେ ନିଜର ଜବାବ ରଖିଥିଲେ। ଏହା ପରେ ଜାୟରା ମଧ୍ୟ ଏହାର ଜବାବ ସୋସିଆଲ ମିଡ଼ିଆରେ ଦେଇଛନ୍ତି। 

ସେ କହିଛନ୍ତି କି, ମୋର ପ୍ରଶଂସା କରିବା କୌଣସି ଆବଶ୍ୟକ ନାହିଁ। ସେ କହିଛନ୍ତି କି, ଏହା ମୋ ପାଇଁ ଠିକ ହେଉନାହିଁ। ଏହା ମୋର ଆତ୍ମସମ୍ମାନ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଲେଖିଛନ୍ତି କି, ମୁଁ ବିନମ୍ରତାର ସହି ଲୋକମାନଙ୍କର ଭଲପାଇବାକୁ ସ୍ୱିକାର କରୁଛି। ଏହା ସହିତ ଆହୁରି ମଧ୍ୟ ମୁଁ କହିବାକୁ ଚାହୁଁଛି ଯେ, ମୋତେ ମିଳୁଥିବା ଏହି ପ୍ରଶଂସା ତଥା ଭଲପାଇବା ମୋ ପାଇଁ ସନ୍ତୋଷଜନକ ନୁହେଁ। ମୋ ପାଇଁ ଏକ ବହୁତ ବଡ଼ ପରୀକ୍ଷା ମଧ୍ୟ।  ଏବଂ ମୋର ଆତ୍ମସମ୍ମାନ ପାଇଁ ଏକ ଘାତକ ସମସ୍ୟା ମଧ୍ୟ। 

 

ସେ ଆହୁରି ମଧ୍ୟ ଲେଖିଥିଲେ କି, ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି କି , କୌଣସି ଉପାୟରେ ମୋର ପ୍ରଶଂସା କରାନଯାଉ। ଭଗବାନଙ୍କୁ ପ୍ରାର୍ଥନା କର କି, ମୋର ଦୁର୍ବଳତା ପ୍ରତି ଭଗବାନ ଅଣଦେଖା କରନ୍ତୁ। ଯାହା ମୋ ନିକଟରେ ବହୁଳ ମାତ୍ରାରେ ରହିଛି। ମୋ ମନରେ ଦୟା କ୍ଷମା ଭରି ଦିଅନ୍ତୁ। ମୋର ଖରାପ ଅଭ୍ୟାସ ଓ ଲକ୍ଷ୍ୟକୁ ଦୁରେଇ ଦିଅନ୍ତୁ। ମୋତେ କେବଳ ତାଙ୍କ ପାଇଁ ଧାର୍ମିକ କାମ କରିବାକୁ ଅନୁମତି ଦିଅନ୍ତୁ। ମୋତେ ମୁସଲମାନ ଭାବେ ବଞ୍ଚିବା ଓ ମରିବାର ସୁଯୋଗ ମଧ୍ୟ ଦିଅନ୍ତୁ ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଥିଲେ। 

 

ସେପଟେ ଗତକାଲି ବବିତା ଫୋଗାଟ କରିଥିବା ପୋଷ୍ଟର ପ୍ରତ୍ୟୁତ୍ତରରେ ଏହି ପୋଷ୍ଟ କରିଛନ୍ତି ଜାୟରା। ବବିତା କହିଥିଲେ କି, ତାଙ୍କୁ ଜାୟରା ନ ଭାବିବାକୁ। ଯିଏ ଗୋଟିଏ ଧମକରେ ଘରେ ବସି ରହିଯିବ। ବବିତା ଆହୁରି ମଧ୍ୟ କହିଥିଲେ କି, ସୋସିଆଲ ମିଡ଼ିଆରେ ମୋତେ ଧମକ ମିଳୁଛି। ମାତ୍ର ଏହି ଧମକ ଦେଖି ମୁ ଡରୁନାହିଁ। ମୁଁ ଦେଶ ପାଇଁ ଲଢୁଛି। ଏହା ସହିତ ମୁଁ ସବୁବେଳେ ସତ କହିବି ଓ ସତ ସହିତ ରହିବି। ତବଲିଗି ଜମାତ କୋରୋନା ବ୍ୟାପିବାରେ ଦାୟି ବୋଲି ସେ ଟ୍ୱିଟ କରିଛନ୍ତି।