Overdraft:ଆକାଉଣ୍ଟରେ ଟଙ୍କା ନଥିଲେ ବି ଉଠାଇ ପାରିବେ 10 ହଜାର ଟଙ୍କା,ଜାଣନ୍ତୁ କେମିତି
Advertisement
Article Detail0/zeeodisha/odisha2117123

Overdraft:ଆକାଉଣ୍ଟରେ ଟଙ୍କା ନଥିଲେ ବି ଉଠାଇ ପାରିବେ 10 ହଜାର ଟଙ୍କା,ଜାଣନ୍ତୁ କେମିତି

ଯଦି ଆପଣ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି ତେବେ ନିଶ୍ଚୟ ପଚାରନ୍ତୁ ଏଥିରେ ଆପଣଙ୍କୁ ଓଭରଡ୍ରାଫ୍ଟ ସୁବିଧା ମିଳୁଛି କି ?

SOCIAL MEDIA

Overdraft:

ଯଦି ଆପଣ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି ତେବେ ନିଶ୍ଚୟ ପଚାରନ୍ତୁ ଏଥିରେ ଆପଣଙ୍କୁ ଓଭରଡ୍ରାଫ୍ଟ ସୁବିଧା ମିଳୁଛି କି ? ଯଦି ଆପଣଙ୍କର ପୂର୍ବରୁ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ବ୍ୟାଙ୍କରୁ ଏହା ବିଷୟରେ ଜାଣନ୍ତୁ । ଅସୁବିଧା ସମୟରେ ଓଭରଡ୍ରାଫ୍ଟ ବା ଓଡି ସୁବିଧା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ । ଜନଧନ ଆକାଉଣ୍ଟ ଥିବା ଲୋକଙ୍କୁ ଏହି ସୁବିଧା ମିଳିଥାଏ । ଓଭରଡ୍ରାଫ୍ଟ ର ସୁବିଧା କ'ଣ ଏବଂ କିପରି ପାଇବେ, ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ ।

ଓଭରଡ୍ରାଫ୍ଟ ହେଉଛି ଏକ ପ୍ରକାର ଋଣ ଯାହା ବ୍ୟାଙ୍କ ଆପଣଙ୍କୁ ପ୍ରଦାନ କରିଥାଏ । ତେବେ ଏହାର ଖାସ୍ କଥା ହେଉଛି ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଯାଇ ଫର୍ମ ପୂରଣ କରିବାକୁ ପଡିବ ନାହିଁ କିମ୍ବା ଅପେକ୍ଷା କରିବାକୁ ପଡିବ ନାହିଁ । ତୁରନ୍ତ ମିଳିବ ଓଡି ସୁବିଧା । ଆପଣ ଯେକୌଣସି ଏଟିଏମରୁ ଟଙ୍କା ଉଠାଇପାରିବେ । ତେବେ ଆପଣଙ୍କୁ କେତେ ଟଙ୍କା ମିଳିବ ତାହା ପୂର୍ବରୁ ସ୍ଥିର ହୋଇଥାଏ।

ଓଡିର ନିୟମ କ'ଣ?

ପ୍ରତ୍ୟେକ ବ୍ୟାଙ୍କ ଅଲଗା ଅଲଗା ଭାବେ ଓଡି ପରିମାଣ ନିର୍ଦ୍ଧାରଣ କରିଥାନ୍ତି। ଉଦାହରଣ ସ୍ୱରୂପ, ଯଦି କାହାର ଜନଧନ ଆକାଉଣ୍ଟ ଅଛି, ତେବେ ସେ ଓଡି ଅଧୀନରେ ୧୦,୦୦୦ ଟଙ୍କା ପାଇପାରିବେ । ସେହି ବ୍ୟକ୍ତି ସିଧାସଳଖ ଏଟିଏମରୁ ଏହି ଟଙ୍କା ଉଠାଇପାରିବେ । ଓଭରଡ୍ରାଫ୍ଟ ଅଧୀନରେ ଟଙ୍କା ନେବା ପାଇଁ ଆପଣଙ୍କ ଆକାଉଣ୍ଟରେ ଟଙ୍କା ରହିଥିବାପ  କୌଣସି ଆବଶ୍ୟକତା ନାହିଁ । ଜନଧନ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ବାଲାନ୍ସ ଶୂନ ଥିଲେ ମଧ୍ୟ ସେ ୧୦ ହଜାର ଟଙ୍କା ଉଠାଇପାରିବେ । ଏହାପରେ ତାଙ୍କୁ ସୁଧ ସହ ଏହି ଟଙ୍କା ଫେରାଇବାକୁ ପଡିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡି କେବଳ ୧୦ ହଜାର ଟଙ୍କା ନୁହେଁ। ଅନେକ ବ୍ୟାଙ୍କ ଏହାଠାରୁ ମଧ୍ୟ ଅଧିକ ଓଡି ଲିମିଟ୍  ପ୍ରଦାନ କରିଥାନ୍ତି । କିନ୍ତୁ ଏଥିପାଇଁ ଆପଣଙ୍କୁ  ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ପାଇଁ ପଡିଥାଏଷ।

ସୁଧ କେତେ ରହିବ?

ଜନଧନ ଆକାଉଣ୍ଟରେ ମିଳୁଥିବା ଓଡି ପାଇଁ ସୁଧ ୨ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ଏହା ବିଭିନ୍ନ ବ୍ୟାଙ୍କ ଉପରେ ନିର୍ଭର କରିବ କିନ୍ତୁ ସୁଧ ୧୨ ପ୍ରତିଶତରୁ ଅଧିକ ହେବ ନାହିଁ। ଯଦି କୌଣସି ବ୍ୟାଙ୍କର ଓଭରଡ୍ରାଫ୍ଟ ସୁବିଧା ୫୦,୦ ଟଙ୍କା ଏବଂ ଗ୍ରାହକ ସେଥିରୁ ୧୦,୦୦୦ ଟଙ୍କା ଉଠାଇଛନ୍ତି, ତେବେ ୫୦,୦୦୦ ଟଙ୍କା ଉପରେ ନୁହେଁ ବରଂ କେବଳ ୧୦,୦ ଟଙ୍କା ଉପରେ ସୁଧ ଆଦାୟ କରାଯିବ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଓଭରଡ୍ରାଫ୍ଟ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।