Advertisement
Photo Details/zeeodisha/odisha2387339
photoDetails0hindi

17th August Horoscope: ମେଷ ରୁ ମୀନ, କାହାର ଭାଗ୍ୟ ଉଜ୍ଜ୍ୱଳ କିଏ ହେବ ଅସଫଳ...ଜାଣନ୍ତୁ ରାଶିଫଳ

17th August Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଆନ୍ତି । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆସନ୍ତାକାଲି ଅର୍ଥାତ୍ ଶନିବାର କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

1/11

ମେଷ ରାଶି: ଏହି ରାଶିର ଲୋକମାନଙ୍କ ପାଇଁ ଆସନ୍ତାକାଲି କୌଣସି ବିତର୍କରୁ ଦୂରେଇ ରହିବାର ଦିନ ହେବ। ଅଧିକ ଦୌଡ଼ିବା କାରଣରୁ ଆପଣ ଅସନ୍ତୁଷ୍ଟ ରହିବେ। କାର୍ଯ୍ୟଭାର ବଢିବ। ଗୁରୁଜନ ଙ୍କ ସହ ଅପ୍ରିୟ ହେବେ। ପ୍ରେମ ସମ୍ପର୍କ ଖରାପ ହେବ।

2/11

ବୃଷ ରାଶି: ଲୋକମାନଙ୍କ ପାଇଁ ଆସନ୍ତାକାଲି ଦିନଟି ଆପଣଙ୍କ ପାଇଁ ସାବଧାନ ମୟ ରହିବ। ବ୍ୟବସାୟରେ କୌଣସି ବଡ଼ ରିସ୍କ ନେବାରୁ ଦୂରେଇ ରହିବାକୁ ପଡ଼ିବ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ। ବନ୍ଧୁଙ୍କ ବିଷୟରେ କୌଣସି କଥାକୁ ନେଇ ଖରାପ ଅନୁଭବ କରିପାରନ୍ତି। 

3/11

ମିଥୁନ ରାଶି: ମିଥୁନ ରାଶିର ଲୋକଙ୍କ ପାଇଁ ନୂଆ ଘର, ଯାନବାହନ, ଦୋକାନ ଇତ୍ୟାଦି କିଣିବା ପାଇଁ ଆସନ୍ତାକାଲି ଦିନଟି ଭଲ ରହିବ। ସନ୍ତାନ ଆପଣଙ୍କ ଆଶା ପୂରଣ କରିବେ। ଆପଣ ନିଜର ବିଳାସପୂର୍ଣ୍ଣ ଜିନିଷ ଉପରେ ବହୁତ ଟଙ୍କା ଖର୍ଚ୍ଚ କରିବେ ।

4/11

କର୍କଟ ରାଶି: ମନ ଚାହିୁଁଥିବା ଜିନିଷ ନ ମିଳିବାରୁ ନିରାଶ ହେବେ । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟ ସିଦ୍ଧି ହେବ । ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ ।

5/11

ସିଂହ ରାଶି: କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ ।

6/11

କନ୍ୟା ରାଶି: ନିଜ ଲୋକମାନଙ୍କ ସହଯୋଗରେ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସମର୍ଥ ହେବେ। ସାହିତ୍ୟ, ଚିତ୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ ।

7/11

ତୁଳା ରାଶି: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।

8/11

ବିଛା ରାଶି: କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ ରହିବ ନାହିଁ । ଆଶା କରୁଥିବା ଅର୍ଥ ପାଇବା ସହଜ ହେବ ନାହିଁ, ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିପାରନ୍ତି। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।

9/11

ମକର ରାଶି: ପ୍ରଶ˚ସା ନେଇ ଯୋଗ ରହିଛି। ବାଣିଜ୍ୟ କାରବାର ବୃଦ୍ଧି ଲାଗି ଦିନଟି ଶୁଭ ଅଟେ । ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସ ଖୁସିରେ ସମୟ କଟିବ।

10/11

କୁମ୍ଭ ରାଶି : ଶନିବାର ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

11/11

ମୀନ ରାଶି: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତି ସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରୀ ମାମଲାରେ ଚିନ୍ତା ବଢ଼ିପାରେ ।