Advertisement
Photo Details/zeeodisha/odisha2387396
photoDetails0hindi

Naveen Patnaik: ନବୀନ ନିବାସରେ ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ, ଦେଖନ୍ତୁ କିଛି ଝଲକ

Naveen Patnaik meets Amit rohidas: ଆଜି ନବୀନ ନିବାସରେ ଭାରତୀୟ ହକି ଦଳର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସଙ୍କୁ ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏଠାରେ ଦେଖନ୍ତୁ ସମ୍ବର୍ଦ୍ଧିତ କରିବା ସମୟରେ କିଛି ଫଟୋ।

1/5

ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। 

 

2/5

ଏହା ସମେତ ପୂର୍ବ ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଓଡି଼ଶାର ଗର୍ବ ଭାବରେ ବର୍ଣ୍ଣନା କରିବା ସହ ଯୁବ ପିଢ଼ିକୁ ତାଙ୍କର ସଫଳତା ପ୍ରେରଣା ଦେଇଚାଲିବ ବୋଲି କହିଥିଲେ।

 

3/5

ଓଡି଼ଶା ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବା ପରେ ଲଗାତାର ଦୁଇଟି ଅଲିମ୍ପିକରେ ଦଳ ଦୁଇ ଦୁଇଟି ବ୍ରୋଂଞ୍ଜ ପଦକ ପାଇ ଦେଶର ଗୌରବ ବୃଦ୍ଧି କରିଥିବାରୁ ନବୀନ ପଟ୍ଟନାୟକ ଅମିତଙ୍କୁ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇ ଥିଲେ।

 

4/5

ଆଗାମୀ  ଲସଏଞ୍ଜେଲସ ଅଲିମ୍ପିକରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସୁନା ପଦକ ଜିତିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ଆଶା ବ୍ୟକ୍ତ କରିଥିଲେ।

 

5/5

ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇବା ସମେତ ଅମିତ ନବୀନ ପଟ୍ଟନାୟକଙ୍କୁ ପ୍ୟାରିସ ଅଲିମ୍ପିକର mascot ପ୍ରଦାନ କରିବା ସହ ଭାରତୀୟ ହକି ଦଳର ସଫଳତାରେ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ।