Advertisement
Photo Details/zeeodisha/odisha2390539
photoDetails0hindi

Gold Price Today: ସୁନାଦରରେ ବୃହତ ହ୍ରାସ, ୫୪ ହଜାର ତଳେ ଭରିପିଛା ମୂଲ୍ୟ

Gold Price Today: ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ର ମୂଲ୍ୟ ୬,୬୬୯ ଟଙ୍କା ଏବଂ ୨୪ କ୍ୟାରେଟ ସୁନା (ଯାହାକୁ ୯୯୯ ସୁନା ମଧ୍ୟ କୁହାଯାଏ) ଗ୍ରାମ ପିଛା ୭,୨୭୬ ଟଙ୍କା ରହିଛି ।  ତେବେ ରାଜଧାନୀରେ ଆଜି ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ୬ହଜାର ୬୬୯ ଥିବା ବେଳେ ୧୦ ଗ୍ରାମ ବା ଭରିକୁ ରହିଛି ୬୬ ହଜାର ୬୯୦ ଟଙ୍କା । ସେହିପରି ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ବା ଭରି ପିଛା ସୁନା ଦର ୬୬ ହଜାର ୮୪୦ ଟଙ୍କା ରହିଛି। କହିବାକୁ ଗଲେ ଗତକାଲି ଠାରୁ ସୁନା ଦର କମିଛି। 

 

1/5

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଭାଇର ଦିର୍ଘାୟୁ କାମନା କରିଥାଏ। ସେହିପରି ଭଉଣୀକୁ ରକ୍ଷା ପାଇଁ ଭାଇ ବି ବଚନ ଦେଇଥାଏ। ତେବେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ସୁନା ଗିଫ୍ଟ କରନ୍ତୁ କାରଣ ଆଜି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। 

 

2/5

ସେହିପରି ୨୪ କ୍ୟାରେଟ୍ ସୁନା ଭୁବନେଶ୍ୱରରେ କମିଛି। ଏଠାରେ ୨୪ କ୍ୟାରେଟ୍ ସୁନା ୧ ଗ୍ରାମକୁ ୭ ହଜାର ୨୭୬ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ତଥା ଭରି ପିଛା ୭୨ ହଜାର ୭୬୦ ଟଙ୍କା ରହିଛି। ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ୧ ଗ୍ରାମକୁ ୫ ହଜାର ୪୫୬ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପିଛା ବା ଭରିକୁ ୫୪ ହଜାର ୫୬୦ ଟଙ୍କା ଦର ରହିଛି। 

 

3/5

ଅନ୍ୟପଟେ ଦେଶରେ ରୂପା ଦର ବି ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ଏକ ଗ୍ରାମକୁ ୮୫ ଟଙ୍କା ୯୦ ପଇସା ରହିଥିବା ବେଳେ ୮ ଗ୍ରାମକୁ ୬୮୭ ଟଙ୍କା ୨୦ ପଇସା ଓ ୧୦ ଗ୍ରାମକୁ ୮୫୯ ଟଙ୍କା ଓ ୧୦୦ ଗ୍ରାମକୁ ୮ ହଜାର ୫୯୦ ଟଙ୍କା ରହିଛି। ସେହିପରି ୧୦୦୦ ଗ୍ରାମ ବା ରୂପା କିଲୋର  ଦାମ୍ ୮୫ ହଜାର ୯୦୦ ଟଙ୍କା ରେଟ୍ ରହିଛି। 

4/5

ଦେଶରେ  ୧୦୦୦ ଗ୍ରାମ କିଲୋ ଦାମ୍ ୮୫ ହଜାର ଟଙ୍କା ରୂପା ରେଟ୍ ରହିଥିବା ବେଳେ ଭୁବନେଶ୍ୱରରେ କିଲୋ ରୂପା ଦର ୯୧ ହଜାର ଟଙ୍କାରେ ହି ସ୍ଥିର ରହିଛି।  

 

5/5

ଭାରତରେ ରୁପା ମୂଲ୍ୟ ଅନ୍ତର୍ଜାତୀୟ ଦର ଦ୍ୱାରା ନିର୍ଦ୍ଧାରଣ କରାଯାଏ, ଯାହା କି କୌଣସି ଦିଗରେ ଗତି କରେ । ଏହା ବ୍ୟତୀତ ଏହା ଡଲାର ତୁଳନାରେ ଟଙ୍କାର ମୁଦ୍ରା ଗତିବିଧି ଉପରେ ମଧ୍ୟ ନିର୍ଭର କରେ । ଡଲାର ତୂଳନାରେ ଟଙ୍କା ହ୍ରାସ ପାଇଲେ ଏବଂ ଅନ୍ତର୍ଜାତୀୟ ଦର ସ୍ଥିର ରହିଲେ ରୁପା ଆହୁରି ମହଙ୍ଗା ହୋଇଥାଏ।