Prathamstami Horoscope: ବୈଦିକ ପଞ୍ଚାଙ୍ଗ ଅନୁଯାୟୀ ୨୦୨୪ ନଭେମ୍ବର ୨୩ ତାରିଖ ରେ ସାରା ରାଜ୍ୟରେ ପାଳନ ହେବ ପ୍ରଥମାଷ୍ଟମୀ ପର୍ବ। ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଲୋକଭାଷାରେ ‘ପୋଢୁଆଁ ଅଷ୍ଟମୀ’ ବା ‘ପୋରୁହାଁ ଅଷ୍ଟମୀ’। କାରଣ ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ତେବେ ଏହିଦିନ ଗୁରୁ ପୁଷ୍ୟ ନକ୍ଷତ୍ର ସହିତ ମହାଲକ୍ଷ୍ମୀ ରାଜ ଯୋଗ, ବୁଦ୍ଧାଦିତ୍ୟ ଯୋଗ ଓ ଅମୃତ ସିଦ୍ଧି ଯୋଗର ଏକ ବିରଳ ସଂଯୋଗ ଘଟୁଛି। ଆସନ୍ତୁ ଜାଣିବା କେଉଁ ରାଶି ଏଥିରେ ଲାଭବାନ ହେବାକୁ ଯାଉଛନ୍ତି।
ମେଷ ରାଶି ମେଷ ରାଶିର ଲୋକମାନଙ୍କ ପାଇଁ ପ୍ରଥମାଷ୍ଟମୀଦିନ ଖୁବ୍ ଭଲ ରହିବ। ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେତୁ ମନ ପ୍ରସନ୍ନ ରହିବ। ତିନୋଟି ରାଜଯୋଗ ମାଧ୍ୟମରେ ଆପଣଙ୍କୁ ଖୁବଶୀଘ୍ର ଅସୀମ ଧନ ପ୍ରାପ୍ତି ହୋଇପାରେ । ଏହା ଦ୍ୱାରା ବ୍ୟବସାୟରେ ଉନ୍ନତିର ନୂଆ ବାଟ ଖୋଲିବ, ଯାହା ଆର୍ଥିକ ସ୍ଥିତିରେ ସୁଧାର ଆଣିବ । ଏହା ସହ ପ୍ରେମ ସମ୍ପର୍କରେ ବି ସୁଧାର ଆସିବ। ପାରିବାରିକ ଜୀବନ ସୁଖମୟ ରହିବ।
Also Read: Sun Transit 2024: ସୂର୍ଯ୍ୟ ଗ୍ରହର ଚଳନ ହେବ ଅଶୁଭ,୧୯ ନଭେମ୍ବର ଯାଏଁ ସମସ୍ୟା ଭୋଗିବେ ଏହି ୫ ରାଶି
ତୁଳା ରାଶି ପ୍ରଥମାଷ୍ଟମୀ ଦିନଟି ତୁଳା ରାଶିର ଲୋକଙ୍କ ପାଇଁ ଖୁବ ଆନନ୍ଦ ଦାୟକ ହେବାକୁ ଯାଉଛି। ଚିନ୍ତାକରି ନିଆଯାଇଥିବା ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି କରୁଥିବା ବ୍ୟକ୍ତିମାନେ ବିନା କାରଣରେ ବିବାଦରେ ଫସିବେ ନାହିଁ, ନଚେତ୍ ପରବର୍ତ୍ତୀ ସମୟରେ ଆପଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପରିବାରରେ ଖୁସିର ଲହରୀ ଖେଳିଯିବ। ବିବାହ ପାଇଁ ଆସିଥିବା ପ୍ରସ୍ତାବରେ ଚୂଡାନ୍ତ ମୋହର ବାଜିବ। ଚାକିରୀ କ୍ଷେତ୍ରରେ ଆପଣଙ୍କ ସିନିୟର ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। କାର୍ଯ୍ୟଭାର ବଢିବ ସତ ହେଲେ ମାନ ସମ୍ମାନ ବି ପ୍ରାପ୍ତି ହେବ।
କୁମ୍ଭ ରାଶି ତିନୋଟି ଯୋଗ ପ୍ରଥମାଷ୍ଟମୀ ଦିନ କୁମ୍ଭ ରାଶିର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି। ଶାରୀରିକ ଆନନ୍ଦ ବୃଦ୍ଧି ମାନସିକ ଶାନ୍ତି ଆଣିବ। କୁମ୍ଭ ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ। ଏଥିସହିତ ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ ହଠାତ୍ ଲାଭ ମିଳିବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ଉନ୍ନତି ସହ ପଦୋନ୍ନତିର ସୁଯୋଗ ରହିଛି। ଅଟକି ରହିଥିବା ଟଙ୍କା ଫେରିବା ସମ୍ଭାବନା ରହିଛି।
ମୀନ ରାଶି ପ୍ରଥମାଷ୍ଟମୀ ଦିନଟି ମୀନ ରାଶିଙ୍କ ପାଇଁ ଖୁବ ଆନନ୍ଦ ଦାୟକ ସାବ୍ୟସ୍ତ ହେବ। ନୂଆ ଚାକିରିର ଯୋଗ ସୃଷ୍ଟି ହୋଇପାରେ। ପ୍ରେମ ସମ୍ପର୍କ ସୁମଧୁର ରହିବ। ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବ। ବିଭିନ୍ନ ଉତ୍ସରୁ ଟଙ୍କା ମିଳିବାର ଯୋଗ ରହିଛି। ପୁରୁଣା କାମ ପୂରା ହେବ। ପରିବାର ସହ ଦିନଟି ଖୁବ ଭଲରେ କଟିବ। ଗ୍ରହ ଚଳନ କାରଣରୁ ଦୀର୍ଘଦିନ ଲାଗିରହିଥିବା ବିବା ଦ ଏହି ଦିନରୁ ଶେଷ ହେବ।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)
ट्रेन्डिंग फोटोज़