Advertisement
Photo Details/zeeodisha/odisha2414617
photoDetails0hindi

Actor Manoj Mishra: ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଅଭିନେତା ମନୋଜ, ପ୍ରେମିକାକୁ କଲେ ଦ୍ୱିତୀୟ ବିବାହ

Manoj Mishra: ଭୁବନେଶ୍ୱର: ଓଲିଉଡ଼ କଳିରେ ଛନ୍ଦି ହୋଇଥିବା ଅଭିନେତା ମନୋଜ ମିଶ୍ର ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ନିକଟରେ ସେ ଦ୍ୱିତୀୟ ବିବାହ କରିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। 

1/3

Manoj Mishra: ଭୁବନେଶ୍ୱର: ଓଲିଉଡ଼ କଳିରେ ଛନ୍ଦି ହୋଇଥିବା ଅଭିନେତା ମନୋଜ ମିଶ୍ର ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ନିକଟରେ ସେ ଦ୍ୱିତୀୟ ବିବାହ କରିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। ବିବାହ ବେଳର ଫଟୋକୁ ମଧ୍ୟ ମନୋଜଙ୍କ ଦ୍ୱିତୀୟ ପତ୍ନୀ ମମତା ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। 

2/3

ଏଠାରେ କହି ରଖୁ କି ମନୋଜ ତାଙ୍କର ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ନିକଟରେ ଛାଡ଼ପତ୍ର ପ୍ରଦାନ କରିଥିଲେ। ପାରିବାରିକ କାରଣରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିବା କହିଥିଲେ। ମାନା ଓ ମନୋଜଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଛନ୍ତି। ସେହିପରି ଛାଡ଼ପତ୍ର ପରେ ମମତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଓଲିଉଡ଼ ଜଗତରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ନିକଟରେ ସେ କୋର୍ଟରେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ମମତାଙ୍କୁ ମନୋଜ ବିବାହ କରିଥିଲେ। ବିବାହ ସମୟର ଫଟୋ ମନୋଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। 

3/3

ଏଠାରେ କହି ରଖୁ ବିଭିନ୍ନ ସମୟରେ ମନୋଜ ଚର୍ଚ୍ଚାରେ ରହି ଆସିଛନ୍ତି ନିକଟରେ ସେ ଅଭିନେତାରୁ ନେତା ପାଲଟିଥିଲେ। କଂଗ୍ରେସ ଦଳରେ ଯୋଗ ଦେଇ ସେ ସାଧାରଣ ନିର୍ବାଚନ ଲଢିଥିଲେ। ବଲାଙ୍ଗୀର ଲୋକସଭା ଆସନରୁ ସେ କଂଗ୍ରେସ ପାଇଁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ। ଏହି ସମୟରେ ସେ କୋଶଳ ରାଜ୍ୟ ଗଠନକୁ ନେଇ ମନ୍ତବ୍ୟ ଦେଇ ଲୋକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ଓଡ଼ିଆ ସିନେମାକୁ ନେଇ ମନ୍ତବ୍ୟ ଦେଇ ମଧ୍ୟ ସିନେପ୍ରେମୀଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା।