Advertisement
Photo Details/zeeodisha/odisha1642909
photoDetails0hindi

Salman Khan: ହତ୍ୟା ଧମକରେ ଡ଼ରି ବୁଲେଟ ପ୍ରୁଫ କାର୍ କିଣିଲେ ସଲୁମିଆଁ, ଦାମ୍ ଜାଣିଲେ ମୁଣ୍ଡରେ ଦେବେ ହାତ...

Salman Khan: ବଲିଉଡ଼ ଅଭିନେତା ସଲମାନ ଖାନ୍ (Salman Khan) । ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ (death threats) ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଇ-ମେଲ୍‌ ଜରିଆରେ ହତ୍ୟା ଧମକ ମିଳିଥିଲା।

1/5

ମିଳିଥିବା ସୂଚନା ମୁତାବକ, ସଲମାନ ନିଶାନ ପେଟ୍ରୋଲ ଏସୟୁଭି (Nissan Patrol SUV) କିଣିଛନ୍ତି। ଭାରତ ବଜାରରେ ଏହି ଗାଡି ଲଞ୍ଚ ହୋଇନଥିବା ବେଳେ ସଲମାନ ବିଦେଶରୁ ଏହି ଗାଡି ଆଣିଛନ୍ତି। ଏହି ବୁଲେଟପ୍ରୁଫ ଗାଡ଼ି ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ ହୋଇଥିବା ବେଳେ ଦକ୍ଷିଣ ଏସିଆରେ ଏହାର ଚାହିଦା ଅଧିକ ରହିଛି। ତେବେ, ଏହି ଗାଡିର ଦାମ ଭାରତୀୟ ବଜାରରେ (45 lakh 89 thousands) ୪୫.୮୯ ହଜାର ବୋଲି କୁହାଯାଇପାରିବ ।

 

2/5

ସଲମାନଙ୍କ ନୂଆ ବୁଲେଟପ୍ରୁଫ୍ ଗାଡିର ବିଶେଷତା କ’ଣ? ଖବର ଅନୁଯାୟୀ, ସଲମାନ ଖାନଙ୍କ ନୂଆ ବୁଲେଟ ପ୍ରୁଫ କାର  ସଲମାନଙ୍କୁ ବଡି ଗାର୍ଡଙ୍କ ଠାରୁ ମଧ୍ୟ ଅଧିକ ସୁରକ୍ଷା ଦେବାରେ ସହାୟକ ହେବ। ଏହି କାରରେ ବାଲିଷ୍ଟିକ୍ ସୁରକ୍ଷା ଏବଂ 41 ମିଲି-ମିଟର ମୋଟା ଗ୍ଲାସ୍ ରହିଛି । ଅର୍ଥାତ ଶତ୍ରୁମାନେ ଯଦି ଗୁଳି ଚଳାଇବାକୁ ଚେଷ୍ଟା କରନ୍ତି । ତେବେ,ଏହି କାରରେ ବାଜି ବାହାରକୁ ଫେରିଯିବ । କାର ମଧ୍ୟକୁ ପ୍ରବେଶ କରିପାରିବନି। 

 

3/5

ସଲମାନ ଯେଉଁ କାର କିଣିଛନ୍ତି, ତାହା ୫.୬ ଲିଟର ଭଇ-୮ ପେଟ୍ରୋଲ ଇଞ୍ଜିନ କାର । ନିଶାନ ପେଟ୍ରୋଲ ଏସୟୁଭିର ବିଶାଳ ଇଞ୍ଜିନକୁ ୭ ସ୍ପିଡ୍ ଅଟୋମେଟିକ୍ ଗିଅର ବକ୍ସ ସହ ଯୋଡା ଯାଇଛି । ତେବେ, ସଲମାନଙ୍କର ଏହା ପ୍ରଥମ ବୁଲେଟ୍ ପ୍ରୁଫ କାର୍ ନୁହେଁ । ଅତୀତରେ ତାଙ୍କୁ ଧମକ ମିଳିବା ପରେ ଟୋୟୋଟା ଲ୍ୟାଣ୍ତ କ୍ରୁଇଜର ଏସୟୁଭିକୁ ବୁଲେଟପ୍ରୁଫକୁ ଅପଗ୍ରେଡ୍ କରାଇଥିଲେ।

4/5

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୮ରେ ସଲମାନଙ୍କୁ ହତ୍ୟା କରିବା ପାଇଁ ଇ-ମେଲ ଜରିଆରେ ଧମକ ମିଳିଥିଲା । ଏନେଇ ସଲମାନ୍ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ରାଜସ୍ଥାନର ଯୋଧପୁରରୁ ଏହି ଇମେଲ ପଠାଯାଇଛି ।

5/5

ପରେ ଏହି ସୂଚନା ଯୋଧପୁର ପୋଲିସକୁ ପଠାଯାଇଥିଲା। ଯୋଧପୁର ପୋଲିସ ଅଧିକ ଅନୁସନ୍ଧାନ କରି ଜାଣିଥିଲା ଯେ ଯୋଧପୁରର ସିଆଗୋ କି ଧାନୀରେ ରହୁଥିବା ଧାକଡରାମ ବିଷ୍ଣୋଇଙ୍କ ଦ୍ୱାରା ଏହି ଇମେଲ ପଠାଯାଇଛି। ଏହି ସୂଚନା ପାଇବା ପରେ ମୁମ୍ବାଇ ଓ ଯୋଧପୁର ପୋଲିସ ମିଳିତ ସର୍ଚ୍ଚ ଅପରେସନ କରି ଅଭିଯୁକ୍ତକୁ ଗିରଫ କରିଥିଲେ।