Advertisement
Photo Details/zeeodisha/odisha1829453
photoDetails0hindi

Asia Cup 2023: ଏହି ୫ ଖେଳାଳି ଏସିଆ କପରୁ ବାଦ ପଡ଼ିବା ନିଶ୍ଚିତ! ଦଳରୁ ଆଉଟ୍ କରିବେ ଚୟନକର୍ତ୍ତା

India's Asia Cup 2023 Squad: ଏସିଆ କପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ ୩୦ ଅଗଷ୍ଟରୁ ଆରମ୍ଭ ହେବ ଓ ଏଥିପାଇଁ ପାକିସ୍ତାନ, ବାଂଲାଦେଶ ଓ ନେପାଳ ନିଜ ନିଜ ଦଳ ଘୋଷଣା କରି ସାରିଛନ୍ତି । ଭାରତ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଦଳ ପାଇଁ ଅପେକ୍ଷା ଜାରି ରହିଛି । ଗତଥର ଏସିଆ କପ୍ ଖେଳିଥିବା ଟିମ୍ ଇଣ୍ଡିଆ ଏଥର ପରିବର୍ତ୍ତିତ ଦେଖାଯିବ । ଏଠାରେ ପ୍ରାୟ ଏପରି ୫ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଏଥର ଦଳରୁ ବାଦ ପଡ଼ିବେ ।

 

1/7

Asia Cup 2023: ଆଇସିସି ବିଶ୍ୱକପ ପୂର୍ବରୁ ଏସିଆ କପ୍ ଟିମ୍ ଇଣ୍ଡିଆ ଓ ଅନ୍ୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କୁହାଯାଉଛି ଯେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହି ସପ୍ତାହରେ ଦଳ ଘୋଷଣା କରିପାରିନ୍ତି ।

 

2/7

ଭାରତୀୟ ଦଳ କେଉଁ ମିଶ୍ରଣ ସହିତ ଏସିଆ କପରେ ପ୍ରବେଶ କରିବେ ତାହା ସମସ୍ତଙ୍କୁ ଦେଖିବାକୁ ଅପେକ୍ଷା କରିଛନ୍ତି । ପ୍ରଶଂସକଙ୍କ ମଧ୍ୟରେ କୌ ତୁହଳ ରହିଛି କି ଆହତ କେ.ଏଲ୍ ରାହୁଲ ଓ ଶ୍ରେୟସ୍ ଆୟର ଏହି ଟୁର୍ଣ୍ଣାମେଣ୍ଟରୁ ଦଳକୁ ଫେରିବେ ନା କେ.ଏଲ୍ ରାହୁଲ ଏକୁଟିଆ ଦଳକୁ ଫେରିବେ ।

 

3/7

ଏହି ଟୁର୍ଣ୍ଣାମେଣ୍ଟ ୩୦ ଅଗଷ୍ଟରୁ ଆରମ୍ଭ ହେବ ଓ ଏଥିପାଇଁ ପାକିସ୍ତାନ, ବାଂଲାଦେଶ ଓ ନେପାଳ ନିଜ ନିଜ ଦଳ ଘୋଷଣା କରିଛନ୍ତି । ଭାରତ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଦଳ ପାଇଁ ସମସ୍ତେ ଅପେକ୍ଷା କରଛନ୍ତି । ଗତଥର ଏସିଆ କପ୍ ଖେଳିଥିବା ଟିମ୍ ଇଣ୍ଡିଆ ଏଥର ପରିବର୍ତ୍ତିତ ଦେଖାଯିବ । ପ୍ରାୟ ୫ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଏଥର ଦଳରୁ ବାଦ ପଡିପାରନ୍ତି ।

 

4/7

ଏଥର ୱିକେଟ୍ କିପର ଋଷଭ ପନ୍ତଙ୍କ ନାମ ଏସିଆ କପ୍ ପାଇଁ ମନୋନୀତ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ ହେବ ନାହିଁ । ଗତ ବର୍ଷ ଏକ କାର ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ସେ ଫିଟନେସ୍ ଫେରି ପାଇବା ପାଇଁ ଜୋରଦାର ପରିଶ୍ରମ କରୁଛନ୍ତି । ଦୀପକ ହୁଡ୍ଡା ମଧ୍ୟ ଦୀର୍ଘ ସମୟ ଧରି ଦଳ ବାହାରେ ଅଛନ୍ତି ତେଣୁ ଚୟନକର୍ତ୍ତାମାନେ ତାଙ୍କ ନାମକୁ ମଧ୍ୟ ବିଚାରକୁ ନେବେ ନାହିଁ ।

 

5/7

ଗତଥର ଏସିଆ କପ୍ ଦଳରେ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆର ଅନ୍ୟ ଜଣେ ୱିକେଟ୍ କିପର ଦୀନେଶ କାର୍ତ୍ତିକ ଏଥର ଦଳର ଅଂଶ ହେବେ ନାହିଁ । ଟି-୨୦ ବିଶ୍ୱକପ ୨୦୨୨ ଖେଳିବା ପରଠାରୁ ସେ ଏହି ରେସରୁ ବାଦ ପଡିଛନ୍ତି ଓ ବର୍ତ୍ତମାନ ସେ କ୍ୱଚିତ୍ ଟିମ୍ ଇଣ୍ଡିଆର ଜର୍ସିରେ ନଜର ଆସିପାରନ୍ତି ।

 

6/7

ଅଭିଜ୍ଞ ଦ୍ରୁତ ବୋଲର ଭୂବନେଶ୍ୱର କୁମାର ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାଦ ପଡ଼ି ଆସୁଛନ୍ତି ଓ ତାଙ୍କ ବିଷୟରେ କୌଣସି ଆଲୋଚନା ହୋଇନାହିଁ । ଗତଥର ସେ ଦଳର ମୁଖ୍ୟ ବୋଲର ହୋଇଥିଲେ ମଧ୍ୟ ଏଥର ସେ ଦଳର ଅଂଶ ହେବେ ନାହିଁ ।

 

7/7

ଟିମ୍ ଇଣ୍ଡିଆର ଯୁବ ସ୍ପିନର ରବି ବିଷ୍ଣୋଇ ଏହି ବର୍ଷର ଏସିଆ କପରେ ସ୍ଥାନ ପାଇପାରିବେ ନାହିଁ । ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି-୨୦ ସିରିଜରେ ଅଭିଜ୍ଞ ସ୍ପିନ୍ ଯୋଡି କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲଙ୍କୁ କ୍ରମାଗତ ଭାବରେ ଦଳ ବୋଲିଂ କରାଇଥିଲା । ଏପରି ପରିସ୍ଥିତିରେ, ଏହି ଯୋଡିକୁ ବଦଳାଇବା କଷ୍ଟକର ମନେହୁଏ ।