ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହିସବୁ ଫଳ ଖାଇବା ଦ୍ୱାରା ପ୍ରଚଣ୍ଡ ଗରମ ସତ୍ତ୍ୱେ ମସ୍ତିଷ୍କ ଥଣ୍ଡା ରହିଥାଏ । ଏହାସହିତ ନିୟମିତ ଫଳାହାର ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ହାର୍ଟ ଏବଂ ଡାଇବେଟିସ ରୋଗୀ ଖରାଦିନେ ଖାଦ୍ୟରେ ଫଳକୁ ନିଶ୍ଚୟ ସାମିଲ କରିବା ଉଚିତ ।
ପ୍ରଚଣ୍ଡ ଗରମରୁ ବର୍ତ୍ତିବା ପାଇଁ ସାଧାରଣତଃ ଲୋକେ ଏବେ କୋଲ୍ଡ ଡ୍ରିଙ୍ଗ୍ସ ପିଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହା କିଛି ସମୟ ପାଇଁ ଶରୀରକୁ ଆରାମ ଦେଉଥିବାବେଳେ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଖରାଦିନେ ବିଭିନ୍ନ ଖରା ଦିନିଆ ଫଳ ଆହାର କରିବା ଦ୍ୱାରା ଉଭୟ ଶରୀର ଓ ମସ୍କିଷ୍କ ପାଇଁ ଫଳପ୍ରଦ ହୋଇଥାଏ । ପ୍ରଥମତଃ ନିର୍ଦ୍ଦିଷ୍ଟ ଋତୁରେ ହେଉଥିବା ଫଳ ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ସାବ୍ୟସ୍ତ ହୋଇଥାଏ । ଖରାଦିନେ ପ୍ରଚୁର ମାତ୍ରାରେ ତରଭୁଜ, ଆମ୍ବ, ଅମୃତଭଣ୍ଡା, କମଳା, କଦଳୀ ଉତ୍ପାଦିତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହିସବୁ ଫଳ ଖାଇବା ଦ୍ୱାରା ପ୍ରଚଣ୍ଡ ଗରମ ସତ୍ତ୍ୱେ ମସ୍ତିଷ୍କ ଥଣ୍ଡା ରହିଥାଏ । ଏହାସହିତ ନିୟମିତ ଫଳାହାର ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ହାର୍ଟ ଏବଂ ଡାଇବେଟିସ ରୋଗୀ ଖରାଦିନେ ଖାଦ୍ୟରେ ଫଳକୁ ନିଶ୍ଚୟ ସାମିଲ କରିବା ଉଚିତ ।
ଅଧିକାଂଶ ଖରାଦିନିଆ ଫଳରେ ପ୍ରଚୁର ମାତ୍ରାରେ ଭିଟାମିନ ସି ମିଳିଥାଏ । ତରଭୂଜରେ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥିବାରୁ ତାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍ ରହିଥାଏ । କିନ୍ତୁ ଏଥିରେ ଫାଇବର ଏବଂ ପାଣିର ମାତ୍ରା ଅଧିକ ଥିବାରୁ କିଡ୍ନୀ ସମସ୍ୟା ଥିବା ଲୋକ, ସାଇନସ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ । ତରଭୂଜ ଶରୀରକୁ ଥଣ୍ଡା କରୁଥିବାରୁ ଆସ୍ଥମା ରୋଗୀଙ୍କୁ ଏହାଠାରୁ ଦୂରରେ ରହିବା ଅତ୍ୟନ୍ତ ଜରୁରୀ । ତରଭୂଜରେ ଆମିନୋ ଏସିଡ୍ ରହିଥାଏ. ଯାହା ଆସ୍ଥମା ରୋଗୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ ।
ଖରାଦିନ ଆସିବା କ୍ଷଣି ଲୋକେ ଆମ୍ବ ଖୋଜିଥାନ୍ତି । ଆମ୍ବରେ ପ୍ରଚୁର ଭିଟାମିନ ସି ରହଥିବାରୁ ଏହା ଆଖି, ଚର୍ମ ଉପରେ ସୁପ୍ରଭାବ ପକାଇବା ସହ କୋଲେଷ୍ଟ୍ରଲ ନିୟନ୍ତ୍ରଣ, ହଜମ ଶକ୍ତି ବୃଦ୍ଧି ସହ କ୍ୟାନସର ଭଳି ସାଙ୍ଘାତିକ ରୋଗରୁ ରକ୍ଷା କରିଥାଏ ।
ଅନ୍ୟ ଏକ ମୁଖ୍ୟ ଖରାଦିନିଆ ଫଳ ହେଉଛି କମଳା । କମଳା ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଓ ଫାଇବର ମଧ୍ୟ ମିଳିଥାଏ । ଏହାସହିତ କମଳାରେ ପ୍ରଚୁର କ୍ୟାଲସିୟମ ରହିଥାଏ ।
ଖରାଦିନ ସହିତ ବର୍ଷର ପ୍ରାୟ ସବୁ ସମୟରେ ଏହି ଫଳ ମିଳିଥାଏ । କଦଳୀରେ ଭିଟାମିନ ଏ, ବି, ସି, ଇ, ପୋଟାସିୟମ ରହିଛି । ଏଥିରେ ଏମିନୋଏସିଡ ସହିତ ଭିଟାମିନ ବି-6 ମଧ୍ୟ ମିଳିଥାଏ ।
ଏହା ବି ପଢ଼ନ୍ତୁ:-ଚଢ଼େଇଙ୍କ ବନ୍ଧୁ 'ହେଲ୍ପ ଫର୍ ୟୁ', ପକ୍ଷୀଙ୍କୁ ଯୋଗାଉଛି ପାଣି ଓ ଖାଦ୍ୟ
ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା
ଏହା ବି ପଢ଼ନ୍ତୁ:-ଯଦି କଂଗ୍ରେସ ନୁହେଁ ତେବେ କେଉଁଠି…ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ
ଗରମ ଦିନେ ପ୍ରଚୁର ମିଳୁଥିବା ଅନ୍ୟଏକ ଫଳ ହେଉଛି ଅମୃତଭଣ୍ଡା । ଅମୃତଭଣ୍ଡାରେ ଭିଟାମିନ ସି ଓ ଭିଟାମିନ ଏ ରହିଥାଏ । ତେଣୁ ଖରାଦିନେ ଅମୃତଭଣ୍ଡା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ ।
ट्रेन्डिंग फोटोज़