Advertisement
Photo Details/zeeodisha/odisha1639290
photoDetails0hindi

Ajay Devgn 5 Flop Movies: 'ଭୋଲା' ନୁହେଁ, ଅଜୟଙ୍କ ଏହି ୫ଟି ଫିଲ୍ମ ବକ୍ସ ଅଫିସରେ ଖାଇଛି ମାଡ଼

Ajay Devgn 5 Flop Movies: ବଲିଉଡ଼ ଅଭିନେତା ଅଜୟ ଦେବଗନ(Ajay Devgn )। ଅଜୟଙ୍କ ଫିଲ୍ମ 'ଭୋଲା' (bholaa)ନିକଟରେ ରିଲିଜ୍ ହୋଇଛି । ଫିଲ୍ମ 'ଭୋଲା' ବକ୍ସ ଅଫିସରେ ଜବରଦସ୍ତ ସଫଳତା ଲାଭ କରିବେ ବୋଲି ଆଶା ରଖିଥିଲେ ଅଭିନେତା । କିନ୍ତୁ ତାଙ୍କର ଏହି ଆଶା ଏବେ ମଉଳି ଯାଉଛି । ମାର୍ଚ୍ଚ ୩୦ରେ ଏହି ଫିଲ୍ମଟି ପରଦାକୁ ଆସିଛି । ବକ୍ସ ଅଫିସ୍ ରିପୋର୍ଟ ଅନୁସାରେ(bholaa box office collection), ଫିଲ୍ମଟି ପ୍ରଥମ ସପ୍ତାହାନ୍ତରେ ମୋଟ ୪୪.୪୫ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ‘ଭୋଲା’ ପ୍ରଥମ ଦିନରେ (bholaa earnings) ବକ୍ସ ଅଫିସରେ ୧୧.୨୦କୋଟି ଟଙ୍କା ଆୟ କରିଛି। 

1/5

ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ(Raju Chacha)  'ରାଜୁ ଚାଚା ' । ଯାହା  ୨୦୦୦ ମସିହାରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ କାଜୋଲ ମୁଖ୍ୟ ଭୂମିକାରେ ଥିଲେ।  'ରାଜୁ ଚାଚା  ' ଫିଲ୍ମଟି ସେହି ସମୟରେ ସୁପର ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା।

 

2/5

ଫିଲ୍ମ 'ଆଗ୍', ଏହା ହିନ୍ଦୀ ସିନେମାର ଶାସ୍ତ୍ରୀୟ ଚଳଚ୍ଚିତ୍ର ଶୋଲେ ର ରିମେକ୍ ଥିଲା । 'ଆଗ୍'(Aag film)ଫିଲ୍ମରେ ଅଜୟ ଦେବଗାନଙ୍କ ସହ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ମୋହନ ଲାଲଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ମଧ୍ୟ ସୁପର ଫ୍ଲପ୍ ହୋଇଥିଲା।

3/5

ସେହିପରି ଅଜୟଙ୍କ ଆଉ ଏକ ଫିଲ୍ମ ହେଉଛି (U Me Aur Hum)  'ୟୁ ମି ଅୌର ହାମ୍  '। ଏହି ଫିଲ୍ମରେ ଅଜୟ ପତ୍ନୀ କାଜଲଙ୍କ ସହ ନଜର ଆସିଥିଲେ । ତାଙ୍କର ଏହି ଚଳଚ୍ଚିତ୍ର ମଧ୍ୟ ଏକ ସୁପରଫ୍ଲପ୍ ଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ନିଜେ ଅଜୟ ଦେବଗନ୍ ହିଁ ନେଇଥିଲେ। 

4/5

ଅଜୟ ଦେବଗାନଙ୍କ ସୁପର ଫ୍ଲପ୍ ଫିଲ୍ମ ମଧ୍ୟରୁ (Himmatwala) ହିମତଓ୍ବାଲା ମଧ୍ୟ ଅନ୍ୟତମ । ଫିଲ୍ମ ହିମାତ୍ୱାଲା ୨୦୧୩ ରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ଥିଲେ।

5/5

ଅଜୟ ଦେବଗାନଙ୍କ ଆଉ ଏକ ଫ୍ଲପ୍ ଫିଲ୍ମ ହେଉଛି 'ଆକ୍ସନ୍ ଜ୍ୟାକ୍ସନ୍ '(action jackson) । ଏହି ଫିଲ୍ମଟି ୨୦୧୪ ମସିହାରେ ରିଲିଜ୍ ହୋଇଥିଲା । ଏହି  ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମ ଆକ୍ସନ୍ ଜ୍ୟାକ୍ସନ୍ ଅଜୟ ଦେବଗାନଙ୍କ ଏକ ଫ୍ଲପ୍ ଫିଲ୍ମ ।