Advertisement
Photo Details/zeeodisha/odisha1582746
photoDetails0hindi

Chenab Bridge: ତଳେ ମେଘ, ଉପର ସେତୁ...ଏପରି ଦୃଶ୍ୟମାନ ହେବ ବିଶ୍ୱର ସର୍ବୋଚ୍ଚ ସେତୁ ରେଳବାଇ ସେତୁ

Highest Railway Bridge Of The World:  ଏହି ସେତୁର ଲମ୍ବ ହେଉଛି ୧.୩ କିଲୋମିଟର। ଯାହା ପ୍ୟାରିସ ଆଇଫିଲ ଟାୱାର ଠାରୁ ୩୫ ମିଟର ଅଧିକ ଉଚ୍ଚ। ଏହି ଯାଦୁକରୀ ଏବଂ ଚମତ୍କାର ସେତୁ ଘଣ୍ଟା ପ୍ରତି ୨୬୦ କିଲୋମିଟର ବେଗ ପର୍ଯ୍ୟନ୍ତ ବହୁଥିବା ପବନକୁ ସହ୍ୟ କରିବାରେ ସକ୍ଷମ ହେବ ଏବଂ ଏହା ୧୨୦ ବର୍ଷ ପାଇଁ କାର୍ଯ୍ୟ କରିବ। 

 

1/8

ଭାରତୀୟ ରେଳବାଇ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ସେତୁର ଲମ୍ବ ହେଉଛି ୧.୩ କିଲୋମିଟର। ଯାହା ପ୍ୟାରିସ ଆଇଫିଲ ଟାୱାର ଠାରୁ ୩୫ ମିଟର ଅଧିକ ଉଚ୍ଚ। ଏହି ସେତୁ ନିର୍ମାଣ କାର୍ଯ୍ୟ ୨୦୦୪ ମସିହାରେ ଆରମ୍ଭ ହୋଇଥିଲା। ହେଲେ ଏହି ଅଞ୍ଚଳରେ ବାରମ୍ବାର ପ୍ରବଳ ବେଗରେ ବହୁଥିବା ପବନକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁରକ୍ଷା ଦିଗକୁ ବିଚାର କରିବାକୁ ୨୦୦୮-୦୯ ବର୍ଷରେ ଏହାକୁ ସ୍ଥଗିତ କରି ରଖାଯାଇଥିଲା। ଏହି ପ୍ରକଳ୍ପ ଥରେ ସମାପ୍ତ ହୋଇଗଲେ, ଏହି ଯାଦୁକରୀ ଏବଂ ଚମତ୍କାର ସେତୁ ଘଣ୍ଟା ପ୍ରତି ୨୬୦ କିଲୋମିଟର ବେଗ ପର୍ଯ୍ୟନ୍ତ ବହୁଥିବା ପବନକୁ ସହ୍ୟ କରିବାରେ ସକ୍ଷମ ହେବ ଏବଂ ଏହା ୧୨୦ ବର୍ଷ ପାଇଁ କାର୍ଯ୍ୟ କରିବ। 

2/8

ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ରେଳ ନେଟୱାର୍କ ମାଧ୍ୟମରେ କାଶ୍ମୀରକୁ କନ୍ୟାକୁମାରୀ ସହ ସଂଯୋଗ କରାଯିବ। ଉଦ୍ଧାମପୁର ଶ୍ରୀନଗର ବାରାମୁଲା ରେଳ ପ୍ରକଳ୍ପର ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ରେଳବାଇ ଅଧିକାରୀଙ୍କ ଅନୁଯାୟୀ ଜାମୁ କାଶ୍ମୀରକୁ ସଂଯୋଗ କରୁଥିବା ଲାଇନ ପାଇଁ ସମସ୍ତ ଆବଶ୍ୟକୀୟ ଟନେଲ କାମ ସରିଛି। ବାକି କାମ ସହିତ ଚେନାବ ରେଳ ବ୍ରିଜ ଉପରେ ଟ୍ରାକ ଲଗାଇବା କାମ ଦ୍ରୁତ ଗତିରେ ଚାଲିଛି।

 

3/8

ପ୍ରାୟ ୧୧୧ କିଲୋମିଟର ଲମ୍ବା କଟରା-ବାନିହାଲ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହା ହେଉଛି ସବୁଠାରୁ ଆହ୍ୱାନପୂର୍ଣ୍ଣ ପ୍ରକଳ୍ପ। କାରଣ ଏହି ମାର୍ଗରେ ପ୍ରାୟ ୯୭.୩୪ କିଲୋମିଟର ଲମ୍ବା ରେଳ ଲାଇନ ସୁଡଙ୍ଗ ମଧ୍ୟରେ ଯିବ। ଯେଉଁଥିରେ ଜାମୁରୁ ବାରାମୁଲ୍ଲା ପର୍ଯ୍ୟନ୍ତ ପର୍ବତ, ଢାଲୁ ଏବଂ ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳ ରହିଛି। ଏହି କାରଣରୁ ୨୭ ପ୍ରମୁଖ ସେତୁ ଏବଂ ୧୦ ଛୋଟ ସେତୁ ନିର୍ମାଣ କରିବାକୁ ହେବ। ଏହା ମଧ୍ୟରୁ ୨୧ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହା ମଧ୍ୟରେ ଚେନାବ ବ୍ରିଜ୍ ମଧ୍ୟ ରହିଛି।

4/8

ଦୁର୍ଗମ ଅଞ୍ଚଳରେ ନିର୍ମାଣ ସ୍ଥଳରେ ପହଞ୍ଚିବା ପାଇଁ ୨୦୩ କିଲୋମିଟର ନୂତନ ରାସ୍ତା ନିର୍ମାଣ କରିବାକୁ ପଡିଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କଟରା-ବାନିହାଲ ବିଭାଗ ଅଧୀନରେ ଥିବା ୧୬୩.୮୮ କିଲୋମିଟର (ଟନେଲ ସମେତ) ମଧ୍ୟରୁ ୧୬୨.୬ କିଲୋମିଟର କାମ ଶେଷ ହୋଇଛି। ଏ ପର୍ଯ୍ୟନ୍ତ ୧୧୧.୭ କିଲୋମିଟର ମଧ୍ୟରୁ ପ୍ରାୟ ୩୧.୩ କିଲୋମିଟର ଟ୍ରାକ୍ ପ୍ରସ୍ତୁତ ହୋଇସାରିଛି। ବାନିହାଲ-କଟରା ରେଳ ମାର୍ଗରେ ୧୨.୮୯ କିଲୋମିଟର ଲମ୍ବା ଏସକେପ୍ ଟନେଲ ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରରେ ଶେଷ ହୋଇଛି।

 

5/8

୧୯୦୫ ମସିହାରେ କାଶ୍ମୀରର ତତ୍କାଳୀନ ମହାରାଜା ମୋଗଲ ରାସ୍ତା ଦେଇ ଶ୍ରୀନଗର ଜାମୁକୁ ଯୋଡ଼ିବା ପାଇଁ ଏକ ରେଳ ଲାଇନ ସ୍ଥାପନ କରିବାକୁ ଘୋଷଣା କରିଥିଲା। ପ୍ରାରମ୍ଭିକ କାର୍ଯ୍ୟ ପରେ ଏହି ପ୍ରକଳ୍ପ କାର୍ଯ୍ୟ ଅଟକି ଯାଇଥିଲା। ଏହା ପରେ ପୁଣି ଥରେ ୧୯୫୫ ମସିହା ମାର୍ଚ୍ଚ ମାସରେ ୨୫୦୦ କୋଟି ଟଙ୍କା ବ୍ୟୟରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ୨୦୦୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ କ୍ଷମତାସୀନ ରହିଥିବା ଏନଡିଏ ସରକାର ଏହାକୁ ଏକ ଜାତୀୟ ପ୍ରକଳ୍ପ ଘୋଷଣା କରିଥିଲେ। ଏହା ପରେ ଏହାର ମୂଲ୍ୟ ୬୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଲା। ହେଲେ ବର୍ତ୍ତମାନ ଏହି ପ୍ରକଳ୍ପର ମୂଲ୍ୟ ୨୭ ହଜାର ୯୪୯ କୋଟି ଟଙ୍କାରେ ପହଞ୍ଚିଛି।

6/8

ରେଳ ଲାଇନ ବିଛାଇବା କାର୍ଯ୍ୟ ଭୌଗୋଳିକ ସମସ୍ୟାରେ ପରିପୂର୍ଣ୍ଣ ଥିଲା। ଏହି ସମସ୍ତ ଆହ୍ୱାନକୁ ଅତିକ୍ରମ କରି ବର୍ତ୍ତମାନ ଏହି ନେଟୱାର୍କ ପ୍ରସ୍ତୁତ ହେବା ଦିଗରେ ପହଞ୍ଚିଛି। ପ୍ରାୟ ୨୦ ବର୍ଷ ବିଳମ୍ବ ସହିତ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି।

7/8

ଏହି ରେଳ ଲାଇନ କାର୍ଯ୍ୟକ୍ଷମ ହେବା ପରେ କାଶ୍ମୀରର ଅର୍ଥନୀତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ। ଏହି ରେଳମାର୍ଗରେ ଟ୍ରେନ୍ ଚାଲିବା ସହିତ ଦେଶ କୋଣ ଅନୁକୋଣରୁ ପର୍ଯ୍ୟଟକ ଟ୍ରେନ୍ ଯୋଗେ କାଶ୍ମୀର ଯାଇପାରିବେ। 

 

8/8

ଦୁନିଆର ସର୍ବୋଚ୍ଚ ଚେନାବ ରେଳ ବ୍ରିଜ ଉପରେ ଟ୍ରାକ ଲଗାଇବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯେତେବେଳେ ଏହି ବ୍ରିଜ୍ ଏବଂ ଟ୍ରାକ୍ ବିଛାଇବା କାମ ଶେଷ ହୋଇଯିବ ସେତେବେଳେ  କାଶ୍ମୀରର ସେଉ ସମେତ ଅନ୍ୟ ଫଳକୁ  ସହଜରେ ଦେଶର ଅନ୍ୟ ସ୍ଥାନକୁ ପରିବହନ କରାଯାଇ ପାରିବ। ଏହା ସହିତ ଦକ୍ଷିଣ ଭାରତ ମଧ୍ୟ ସିଧାସଳଖ କାଶ୍ମୀର ସହିତ ସଂଯୁକ୍ତ ହୋଇପାରିବ। ଏହି ରେଳ ପ୍ରକଳ୍ପ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ସହିତ ସମଗ୍ର ଦେଶର ଅର୍ଥନୈତିକ ଉତ୍ପାଦନ ବୃଦ୍ଧି କରିବ।