Advertisement
Photo Details/zeeodisha/odisha1515887
photoDetails0hindi

Rahul Gandhi: ବଢୁଛି ରାହୁଲଙ୍କ କ୍ରେଜ୍, ଯିଏ ଘରଠୁ ବାହାରେ କେବଳ ବାଣ୍ଟିଥାନ୍ତି ଭଲପାଇବା

Rahul Gandhi Personality: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବେଶ ଚର୍ଚ୍ଚାରେ । ଭାରତ ଯୋଡୋ ଯାତ୍ରା ସମୟରେ ନଜରକୁ ଆସିଥିବା କିଛି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି।  ଭାରତ ଯୋଡୋ ଯାତ୍ରା ଏହାର ପ୍ରଥମ ପର୍ଯ୍ୟାୟରେ ୯ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଅତିକ୍ରମ କରିସାରିଛି।

1/9

ହେଲେ ଏହି ଭାରତ ଯୋଡୋ ଯାତ୍ରା ସମୟରେ ଅନେକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଲାଗିବ ରାହୁଲ ଜଣେ ଏମିତି ନେତା ଯାହାଙ୍କୁ ପସନ୍ଦ କରନ୍ତି ଆବାଳ ବୃଦ୍ଧ ବନିତା । 

2/9

ରାହୁଲ ଗାନ୍ଧୀ ନିଜର ପ୍ରୋଟୋକଲକୁ ନମାନି ସମସ୍ତଙ୍କ ସହ ମିଶିଥାନ୍ତି । ସେ ନେତାଙ୍କ ସହ ମିଶି ତଳେ ବସି ଖାଆନ୍ତି ତ ସେହିପରି ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ କୌଣସି ଭେଦଭାବ ଦେଖନ୍ତି ନାହିଁ। 

3/9

ଛୋଟ ଶିଶଙ୍କୁ ଭାରି ପସନ୍ଦ କରନ୍ତି ରାହୁଲ।  ଭାରତ ଯୋଡୋ ଯାତ୍ରାରେ ଅନେକ ସମୟରେ ସେ ଛୋଟ ଶିଶୁଙ୍କ ସହ ନଜର ଆସିଥାନ୍ତି। 

 

4/9

ବେକାରୀ ସମସ୍ୟା ହେଉ ବା ଅନ୍ୟ କିଛି ସମସ୍ୟା । ଯୁବପୀଢିଙ୍କ ସହ ସାମ୍ନାସାମ୍ନି କଥା ହୁଅନ୍ତି ରାହୁଲ। ଏହାସହ ତାଙ୍କ ସମସ୍ୟାକୁ ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି। 

5/9

ସଂସଦରେ ସରକାରଙ୍କୁ ବିରୋଧ କରନ୍ତି ସତ ହେଲେ ମା ଙ୍କ ପଣତରେ ଆଜି ବି ରାହୁଲ ଗାନ୍ଧୀ ଜଣେ କୁନି ଶିଶୁ । ମାଙ୍କ ପ୍ରେରଣା, ସ୍ନେହ, ଭଲ ପାଇବା, ମାର୍ଗଦର୍ଶନ ଆଗରେ ରାହୁଲ ସର୍ବଦା ନତମସ୍ତକ ହୋଇଥାନ୍ତି। 

6/9

ମା ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଅତି ନିକଟତର । ଲୋକଙ୍କ ସମସ୍ୟା ସହ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ବି ବହୁତ ଯତ୍ନବାନ ଥାଆନ୍ତି ରାହୁଲ ଗାନ୍ଧୀ। 

7/9

କେବଳ ମା ନୁହଁନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଖୁବ ସମ୍ମାନ ଦିଅନ୍ତି ରାହୁଲ। ତାଙ୍କ ପ୍ରେରଣାରେ ରାହୁଲ ଗାନ୍ଧୀ ଅନୁପ୍ରାଣିତ ।

8/9

ଭାଇ ଓ ଭଉଣୀ ଉଭୟଙ୍କୁ ରାଜନୈତିକ ମଞ୍ଚରେ ଏକାଠି ଦେଖିବାକୁ ମିଳିଥାଏ। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜ ସାନ ଭାଇଙ୍କ ସହ ବିଶେଷ ମୂହୁର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାକୁ ଭୁଲନ୍ତି ନାହିଁ। 

9/9

ରାହୁଲ ଗାନ୍ଧୀ ଜଣେ ଏମିତି ନେତା ଯିଏ ନା ଭଲ ପାଇବା ଓ ସ୍ନେହ ବାଣ୍ଟିବାରେ ରୋକ୍ ଲଗାନ୍ତି ନା ନିୟମ ମାନନ୍ତି। ସମସ୍ତଙ୍କୁ ଆଦର କରିବାର ନଜିର ରହିଛି। ଯାହାକୁ ଲୋକମାନେ ବି ଖୁବ ପସନ୍ଦ କରିଥାନ୍ତି।