Advertisement
Photo Details/zeeodisha/odisha1636393
photoDetails0hindi

Guava Side Effects: ଫାଇଦା ସହ ଶରୀରକୁ ପହଞ୍ଚାଇଥାଏ କ୍ଷତି, ଏହି ସମୟରେ ଆଦୌ ଖାଆନ୍ତୁ ନାହିଁ ପିଜୁଳି

Guava Side Effects: ପିଜୁଳି ଖାଇବାକୁ ପ୍ରାୟତଃ ସମସ୍ତ ପସନ୍ଦ କରିଥାଆନ୍ତି । ଖାସ୍ କରି ଶୀତ ଦିନେ ଏହାକୁ ଲୋକେ ବେଶ ଖାଇବାକୁ ପସନ୍ଦ କରିଥାଆନ୍ତି । ଖାଦ୍ୟ ହଜମ କରାଇବା ସହ ଏହା ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ତେବେ ସମସ୍ତ ଏହାର ଉପକାରିତା ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ କିନ୍ତୁ କ’ଣ ଆପଣ ଜାଣିଛନ୍ତି କି? ସ୍ବସ୍ଥ୍ୟା ପାଇଁ ହିତକର ହୋଇଥିବା ଏହି ପିଜୁଳି କେତେକ ପରିସ୍ଥିତିରେ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ମଧ୍ଯ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ମାନେ ପିଜୁଳି ଖାଇବା ଉଚିତ୍ ନୁହେଁ ।

1/5

ହାଇପୋଗ୍ଲାଇସେମିଆ ରୋଗରେ ପୀଡି଼ତ ଲୋକଙ୍କୁ ପିଜୁଳି ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଥାଏ । ହାଇପୋଗ୍ଲାଇସେମିଆରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ ରକ୍ତର ଶର୍କରା ସ୍ତର କମ୍ ରହିଥାଏ ।  ଯଦିଓ ମଧୁମେହ ରୋଗୀଙ୍କ ପିଜୁଳି ଖାଇବାକୁ ପରାମର୍ଶ ଦିଆଯାଇଥାଏ, କିନ୍ତୁ ହାଇପୋଗ୍ଲାଇସେମିଆର ପୀଡ଼ିତ ଲୋକମାନେ ପିଜୁଳି ଖାଇବା ଉଚିତ୍ ନୁହେଁ ।

2/5

ସାଧାରଣତଃ ପିଜୁଳି ଥଣ୍ତା ହୋଇଥାଏ । ତେଣୁ ଥଣ୍ତା ଓ ଜ୍ବର ହେବା ସମୟରେ ପିଜୁଳି ଖାଇବା ଉଚିତ୍ ନୁହେଁ ।

3/5

ଅସ୍ତ୍ରୋପଚାର କରାଇଥିବା ବ୍ୟକ୍ତି ପିଜୁଳି ଖାଇବା ଉଚିତ୍ ନୁହେଁ । ପିଜୁଳି ଖାଇବା ଦ୍ବାରା ଶରୀରରେ କ୍ଷତ ଶୀଘ୍ର ଭଲ ହୋଇନଥାଏ । ଏପରି ସ୍ଥିତିରେ ପିଜୁଳି ଖାଇଲେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

4/5

ପେଟ ସମ୍ବନ୍ଧୀୟ ସମସ୍ୟା ଥିଲେ ପିଜୁଳି ଖାଇବା ଅନୁଚିତ୍ । ଏହି ସମୟରେ ପିଜୁଳି ଖାଇବା ଦ୍ବାରା ବାନ୍ତି, ପେଟ ବ୍ୟଥା, ଗ୍ୟାସ ଆଦି ସମସ୍ୟା ଦେଖାଦେଇଥାଏ ।

5/5

ସ୍ତନ୍ୟପାନ କରାଉଥିବା ଓ ଗର୍ଭବତୀ ମହିଳା ପିଜୁଳି ଖାଇବା ଉଚିତ୍ ନୁହେଁ।