Advertisement
Photo Details/zeeodisha/odisha1770640
photoDetails0hindi

Adipurush: କାହିଁକି କ୍ଷମା ପ୍ରାର୍ଥନା କଲେ 'ଆଦିପୁରୁଷ' ଡାଇଲଗ୍ ରାଇଟର୍ ? ଜାଣନ୍ତୁ ଏହା ପଛର କାରଣ

Adipurush: ରିଲିଜ୍ ହେବା ଦିନ ଠାରୁ ବିବାଦରେ ରହି ଆସିଛି ଫିଲ୍ମ 'ଆଦିପୁରୁଷ'(Adipurush)। ଫିଲ୍ମଟିକୁ ନେଇ ଏକ ବଡ ଅପଡେଟ୍ ଆସିଛି । ପୁରା ଫିଲ୍ମ ପ୍ରକୃତ ରାମାୟଣ କଥାବସ୍ତୁକୁ କଦର୍ଥ କରୁଛି । ଯାହା ସନତନ ଧର୍ମ ବିରୋଧୀ । ଏବଂ ପ୍ରତ୍ୟକ ହିନ୍ଦୁଙ୍କ ଭାବନାକୁ କୁଠାରଘାତ କରିଛି।

1/5

‘ଆଦିପୁରୁଷ’ର ସଂଳାପକୁ ନେଇ ଟ୍ରୋଲ ହେବା ପରେ ଟ୍ୱିଟ୍ କରି ଦେଶବାସୀଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ ମୁନ୍ତସିର । ଟ୍ୱିଟ୍ କରି ମୁନ୍ତସିର ଲେଖିଛନ୍ତି ଯେ, ‘ ସାଧୁ ସନ୍ଥ ଓ ଶ୍ରୀରାମଙ୍କ ଭକ୍ତଙ୍କ ଭାବନାକୁ ଆଘାତ କରିଥିବାରୁ ସେ କ୍ଷମା ମାଗୁଛନ୍ତି । ମୁଁ ସ୍ୱୀକାର କରୁଛି ଯେ ଫିଲ୍ମ ଆଦିପୁରୁଷ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ତେଣୁ ସବୁ ବଡ ଭାଇ ଭଉଣୀ, ପୂଜ୍ୟ ସାଧୁସନ୍ଥ ଓ ଶ୍ରୀରାମଙ୍କ ଭକ୍ତଙ୍କୁ ହାତ ଯୋଡି ବିନା ସର୍ତ୍ତରେ କ୍ଷମା ମାଗୁଛନ୍ତି । ଭଗବାନ ବଜରାଙ୍ଗବାଲି ସମସ୍ତଙ୍କ ଉପରେ କୃପା କରନ୍ତୁ । ଏବଂ ଆଗକୁ ଧୈର୍ଯ୍ୟର ସହ ନବିତ୍ର ସନାତନ ଓ ମହାନ ଦେଶର ସେବା କରିବାକୁ ସକ୍ଷମ ହୋଇପାରୁ’ ।

2/5

ଏହା ପୂର୍ବରୁ ମଧ୍ୟ, ଫିଲ୍ମରେ ଥିବା ବିବାଦୀୟ ଡାଇଲଗ୍ ବଦଳିବ ବୋଲି ସେ ଟ୍ବିଟ୍ କରି ସୂଚନା ଦେଇଥିଲେ । ସଂଳାପ ଲେଖକ ମନୋଜ ମୁନ୍ତସିର ଟ୍ବିଟରେ ଲେଖିଥିଲେ ଯେ,୩ ଘଣ୍ଟାର ଫିଲ୍ମରେ ୩ ମିନିଟ୍ ର କିଛି ଲୋକଙ୍କ କଳ୍ପନା ବାହାରେ ଡାଇଲଗ୍ ଲେଖିଦେଇଥିବି । କିନ୍ତୁ ସେଥିପାଇଁ ମୋତେ ସନାତନ ବିରୋଧୀ କାହିଁକି କୁହାଯାଉଛି । ମୁଁ ପ୍ରଭୁ ଶ୍ରୀରାମଙ୍କ ପାଇଁ ‘ଜୟ ଶ୍ରୀରାମ’, ‘ଶିବୋହମ’, ‘ରାମ ସିୟା ରାମ’ ମଧ୍ୟ ଲେଖିଛି କିନ୍ତୁ ସେଥିପ୍ରତି କାହାର ଧ୍ୟାନ ନାହିଁ ।

3/5

ତେବେ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ଯେଉଁଥିରେ ଫିଲ୍ମର ଅନେକ ସିନ୍, ଡାଇଲଗ୍ ଓ ଚରିତ୍ରକୁ ହଟାଇବା ଲାଗି ଦାବି କରାଯାଇଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଆବେଦନ ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଉଛି ।

4/5

କିଛି ଡାଇଲଗ୍, ମାତା ସୀତାଙ୍କୁ ଭାରତର ଝିଅ ଭାବେ ବର୍ଣ୍ଣନା କରିବା, ନେଗେଟିଭ୍ ରିଭ୍ୟୁ ଡିଲିଟ୍ ପାଇଁ ଟଙ୍କା ଅଫର୍ କରାଯାଉଥିବା ଭଳି କିଛି ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି ।

5/5

ପ୍ରଭାସ ଓ କ୍ରିତି ସାନନ୍ ଙ୍କ ଅଭିନୀତ ‘ଆଦିପୁରୁଷ’ ଜୁନ୍ ୧୬ରେ ରିଲିଜ୍ ହୋଇଥିଲା । ପ୍ରଥମ ଦିନରେ ୧୪୦ କୋଟି ଟଙ୍କା ଇନକମ୍ କରିଥିଲା ।  ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଥିଲା ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’।