Advertisement
Photo Details/zeeodisha/odisha2411351
photoDetails0hindi

Ganesh Chaturthi Weekly Horoscope: ମେଷରୁ ମୀନ...କେମିତି ରହିବ ଗଣେଶ ଚତୁର୍ଥୀ ସପ୍ତାହ?

Ganesh Chaturthi Weekly Horoscope:  ସେପ୍ଟେମ୍ବର ୭ରୁ ଗଣେଶ ଚତୁର୍ଥୀ ଆରମ୍ଭ ହେବାକୁ ଯାଉଛି । ସନାତନ ଧର୍ମ ଅନୁସାରେ ଗଣେଶଙ୍କୁ ଏହି ଦିନ ପୂଜା କରାଯାଏ, କୌଣସି କାମ ପୂର୍ବରୁ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କରାଯାଏ । ଏହିଦିନ କେବଳ ଧାର୍ମିକ ବିଶ୍ୱାସ ନୁହେଁ, ଏକ ସଫଳ ଜୀବନ ବଞ୍ଚିବାର ଗଭୀର ବାର୍ତ୍ତା ମଧ୍ୟ ଲୁଚି ରହିଥାଏ । ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମେଷ ଠାରୁ ମୀନ ରାଶିର ସାପ୍ତାହିକ ରାଶିଫଳ ପଢନ୍ତୁ। 

1/12
ମେଷ ରାଶି: ଗଣେଶ ପୂଜାର ସପ୍ତାହଟି ଏହି ରାଶିଙ୍କ ପାଇଁ ବେଶ ଅନୁକୂଳ ରହିବ। ନିଜ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି । ପାରିବାରିକ ବିବାଦର ଅନ୍ତ ଘଟିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ।

2/12
ବୃଷ ରାଶି: ଚଳିତ ସପ୍ତାହରେ କୌଣସି ପ୍ରକାର ଅର୍ଥ ବିନିଯୋଗ କରନ୍ତୁ ନାହିଁ । ନଚେତ୍ ବଡ଼ ଧରଣର କ୍ଷତି ସହିପାରନ୍ତି। ଆପଣ ଆବଶ୍ୟକ କାର୍ଯ୍ୟ କରିବେ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରି ଆପଣଙ୍କୁ ଚାଲିବାକୁ ହେବ। ଯୋଜନା ନ କରି କାର୍ଯ୍ୟ କଲେ ଅସୁବିଧାରେ ପଡିପାରନ୍ତି। ପୁରୁଣା ରୋଗ ଆପଣଙ୍କୁ ସମସ୍ୟାରେ ପକାଇପାରେ।

3/12

ମିଥୁନ ରାଶି: ଗଣେଶ ପୂଜା ସପ୍ତାହଟି ବ୍ୟବସାୟୀଙ୍କ ଲାଗି ମଧ୍ୟମ ରହିବ । ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରିୟଜନଙ୍କ ସହ କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃ-ସମ୍ବାଦ ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ସମ୍ଭାବନା ରହିଛି ।

4/12
କର୍କଟ ରାଶି: ଗଣେଶ ପୂଜା ସପ୍ତାହଟି ଆପଣ କଠିନ ପରିଶ୍ରମ କଲେ ମଧ୍ୟ ସେହି ଅନୁସାରେ ଫଳ ପାଇବେ ନାହିଁ। କାରବାର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଯଦି ଆପଣ କାହାଠାରୁ ଧନ ଉଧାର ନେଇଛନ୍ତି, ତେବେ ତାହାକୁ ଠିକ୍ ସମୟରେ ଫେରସ୍ତ କରିବାକୁ ପଡ଼ିବ। 

5/12
ସିଂହ ରାଶି: ଚଳିତ ସପ୍ତାହରେ ଶତ୍ରୁ ପରାଜୟ ହେବେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ବିଦେଶ ଯାତ୍ରା କରିବେ । ବ୍ୟାପାରରେ ଲାଭବାନ ହେବେ । ପରିବାରରେ ସୁଖରେ ସମୟ ବିତିବ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।

6/12

କନ୍ୟା ରାଶି: ଜିଦଖୋର ସ୍ଵଭାଵ ଯୋଗୁଁ କାର୍ଯ୍ୟ ସପ୍ତାହଟି ବିଗିଡି ଯାଇପାରେ । ବ୍ୟାପାରରେ କ୍ଷତି ହୋଇପାରେ । ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ଦେଖାଦେବ । ଏହି ସପ୍ତାହରେ କୌଣସି ଜରୁରୀ ନିଷ୍ପତ୍ତି ନିଅନ୍ତୁ ନାହିଁ । ଭାବିଚିନ୍ତି କାର୍ଯ୍ୟ କରିବାକୁ ହେବ।

7/12
ତୁଳା ରାଶି- ଏହି ବ୍ୟକ୍ତିଙ୍କ ପାଇଁ ନୂଆ ସପ୍ତାହ ଶୁଭ ରହିବ। ଏହି ସପ୍ତାହରେ ଆପଣଙ୍କୁ କ୍ୟାରିୟର ଏବଂ ବ୍ୟବସାୟ ସମ୍ବନ୍ଧୀୟ କୌଣସି ଶୁଭ ଖବର ମିଳିପାରେ । ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଥିଲେ ସହଯୋଗ ପାଇବେ। ବ୍ୟକ୍ତିଗତ ଜୀବନରେ ବଡ଼ ପରିବର୍ତ୍ତନ ଆସିପାରେ।

8/12
ବିଛା ରାଶି- ନୂଆ ସପ୍ତାହ ବିଛା ରାଶିର ଲୋକଙ୍କ ପାଇଁ ପରିବର୍ତ୍ତନ ଆଣିବ। ଏହି ସପ୍ତାହରେ ଆପଣଙ୍କ ଉପରେ ଦାୟିତ୍ୱର ବୋଝ ପଡ଼ିପାରେ। ଏହି ସପ୍ତାହରେ ଆପଣ ନିଜ ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ । ବ୍ୟବସାୟୀଙ୍କ ପାଇଁ ଏହି ସପ୍ତାହ ଶୁଭ ରହିବ। ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ଆପଣ ପ୍ରେମ ପ୍ରସ୍ତାବ ଦେଇପାରନ୍ତି।

9/12
ଧନୁ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ ଟି ଭାଗ୍ୟଶାଳୀ ରହିବ। ଏହି ସପ୍ତାହରେ ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ। ବନ୍ଧୁଙ୍କ ସହଯୋଗରେ ଆପଣଙ୍କର ଅଟକି ରହିଥିବା କାମ ପୂରା ହେବ। ଏହି ସପ୍ତାହରେ ଆପଣଙ୍କୁ କୌଣସି ବଡ଼ ଯୋଜନାରେ ଯୋଗ ଦେବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ରହିବ।

10/12

ମକର ରାଶି- ଏହି ରାଶିର ଲୋକଙ୍କୁ ସପ୍ତାହ ଆରମ୍ଭରେ କ୍ୟାରିୟର ଏବଂ ବ୍ୟବସାୟ ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ନେବାକୁ ପଡିପାରେ, ଯାହାକୁ ଗ୍ରହଣ କରିବାରେ ଆପଣଙ୍କୁ ଅସୁବିଧା ହୋଇପାରେ । ପିଲାଙ୍କୁ ଏହି ସପ୍ତାହରେ ପଦୋନ୍ନତି ମିଳିପାରେ। ପ୍ରେମ ସାଥୀଙ୍କ ସହ ଭଲ ସମୟ ବିତାଇବେ।

11/12

କୁମ୍ଭ ରାଶି- ଲୋକମାନଙ୍କର ଯୋଜନାବଦ୍ଧ କାର୍ଯ୍ୟ ଏହି ସପ୍ତାହରେ ପୂରା ହେବ, ଯାହା ଫଳରେ ଆପଣଙ୍କ ସୁଖ ଅଟକିବ ନାହିଁ। ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରେ। ଜମିବାଡ଼ି ସମ୍ବନ୍ଧୀୟ ବିବାଦ ଓ ସମସ୍ୟାରୁ ମୁକ୍ତି ପାଇବେ।

12/12
ମୀନ ରାଶି- ଏହି ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ମିଶ୍ରିତ ରହିବ। ଏହି ସପ୍ତାହରେ ଆପଣ ଟିକେ ଥକ୍କା ଅନୁଭବ କରିପାରନ୍ତି । ଯଦି ଆପଣ ଦୀର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ସନ୍ଧାନ ଶେଷ ହୋଇଯିବ । ପ୍ରେମ ସାଥୀଙ୍କ ସହ ଚାଲିଥିବା ଭୁଲ ବୁଝାମଣା ଦୂର ହେବ।   (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)